ହେଡଲାଇନସ୍:

କିଲାସମା ପଞ୍ଚାୟତ ରେ ବିଧାୟକ ବଣ୍ଟନ କଲେ ମାଗଣା ହୋମିଓ ପ୍ୟାଥିକ ଔଷଧ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):   ଦେବେଇପାଲି ଠାରେ ଥିବା ଓଡିଶା ମେଡିକାଲ କଲେଜ ଅଫ ହୋମିଓପ୍ୟାଥିକ ଏଣ୍ଡ ରିସର୍ଚ୍ଚ ପକ୍ଷରୁ ଶୁକ୍ରବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଧନକଉଡା ବ୍ଲକ  କିଲାସମା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ରେଙ୍ଗାଲି ବିଧାୟକ ନାଉରି ନାୟକ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ ।  କିଲାସମା ଗ୍ରାମ ପଞ୍ଚାୟତ ର ବହୁ ଗ୍ରାମ ର ଗ୍ରାମବାସୀ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ରେ ଯୋଗ ଦେଇଥିଲେ ।ସାମାଜିକ ଦୂରତା କୁ ଗୁରୁତ୍ୱ ଦିଆଯାଇ କରାଯାଇଥିବା ଏହି କାର୍ଯ୍ୟକ୍ରମ ରେ ୩  ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଔଷଧ ବଣ୍ଟନ କରାଯାଇଥିଲା ।  ମହାବିଦ୍ୟାଳୟ ର ଅଧକ୍ଷ ପ୍ର.ଡ଼ା.ରାଜେନ୍ଦ୍ର କୁମାର ସିଂ ଙ୍କ  ତତ୍ୱାବଧାନ ରେ ହୋଇଥିବା ଏହି ସ୍ୱାସ୍ଥ୍ୟ ଶିବିରରେ ଡା.ଫାଲଗୁଣି କୁମାର ବଢ଼େଇ, ଡା.ନିବେଦିତା ଶତପଥୀ, ଡା.ରାମ କୃଷ୍ଣ ନାଥ, ଡା.ଲଭଲି ସାହୁ ଛାତ୍ର ସଂସଦ ର ସଭାପତି ସନ୍ଦୀପ କୁମାର ଚକ୍ର, ସାଧାରଣ ସମ୍ପାଦକ ବିପ୍ଲୟ କୁମାର ବଳ, ଶେଷ ବର୍ଷର ଛାତ୍ର ଗୋପାଳ କୃଷ୍ଣ ତ୍ରିପାଠୀ, କିଲାସମା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରଶାନ୍ତ କୁମାର ବାରିକ, ସାଂସଦ ଧନକାଉଡା ବ୍ଲକ ପ୍ରତିନିଧି ଆଶିଷ ହୋତା, ପ୍ରକାଶ ପ୍ରଧାନ , ରାଜିନ୍ଦ୍ର ଖଡ଼ିଆ,  ବିରେନ୍ଦ୍ର ପାଢ଼ୀ, ପିଙ୍କୁ ବେହେରା, ଅନ୍ତର୍ଯ୍ୟାମୀ  ପଧାନ ,ମନରଞ୍ଜନ ଥପା,ରାଜିନ୍ଦ୍ର ଖଡ଼ିଆ ଆଦିକାନ୍ଦ ସାହୁ ଅଶ୍ବିନୀ ମାଝୀ,  ନୟନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

       

0
0
0
s2sdefault