ହେଡଲାଇନସ୍:

ବାଟମାରଣା ଜୋରଦାର , ଖାଉଟି ହନ୍ତସନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୋଲାମୁଣ୍ଡା ବ୍ଲକ ରୁ ନହୁସ ବାଗ :  କେନ୍ଦ୍ର ଓ ରାଜ୍ୟ ସରକାର ଖାଉଟି କଲ୍ୟାଣ ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚାଲିଛି  ବାଟମାରଣା, ଯାହାଫଳରେ ହିତାଧିକାରୀ ମାନଙ୍କ ପାଖକୁ ପହଁଚି ପାରୁନାହିଁ ସାମଗ୍ରୀ          

ଏପରି ଏକ ଘଟଣା ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ଗ୍ରାମପଞ୍ଚାୟତ ଠାରେ ! କୋଭିଡ଼ ୧୯ ପାଇଁ ମାଗଣାରେ ତିନି ମାସର ଚାଉଳ ଦେଲେ, ହେଲେ ଏପ୍ରିଲ ରୁ ଜୁନମାସ ପ୍ରକାନ୍ତ କିରୋସିନ ଲିଟର ପ୍ରତି ପନ୍ଦରରୁ ଷୋହଳ ଟଙ୍କା ମଧ୍ୟରେ ସରକାର ଧାର୍ୟ୍ୟ କରିଥିବା ବେଳେ ସେହି କିରୋସିନ ଗଲା କୁଆଡେ ! ଏପର୍ୟ୍ୟନ୍ତ ଏହି ପଞ୍ଚାୟତ ହିତାଧିକାରୀ ପାଇ ନ ଥିବା ଅଭିଯୋଗ ହେଉଛି ! ଏସମ୍ପର୍କରେ ପଞ୍ଚାୟତ ନାଏବ ସରପଞ୍ଚ ଶ୍ରୀ ଧନେଶ୍ୱର ଯାନୀ ଓ ୱାର୍ଡ ମେମ୍ୱର ଶ୍ରୀ ସୁରେନ୍ଦ୍ର ନାଏକ ମଧ୍ୟ ତିନି ମାସର କିରୋସିନ ପାଇ ନାହାନ୍ତି ବୋଲି ମିଡ଼ିଆ ସମ୍ମୁଖରେ ପ୍ରକାଶ କରିଥିଲେ ପୁଣି ଏନେଇ ଖାଲିଆପାଳି ପଞ୍ଚାୟତ ନିର୍ବାହୀ ଅଧିକାରୀ ରମାକାନ୍ତ ମହାପାତ୍ର ଙ୍କୁ ଫୋନ ଯୋଗେ ପଚାରିବାରୁ ସିଏ ମଧ୍ୟ ହିତାଧିକାରୀ ମାନେ ତିନି ମାସର କିରୋସିନ ପାଇ ନଥିବା ସ୍ୱୀକାର କରିଛନ୍ତି ପୁଣି ଏ ନେଇ ଗୋଲାମୁଣ୍ଡା ଯୋଗାଣ ଅଧିକାରୀ ପ୍ରଶାନ୍ତ ଦାସଙ୍କୁ ପଚାରିବାରୁ ବର୍ତ୍ତମାନ  ପର୍ୟ୍ୟନ୍ତ ୬୦ ହାଜର ଲିଟର କିରୋସିନୀ ପାଇଁ ନାହୁଁ ବୋଲି ଵୋଲି ପ୍ରକାଶ ଥିଲେ । ପାରାଦୀପ ରୁ କିରୋସିନୀଡିପୋ କୁ ମଧ୍ୟ ଆସିନାହିଁ , ଖାଲିଆପଲି ପଂଚାୟତ ବୋଲି ନୁହେଁ ଗୋଳାମୁଣ୍ଡା ବ୍ଲକର ଅନେକ ପଂଚାୟତ ଅଧ୍ୟ କିରୋସିନୀ ପାଇନାହାନ୍ତି । ହେଲେ ଏନେଇ କିରୋସିନୀ କେବେ ଆସିବ ବୋଲି ପଚାରିବାରୁ ,ପାରାଦୀପ ରୁ କିରୋସିନୀ କେବେ ଆସିବ ସଠିକ କହିହେବ ନାହିଁ ବୋଲି ପ୍ରକାଶ କରିଛନ୍ତି । ତେଣୁ ଏଥି ପ୍ରତି କଳାହାଣ୍ଡି ଜିଲ୍ଲାପାଳ ତୁରନ୍ତ ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି । 

0
0
0
s2sdefault