ହେଡଲାଇନସ୍:

ଫେବୃଆରୀ ୧୦ରୁ ପିଜି ପାର୍ଟ ୱାନ ଓ ପ୍ରି-ଫାଇନାଲ ଇୟର କ୍ଲାସ : ପରୀକ୍ଷା ତାରିଖ ହେଲା ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆସନ୍ତା ଫେବୃଆରୀ ୧୦ ତାରିଖରୁ ପିଜି ପାର୍ଟ ୱାନ ଓ ପ୍ରି-ଫାଇନାଲ ଇୟର କ୍ଲାସ ଆରମ୍ଭ ହେବ |  ତେଣୁ ହଷ୍ଟେଲ ସବୁ ୮ ତାରିଖରୁ ଖୋଲାଯିବ | କୋଭିଡି ଗାଇଡ଼ଲାଇନ ପାଳନ କରି କ୍ଲାସ କରାଯିବ ବୋଲି ସୂଚନା ଦେଇଛନ୍ତି ଉଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ | 

ଡ଼ ସାହୁଙ୍କ କହିବା ଅନୁଯାୟୀ  ପିଜି ପାଠ୍ୟକ୍ରମର ତୃତୀୟ ସେମିଷ୍ଟର ଓ ଚାରିବର୍ଷିଆ ୟୁଜି ପାଠ୍ୟକ୍ରମର ପଞ୍ଚମ ସେମିଷ୍ଟର  ପରୀକ୍ଷା ୧୯ ଏପ୍ରିଲ ୨୦୨୧ରୁ ଆରମ୍ଭ ହୋଇ ୩୦ ଏପ୍ରିଲ ୨୦୨୧ ସୁଦ୍ଧା ସରିବ | ୩୧ ମେ ୨୦୨୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ |  ପିଜି ପ୍ରଥମ ସେମିଷ୍ଟାର ୭ ଜୁନରୁ ଆରମ୍ଭ ହୋଇ ୧୯ ଜୁନ ରେ ସରିବା ସହ ୨୦ ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି ଡ଼ ସାହୁ ସୂଚନା ଦେଇଛନ୍ତି | ସମ୍ପୃକ୍ତ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ କୋଭିଡ ଗାଇଡ୍ଲାଇନ ପାଳନ କରି କ୍ଲାସ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି |   

 

0
0
0
s2sdefault