ହେଡଲାଇନସ୍:

ମାଲକାନଗିରି ଯୁବଛାତ୍ର ସମ୍ମିଳନୀରେ ଉତ୍ସାହ ଭରିଲେ ବବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଆଜି ମାଲକାନଗିରି ଜିଲ୍ଲାକୁ ବିଜେଡି ଟାଣୁଆ ନେତାଙ୍କ ଗସ୍ତ ଯୋଗୁଁ ବିଜେଡି ଦଳୀୟ କର୍ମୀଙ୍କ ଉତ୍ସାହ ବହୁଗୁଣିତ ହୋଇଥିଲା ।  ଯୁବଓଛାତ୍ର  ବିଜେଡ଼ିର କର୍ମୀଙ୍କୁ ନେଇ ସଂସ୍କୃତି ଭବନରେ ଆୟୋଜିତ ସମ୍ମୀଳନିରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି  ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ( ବବି) । ଯୁବ ସଭାପତି ଆଡମା ରବାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିର ସଂଗଠନ ସମ୍ପାଦକ ଶ୍ରୀ  ଦାସ ଯୋଗ ଦେଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଏବଂ ଆଦର୍ଶ ଅନୁସରଣ କରିବାକୁ ଆହ୍ବାନ ଦେଇଥିଲେ ।

 ଏହି ସଭାରେ  ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, କଟକ ସଦର ବିଧାୟକ ତଥା ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା,  ବିହନ ନିଗମର ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କ ସହ ବହୁ ପ୍ରମୁଖ ବରିଷ୍ଠ କର୍ମୀ ଓ ଯୁବ ଛାତ୍ର ବିଜେଡି କର୍ମୀ ଯୋଗଦେଇଥିଲେ । ଅନ୍ୟଏକ କାର୍ଯ୍ୟକ୍ରମ ଅବସରରେ ଶ୍ରୀ ସଞ୍ଜୟ ଦାସବର୍ମା ସ୍ଥାନୀୟ ଡି. ଆର.ଡି. ଏ ସମ୍ମୀଳନି କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗଦେବା ସହ  କଲ୍ୟାଣ ମଣ୍ଡପ ଉଦଘାଟନ କରିଥିଲେ ।

0
0
0
s2sdefault