ହେଡଲାଇନସ୍:

ରାୟଗଡ ଜିଲ୍ଲା ବିକାଶ ପରିଷଦ ଦେଲା ଗାନ୍ଧୀ ଜୟନ୍ତୀରୁ ଅନଶନ ଧମକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣୁପୁର / ସିଦ୍ଧାର୍ଥ ଦାସ :ରାୟଗଡ ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଗୁଣପୁର ଉପ ଜିଲ୍ଲାପାଳ , ତହସିଲଦାର ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପରିଷଦର ଜିଲ୍ଲା ଆବାହକ ପ୍ରଦୀପ ଦାଶ, ବୋମାଲି କାନ୍ତା ରାଓ , ଉପଖଣ୍ଡ ଆବାହକ ଶକ୍ତି ଦାଶ,ଗୁଣପୁର ବ୍ଲକ ଆବାହକ ଜାମେଶ ଶବର,ପୋୖରାଞ୍ଚଳ ଆବାହକ ଆଲଲୀୟ ଗମାଙ୍ଗ, ସଦସ୍ୟ ସିପନ ଶବର , ମିଲନୀତା ମଣ୍ଡଳ ଓ ଯମୁନା କଣ୍ଡାଗରୀ ଙ୍କ ଦସ୍ତଖତ ଥାଇ ଏକ ସ୍ମାରକପତ୍ର ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବନ୍ଦର , ତହସିଲଦାର ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ଦାଶ ଙ୍କୁ ସାକ୍ଷାତ କରି ଦିଆଯାଇଛି । ଏଥିରେ ଗୁଣପୁର ଉପଖଣ୍ଡ ଅଧିନସ୍ଥ ଗୁଣପୁର, ରାମନାଗୁଡା, ପଦ୍ମପୁର, ଗୁଡାରୀ ବ୍ଲକ ରେ ବସତି ସ୍ଥାପନ କରୁଥିବା ଆଦିବାସୀ ଓ ଦଳିତ ପରିବାରଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ ବାରମ୍ବାର ପରିଷଦ ପକ୍ଷରୁ ଆନ୍ଦୋଳାତ୍ମକ ପନ୍ଥା ଆପଣେଇଥିଲେ ମଧ୍ୟ ଆଦିବାସୀ ଓ ଦଳିତ ପରିବାର ବର୍ଗଙ୍କୁ ବର୍ତ୍ତମାନ ଯାଏଁ ଜମିପଟ୍ଟା ପ୍ରଦାନ କରାଯାଇ ନଥିବାରୁ ଯଥା ଶୀଘ୍ର ପଟ୍ଟା ପ୍ରଦାନ କରିବା ନିମନ୍ତେ,ରାମନାଗୁଡା ବ୍ଲକ ଅଧିନସ୍ଥ ଉକମ୍ବା ଗ୍ରାମ ପଞ୍ଚାୟତ କୁ ମଦମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିବାକୁ ଦାବୀ କରାଯାଇଛି । ଏଥିପୂର୍ବରୁ ଉକମ୍ବା ପଞ୍ଚାୟତ କୁ ମଦମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିବା ଦାବିରେ  ରାୟଗଡ ଠାରେ ପ୍ରତୀକ ଅନଶନ କରାଯାଇଥିବାରୁ ତତ୍କାଳୀନ ଉପ ଜିଲ୍ଲାପାଳ  ଅମ୍ରିତ୍ ରତୁରାଜ ଙ୍କ ସମୟରେ ଉକମ୍ବା ପଞ୍ଚାୟତରେ ମଦବିକ୍ରି ବନ୍ଦ ହୋଇଗଲା । ପରବର୍ତ୍ତୀ ମୁହୂର୍ତ୍ତରେ ଶ୍ରୀ ଋତୁରାଜ ଙ୍କ ବଦଳୀର କଛି ମାସ ପରେ ପୁଣିଥରେ ମଦବିକ୍ରି ଆରମ୍ଭ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏହିପରି ଜମିଜଙ୍ଗଲ ପଟ୍ଟା ପ୍ରଦାନ ଦାବୀରେ ଗୁଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ  ଭିକ୍ଷୋଭ ପ୍ରଦର୍ଶନ କରାଯାଇଥିବାରୁ ଏନେଇ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇ ବର୍ତ୍ତମାନ ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଇନାହିଁ । ଗୁଣପୁର ପୋୖର ପରିଷଦରେ ଦେଖା ଦେଇଥିବା ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା ଦର୍ଶାଇ ଏନେଇ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ର ଉପଖଣ୍ଡ କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରାଯାଇଛି । ତଥାପି କର୍ତ୍ତୃପକ୍ଷ ଙ୍କ ଦ୍ୱାରା ଏଯାବତ  କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ପରିଷଦ ଦ୍ୱାରା  କ୍ଷୋଭ ପ୍ରକଟ କରାଯାଇଛି । ରାୟଗଡ ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଉପସ୍ଥାପନା କରାଯାଇଥିବା ଏହି  ଦାବୀ ଗୁଡିକ ଆଗାମୀ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ପୁରଣ କରାନଯାଏ ତେବେ ପରିଷଦ ପକ୍ଷରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ନୂତନ ବସ ଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି  ଠାରେ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଅନଶନ ଓ ଧର୍ମଘଟ କରିବେ ବୋଲି ପରିଷଦ ର ଆବାହକ ପ୍ରଦୀପ ଦାଶ ଏବଂ ବୋମାଲି କାନ୍ତା ରାଓ ମିଳିତ ଭାବେ ଚେତାବନୀ ଦେଇଛନ୍ତି ।

0
0
0
s2sdefault