ହେଡଲାଇନସ୍:

ସିସିଏଲ ର ପ୍ରଥମ ସଂସ୍କରଣ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ଜେମିନି ଆଇଟି କମ୍ପାନୀ ଦ୍ୱାରା ଆୟୋଜିତ କର୍ପୋରେଟ କ୍ରିକେଟ ଲିଗର ପ୍ରଥମ ସଂସ୍କରଣ ଆଜି ସ୍ଥାନୀୟ ୟୁନିଟ 2 ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସ୍କାନ ଗ୍ରାଉଣ୍ଡ ରେ ଉଦଘାଟିତ ହୋଯାଇଅଛି | ଏହାକୁ ଜେମିନି କମ୍ପାନୀର ଡାଇରେକ୍ଟର ଶ୍ରୀ ଶ୍ରୀଦ୍ଧାର୍ଥ ସାମଲ ଫିତା କାଟି ଉଦଘାଟନ କରିଥିଲେ | ତିନିଦିନ ଧରି ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ନଅ ତାରିଖ ଦିନ ସନ୍ଧ୍ୟାରେ ଉଦଯାପିତ ହେବ |କର୍ପୋରେଟ କର୍ମଚାରୀ ମାନଙ୍କର ବ୍ୟସ୍ତ ବହୁଳ କର୍ମମୟ ଜୀବନରୁ ବିରାମ ନେଇ ନିଜକୁ କ୍ରିକେଟ ସହିତ ଜଡିତ ରଖି ନିଜକୁ ଶାରୀରିକ ଭାବେ ଫିଟ ରଖିବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ବୋଲି ଶ୍ରୀ ସାମଲ ଓ ଅନ୍ୟ ବରିଷ୍ଠ କର୍ମକର୍ତା ତଥା ହିଣ୍ଡାଲକୋର ଉପସଭାପତି ଡକ୍ଟର ବିଭୁଦତ୍ତ ମହାପାତ୍ର ମତବ୍ୟକ୍ତ କରିଛନ୍ତି |
ଏହି ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଭାଗିଦାର ଭାବେ ପଶୁପତି ଫିଡ୍ସ , ହିଣ୍ଡାଲକୋ, କେଏସେନ ଟୁର ଏବଂ ଟ୍ରାଭେଲ,କ୍ୱାଣ୍ଟନୱେର ସଫ୍ଟୱେର,ୱାର୍କମେଟ ଏବଂ ସୋସିଆଲ ୱାର୍କ ପାର୍ଟନର ଜୀବନସେବା ଫାଉଣ୍ଡେସନ ଭୁବନେଶ୍ୱର ସହାଭାଗିତା କରିଛନ୍ତି | ଏହି ଟୁର୍ଣ୍ଣାମେଣ୍ଟକୁ ବରିଷ୍ଠ କ୍ରୀଡ଼ାବିତ ସମୀର ବାରିକ, ସମ୍ବିତ ମହାପାତ୍ର, ଜିତେନ୍ଦ୍ର ସାହୁ, ରାମ ମଖିଯା,ରଶ୍ମିରଂଜନ ରାୟ, ଦେବାଶିଷ ପଟ୍ଟନାୟକ ସ୍କାନ କ୍ଲବର କର୍ମକର୍ତ୍ତା ମାନେ ସୁଚାର ରୂପେ ପରିଚାଳନା କରିଛନ୍ତି |

0
0
0
s2sdefault