ହେଡଲାଇନସ୍:

ସ୍ୱଚ୍ଛଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଏବଂ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ପାଇଁ ସଂକଳ୍ପ ନେଲେ ବିଜେପି କାର୍ଯ୍ୟକର୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପ୍ରତ୍ୟେକ ଜିଲ୍ଲାର ୭୦ଟି ଗ୍ରାମାଂଚଳ ଏବଂ ଜିଲ୍ଲା ମୁଖ୍ୟାଳୟର ପ୍ରମୁଖ ୭୦ଟି ସ୍ଥାନରେ କରାଗଲା ସଫେଇ କାର୍ଯ୍ୟକ୍ରମ

 ସ୍ୱଚ୍ଛଭାରତ ଅଭିଯାନରେ ସଂପନ୍ନ ହେଲା ବିଜେପିର‘ସେବା ସପ୍ତାହ’

ଭୁବନେଶ୍ୱର,(ଶାସକ ପ୍ରଶାସକ) :ସୁସ୍ଥ ରହିବା ପାଇଁ ପରିବେଶ ସ୍ୱଚ୍ଛ ଏବଂ ନିର୍ମଳ ରହିବା ନିହାତି ଆବଶ୍ୟକ । ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱ ଭାବେ ବିଚାର କରି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦାୟୀତ୍ୱ ଗ୍ରହଣ ପରେ ଅକ୍ଟୋବର ୨, ୨୦୧୪ ରେ ସ୍ୱଚ୍ଛଭାରତ ଅଭିଯାନର ଶୁଭାରମ୍ଭ କରିଥିଲେ । ବାହ୍ୟ ମଳ ପରିତ୍ୟାଗ ଓ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବର୍ଜନ ସହ ନିଜ ଆଖପାଖ ଅଂଚଳ ଓ ପରିବେଶକୁ ସଫା ରଖିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ କ୍ରମଶଃ ଜନ ଆନେ୍ଦାଳନରେ ପରିଣତ ହୋଇଯାଇଛି । ଜାତିସଂଘ ସମେତ ସମଗ୍ର ବିଶ୍ୱ ଆଜି ସ୍ୱଚ୍ଛଭାରତ ଅଭିଯାନକୁ ପ୍ରଶଂସା କରୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ୭୦ ତମ ଜନ୍ମଦିନ ଏବଂ ସେବା ସପ୍ତାହ ଅବସରରେ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ସମସ୍ତ ଜିଲ୍ଲାର ୭୦ଟି ଗ୍ରାମ ଏବଂ ପ୍ରତି ଜିଲ୍ଲା ମୁଖ୍ୟାଳୟର ପ୍ରମୁଖ ୭୦ଟି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରିଛନ୍ତି । ଏଥି ସହ ପରିବେଶକୁ ସଫା ରଖିବା ପାଇଁ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ବର୍ଜନର ସଂକଳ୍ପ ନେବା ସହ ବୁଲି ବୁଲି ସଚେତନର ବାର୍ତା ପ୍ରଦାନ କରିଛନ୍ତି ।

ଆଜି ବିଜେପି ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ କୋଭିଡ୍-୧୯ ଗାଇଡଲାଇନକୁ ପାଳନ କରି ବିଭିନ୍ନ ବସ୍ତି, ଡାକ୍ତରଖାନା, ବସଷ୍ଟାଣ୍ଡ, ମନ୍ଦିର ପରିସର, ଜନଗହଳି ଅଂଚଳରେ ଥିବା ରାସ୍ତା ଆଦି ଅଂଚଳରେ ସଫେଇ କାର୍ଯ୍ୟକ୍ରମ କରିଥିଲେ । ଏହି ସଫେଇ ଅଭିଯାନ ସମୟରେ ସଫେଇ କର୍ମଚାରୀ, ବସ୍ତିବାସିନ୍ଦାଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ । ସ୍ୱଚ୍ଛଭାରତ ଅଭିଯାନର ରାଜ୍ୟ ସଂଯୋଜକ ମହେଶ ଚନ୍ଦ୍ର ମହାନ୍ତି, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ବାବୁ ସିଂହ ପ୍ରମୁଖ ଭୂବନେଶ୍ୱରରେ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ତାଳଚେରଠାରେ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି କୃଷ୍ନଚନ୍ଦ୍ର ପାତ୍ର ଢେଙ୍କାନାଳରେ, ପୂର୍ବତନ ବିଧାୟକ ଗୋବିନ୍ଦ ଦାଶ ବାଲେଶ୍ୱରରେ, ରାଜ୍ୟ ସଂପାଦକ ସୀମାଂଚଳ ଖଟେଇ ସମ୍ବଲପୁରରେ ଉପସ୍ଥିତ ରହିଥିଲେ ।ସେହିପରି ସମସ୍ତ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଏବଂ ଜିଲ୍ଲା ସଭାପତିମାନେ ନିଜ ନିଜ ଅଂଚଳରେ ସ୍ୱଚ୍ଛଭାରତ ଅଭିଯାନରେ ସାମିଲ ହୋଇ ସଫେଇ କାର୍ଯ୍ୟ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଜନ୍ମ ଦିନ ଅବସରରେ ବିଜେପି କାର୍ଯ୍ୟକର୍ତାମାନେ ଦେଶବ୍ୟାପୀ ଗତ ସେପ୍ଟେମ୍ବର ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରୁଥିବା ‘ସେବା ସପ୍ତାହ’ର ଆଜି ହେଲା ଶେଷ ଦିବସ । ଗତ ସପ୍ତାହବ୍ୟାପୀ ଜାରି ରହିଥିବା ଏହି ସେବା ସପ୍ତାହ କାର୍ଯ୍ୟକ୍ରମଗୁଡିକରେ ବିଜେପି କାର୍ଯ୍ୟକର୍ତାମାନଙ୍କ ସହ ସାଧାରଣ ଜନତାଙ୍କ ସହଯୋଗ ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

0
0
0
s2sdefault