ହେଡଲାଇନସ୍:

ଥାନାରେ ପଶିଲା କରୋନା:  ସମ୍ବଲପୁର ଟାଉନ ଥାନା ସିଲ l 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଟାଉନ ଥାନା ରେ  କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ଶନିବାର କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଟାଉନ ଥାନାକୁ ସାନିଟାଇଜ କରାଯିବା ପରେ ସିଲ କରିଦିଆଯାଇଛି। ସଂପୃକ୍ତ ମହିଳା କର୍ମଚାରୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇ ସାରିଥିବା ବେଳେ ଆଗାମୀ ଦିନରେ ଥାନା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ମାନଙ୍କର ସ୍ୱାବ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ସଂକ୍ରମିତ କର୍ମଚାରୀଙ୍କର ଦେହ ଖରାପ ଥିବାରୁ ସେ ପ୍ରାୟ ୫ ଦିନ ହେବ ଛୁଟିରେ ଥିବା ବେଳେ ଶନିବାର  ତାଙ୍କର ସ୍ୱାବ ରିପୋର୍ଟ ଆସିବା ପରେ ପଜିଟିଭ ଥିବାର ଜଣାପଡ଼ିଥିଲା। ତେବେ ଥାନାର କୋଠାକୁ ସିଲ କରି ଦିଆଯାଇଥିବା ବେଳେ ଜନତାଙ୍କ ହିତକୁ ଧ୍ୟାନରେ ରଖାଯାଇ ଟାଉନ ଥାନା ପରିସର ମଧ୍ୟରେ ଏକ ଟେଣ୍ଟ ଲଗା ଯାଇ କାର୍ଯ୍ୟ ଜାରି ରହିଛି। ଆଜି  ପୁର୍ନବାର ସାନିଟାଇଜ କରାଯିବା ପରେ ଥାନାକୁ ଖୋଲାଯିବ ବୋଲି ଜଣାପଡ଼ିଛି। ଏହା ସହିତ ଆଜି  ଠାରୁ ସମସ୍ତ କର୍ମଚାରୀ ମାନଙ୍କର ସ୍ୱାବ ଟେଷ୍ଟ ଆରମ୍ଭ ହୋଇଯିବ।

         

0
0
0
s2sdefault