ହେଡଲାଇନସ୍:

ବଲାଙ୍ଗିର ସିନିୟର ଫୁଟବଲ ଲିଗ୍ ୨୯ରୁ  :ଭାଗନେବେ ୯୦ ଦଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବଲାଙ୍ଗିର,(ନିରୋଜ ମିଶ୍ର) - ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆସନ୍ତା ୨୯ ତାରିଖ ଠାରୁ ବଲାଙ୍ଗିର ସିନିୟର ନକ୍ ଆଉଟ୍ କମ୍ ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏଥିରେ ୯୦ ଗୋଟି ଦଳ ଅଂଶ ଗ୍ରହଣ କରିବେ । ଗାନ୍ଧି ଷ୍ଟାଡିୟମ, ଖୋଲାନ, ଲୋଇସିଂହା ମିନିଷ୍ଟାଡିୟମ, ଖୁଜେନପାଲି, ଚୁଡାପାଲି, ମିଶନ ପଡିଆ, ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି, ଜରାସିଂହା ମିନି ଷ୍ଟାଡିୟମ ଓ ପାଟଣାଗଡ ପଡିଆରେ ଖେଳଗୁଡିକ ଅନୁଷ୍ଠିତ  ହେବ । ସେମିଫାଇନାଲ ଓ ଫାଇନାଲ ଖେଳ ଗାନ୍ଧି ଷ୍ଟାଡିୟମ ଠାରେ ଖେଳଯିବ ।  

ଗ୍ରୁପ ଏ ରେ ଡିଏଫଏ ଖୋଲାନ, ଭିଏସଏସ ଟିଟିଲାଗଡ, ଜିଏସପି ଟିଟିଲାଗଡ, ଏମଏମଏଫସି ସିଆଲ ଝୁଡୁଙ୍ଗି, ବିବିଏଫସି ନାରିକଟା, ଅଡିନାନ୍ସ ଫେକ୍ଟି୍ର ବଡମାଲ, ଟିଏଫସି ଟିକା ପତ୍ରାପାଲି ଓ ସହିଦ ଜିମ୍ନାସିୟମ ଖେଳିବେ । ଗ୍ରୁପ୍ ବି ରେ ୱାଇଏଫଏ କୁଶଙ୍ଗ, ୱାଇଏସ ସୁଜିଆ, ଏବିଏଫଏ ଲୋଇସିଂହା, ଏସଆରଏଫଏ ତେନ୍ତୁଲିଖୁଣ୍ଟି, ରୟାଲ ବୁର୍ଡା, ମୁର୍ସୁଣ୍ଡ ଏସଏ, ଏଚଆରଡିଏ ଖଲିଆପାଲି, ଏମକେଏଫଏ ହରଭଙ୍ଗା, କେଏସ ବଡଟିକା ଓ ଏପିଜେ ଲୋଇସିଂହା ଖେଳିବେ । ଗ୍ରୁପ ସି ରେ ଖଲିଆପାଲି ଜେଏସ, ଭାଲେର ଏଫସି, ଖୁଜେନପାଲି ଏଫସି, ଆରଏଫଏ କୁରୁଲ, ଜେକେୱାଇଏସ କାଲସାଏପାଲି, ଜିପିଏଫଏ ବରକାନି, ଫଟାମୁଣ୍ଡା ଜେଏସ, ଗଇଁନ୍ତଲା ଏଫସି, ଖଲିଆପାଲି ଇଲେଭେନ ଷ୍ଟାର, ଜେଏଫଏ ମହିମୁଣ୍ଡା ଓ ବ୍ଳୁମାଇଣ୍ଟେନ କ୍ଳବ ଖେଳିବେ । ଗ୍ରୁପ ଡି ରେ ଡିଭିଏଫସି କୁତମୁଣ୍ଡା, ଆରକେ ୱାଇଏସ ଚାଣ୍ଟିମୁ୍ଣ୍ଡା, କେଏଫସି ଭଇଁଷା, ଏନଜେଏଫସି ରେଙ୍ଗଟାସିଲ, ରାମଜି କ୍ଳବ ଆଡେନ୍ ଡୁଙ୍ଗୁରି, ଡଙ୍ଗାଘାଟ ଏଫଏ, ଜିୱାଇଡିସି ନକ୍ଟାସର, ୱାଇଏସଭାଲୁ ପିଟା, ଏନ୍କେୱାଇଏସ୍ ଜନକପୁର, ଆରଏସସି ସୁନାମୁଦି, ୟଙ୍ଗଷ୍ଟାର ବିଡିଘାଟ, ବିବିଏଫସି ରାମଚନ୍ଦ୍ର ପୁର, ଏସଏସପି ବାରପୁର୍ଗିଆ ଓ ନବଜ୍ୟୋତି ଚୁଡାପାଲି ଖେଳିବେ । 

