ହେଡଲାଇନସ୍:

ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରୁ ଆସି ବଲାଙ୍ଗୀରରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର :- ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ଫସି ରହିଥିବା ଓଡିଶାର ବିଭିନ୍ନ ଜିଲ୍ଲାର ୧୦୦୦ ଜଣ ପ୍ରବାସୀ ଶ୍ରମିକ ଦୁଇଟି ସ୍ୱତନ୍ତ୍ର ଟ୍ରେନରେ ଆସି ବଲାଙ୍ଗୀର ରେଳ ଷ୍ଟେସନରେ ପହଂଚିବା ବ୍ୟବସ୍ଥା କରାଯାଇଛି । ପ୍ରଥମ ଟ୍ରେନ ତାମିଲନାଡୁର ର କୋଏମ୍ବାଟୁର ରେଳ ଷ୍ଟେସନରରୁ ରୁ ଆସି ଆଜି ୧୧.୩୦ ଟାରେ ବଲାଙ୍ଗୀର ଷ୍ଟେସନରେ ପହଚିଂଥିବା ବେଳେ ଦ୍ୱିତୀୟ ଟ୍ରେନ ଆନ୍ଧ୍ର ପ୍ରଦେଶର କର୍ଣ୍ଣାଲ ରୁ ଆସି ସନ୍ଧ୍ୟାରେ ୪.୩୦ରେ ବଲାଙ୍ଗୀରରେ ପହଂଚିବା ନେଇ ଖବର ରହିଛି । ପ୍ରଥମ ଟ୍ରେନରେ ୬୦୦ ଜଣ ପ୍ରବାସୀ ଶ୍ରମିକ ବଲାଙ୍ଗିର ଓହ୍ଲାଇବା ପରେ ତାଙ୍କର ପଞ୍ଜିକରଣ କରାଯିବା ପରେ ନିଜ ତାଙ୍କର ଗନ୍ତବ୍ୟ ସ୍ଥାନକୁ ପଠାଯାଇଛି । ଶ୍ରମିକ ଟ୍ରେନକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରମିକମାନେ ପହଂଚିବା ପରେ ପ୍ରଥମେ ସେମାନଙ୍କ ସ୍କ୍ରିନିଂ କରାଯାଇ ପଞ୍ଜିକରଣ କରାଯାଇଥିଲା । ପରେ ସେମାନଙ୍କୁ ଖାଇବା ଦିଆଯିବା ପରେ ବସମାନଙ୍କରେ ସେମାନଙ୍କର ଜିଲ୍ଲାମାନଙ୍କୁ ପଠାଇ ଦିଆଯାଇଥିଲା । ୧୨ ଟି ଜିଲ୍ଲାର ଶ୍ରମିକମାନଙ୍କୁ ନେବା ପାଇଁ ପ୍ରାୟ ୧୦୦ ଟି ବସର ବ୍ୟବସ୍ଥା କରାଯାଇଛି । ତେବେ ଶ୍ରମିକମାନଙ୍କୁ ପରିବହନ କରାଯାଉଥିବା ରାସ୍ତାକୁ କର୍ଫ୍ୟୁ ଜାରି କରାଯାଇଛିା ସନ୍ଧ୍ୟା ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବା ଜିଲ୍ଲା ପ୍ରଶାସନ ତରଫରୁ ସୁଚିତ କରାଯାଇଛି । କର୍ଫ୍ୟୁ ତାଲିକାରେ ସହର ର ରେଳୱେ ଷ୍ଟେସନ ରାସ୍ତାରୁ ମଦନଗୁଡିଆ ଛକ , ଭାଗୀରଥ ଛକ ଦେଇ କୋଶଳ ଛକ ପର୍ଯ୍ୟନ୍ତ କଫ୍ୟୁ ଜାରି କରାଯାଇଥିବା ବେଳେ ବେହେରାପାଲି ଛକରୁ କଚୋରୀ ଛକ ଦେଇ ସଦର ଥାନା ପର୍ଯ୍ୟନ୍ତ , ରେଳୱେ ଷ୍ଟେସନରୁ ସୁଦପଡା , ବେହେରାପାଲି ଓଭର ବ୍ରିଜରୁ ପୁଇଁନ୍ତଲା ପର୍ଯ୍ୟନ୍ତ ଓ ବେହେରାପାଲି ଛକରୁ ସମ୍ବଲପୁର ରୋଡ ଏନଏଚ ଦେଇ ଲକ୍ଷ୍ମୀ ଜୋର ପର୍ଯ୍ୟନ୍ତ ରାସ୍ତାକୁ ଅନ୍ତର୍ଭୁକ୍ତ କରାଯାଇଛି । କଫ୍ୟୁ ଜାରି ହୋଇଥିବା ଯୋଗୁଁ ସମଗ୍ର ସହର ଶୁନ ଶାନ ଜଣାପଡୁଛି ।

 

0
0
0
s2sdefault