ସେହିପରି ଗ୍ରୁପ ଇ ରେ ହୋମଗାର୍ଡ ସ୍ପୋଟିଂ, ଟିୱାଇସି ଶାନ୍ତିପଡା, ରିଲାଏନ୍ସ ଏଫସି, ଏସଏସ ପେଲେସଲାଇନ, ସିସିଏଫଏ, ଡୁଙ୍ଗୁରି ପଡା ଏଫଏ ସୁଦପଡା ଏଫଏ, ଇଲେଭେନ ଷ୍ଟାର, ମାଣିକେଶ୍ୱରୀ କନ୍ଧପାଲି ଓ ଆରକେଷ୍ଟିଲ ରାଇଡର ଖେଳିବେ । ଗ୍ରୁପ ଏଫରେ ଅମାମୁଣ୍ଡା ଏଏ, ଏନ୍ ୱାଇଏସ ବରକାନି, ରୁରାଲ ଷ୍ଟାର ସଦାଇପାଲି, ଡବ୍ଳୁକେଏଫ ସିନ୍ଦୁର ବାହାଲ, ବିଲେଇସର୍ଡା ଏଫଏ, ଜେଡିଏଫଏ ମନହିରା, ଡିସିଏଫଏ କଅଗାଁ, ସରଗାଡ ଏଫଏ, ବରକାନି ଏମଏସ ଷ୍ଟାର, ଜେଏଫଏ ସକମା ଓ ସାଇଟ ସ୍ପୋର୍ଟ୍ସ ସୋସାଇଟି ସଦାଇପାଲି ଖେଳିବେ । ଗ୍ରୁପ ଜି ରେ ବିଏନ୍ଏଏ ଜରାସିଂହା, ଏଜେ ବରଲା, ଏସଏଫଏ କରେଲଧୁଆ, ଏମଏମ ସିରାବାହାଲ, ଏସଏସ ତୁଷୁରା, ବିବିଏଫଟି ହାତିସରା, ଏନ୍କେଏଫଏ ଦେଓ ଗାଁ, ପିଏଏଫଏ ଘୁଚେପାଲି, ପିସି ମୁରସିଂ, ୱାସି ମହିପୁର, ଏଫସି ଭୁତିଆର ବାହାଲ, ଏଲ୍ଏସ୍ଏଫଏ ଟିକ୍ରାପଡା ଖେଳିବେ । ଗ୍ରୁପ ଏଚ୍ ରେ ରାଇଜିଂ ଷ୍ଟାର ପାଟଣାଗଡ, ଆରୱାଇଏସ ଖୁଣ୍ଟ ସମଲେଇ, ଏନୱାଇଡିସି ରୁଗୁଡିମୁଣ୍ଡା, ଏସକେୱାଇଏସ ଖୁଣ୍ଟୁଣାପାଣି, ବଜରଙ୍ଗ ଏଫଏ ଦାବକାନି, ୱାଇଏଫଏ ତମିଆ, ଖପ୍ରାଖୋଲ ଇଲେଭେନ, ଏମଥ୍ରିଏଫସି ଧଣ୍ଡାମୁଣ୍ଡା, ଖପ୍ରାଖୋଳ ବି, ଏସି ବେନ୍କେରା, ଉଲବା ଏନଜେଏଫସି, ବଥର୍ଲା ଏମବି ଏଫସି, ପାଟଣେଶ୍ୱରୀ କ୍ଳବ ପାଟଣାଗଡ ଓ ବେଲପଡା ଏସୱାଇଏସ ଖେଳିବେ । 

ସମସ୍ତ କ୍ରିଡା ପ୍ରେମୀ ସହଯୋଗ କରିବା ପାଇଁ କ୍ରୀଡା ସଂସଦ କାର୍ଯ୍ୟକାରି ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ ଓ ଫୁଟବଲ ସମ୍ପାଦକ ନିସାରକାନ୍ତ ନାଗ ପ୍ରମୁଖ କ୍ରିଡା ସଂସଦ ତରଫରୁ ଅନୁରୋଧ ଜଣାଇଛନ୍ତି । 

0
0
0
s2sdefault