ହେଡଲାଇନସ୍:

 ବାଲିଗୁଡା ଥାନା ସୁଡ୍ରାରେ ମାଓ ପୋଷ୍ଟର ଲୋକେ  ଆତଙ୍କିତ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁଡୁରୁକୁମ୍ପା ରବି ମଳିକଙ୍କୁ  ଜନ ଅଦାଲତ  ପିଏଲଜିଏ ପକ୍ଷରୁ ମୃତ୍ୟୁଦଣ୍ଡ ଦିଆଯାଇଛି, ମାଳିସୁଗାର  ପ୍ରମୋଦକୁ ଜନଅଦାଲତରେ  ବିଚାର କରାଯିବ 

କନ୍ଧମାଳରୁ ଜିଲ୍ଲା ପ୍ରତିନିଧି ଗଗନ ପ୍ରଧାନ : କନ୍ଧମାଳ ଜିଲ୍ଲା  ବାଲିଗୁଡା ଅନ୍ତର୍ଗତ ସୁଡ୍ରାରେ ଆଜି ସକାଳୁ  ସେବାଶ୍ରମ  ପାଚେରୀ  କଡ  ରାସ୍ତା ଓ  ଗାଁ  ଛକର  ବିଭିନ ସ୍ଥାନରେ ଗଛ  ଗୁଡିକରେ  କେକେବିଏନ  ମାଓ  ସଂଗଠନ ପକ୍ଷରୁ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି ! ପୋଷ୍ଟରରେ ପୋଲିସ ସୁଚନାଦାତା, ଇନଫର୍ମର , ଠିକାଦାରଙ୍କୁ ଚେତାବନୀ ଦିଆଯାଇଛି ! ସୁଡୁରୁକୁମ୍ପା ରବି ମଳିକଙ୍କୁ  ଜନ ଅଦାଲତ  ପିଏଲଜିଏ ପକ୍ଷରୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଏହି ପୋଷ୍ଟରରେ ଉଲେଖ ରହିଛି | କେକେବିଏନ ଡ଼ିଭିଜନ ଭିତରେ ଗୁଇନ୍ଦା ଓ ଖବରଦାତାଙ୍କ ନାମ ଏଥିରେ ଉଲେଖ ରହିବା  ସହିତ ସୁଖୀ ଜୀବନ ଜିଇଁବା ପାଇଁ ପରାମର୍ଶ ଦେଇ ପୋଲିସର ଖବରଦାତା ନ ହେବା ପାଇଁ ଚେତାବନୀ  ଦିଆଯାଇଛି | ମାଳିସୁଗାର  ପ୍ରମୋଦକୁ ଜନଅଦାଲତରେ  ବିଚାର କରାଯିବ ବୋଲି ପୋଷ୍ଟରରେ ଲେଖାଯାଇଛି ! ସେହିପରି ଦାରିଙ୍ଗିବାଡ଼ି ସେବାଶ୍ରମର ଅଷ୍ଟମ ଶେଣୀ ଛାତ୍ରୀ ପ୍ରସବ ଘଟଣାର ନିନ୍ଦା କରାଯାଇଛି |   କିନ୍ତୁ ଏହି ପୋଷ୍ଟରକୁ ନେଇ ସୁଡ୍ରା ଅଂଚଳରେ ଭୟର ବାତାବରଣ  ଖେଳିଯାଇଛି | ପୋଲିସ  ଘଟଣା ସର୍ମ୍ପକରେ ଗ୍ରାମ ବାସୀଙ୍କ ଠାରୁ  ଖବର ମିଳିଥିବା କହିଛି |  କିନ୍ତୁ ଏହି ପୋଷ୍ଟର  କିଏ ମାରିଛି, ତାର ତର୍ଜମା ଚାଲିଥିବା  ପୋଲିସ କହିଛି !

 ଜାନୁଆରୀ ଛବିଶ ତାରିଖକୁ  କଳା ଦିବସ ରୂପେ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି | ସେହିପରି କନ୍ଧମାଳ ଏସପି ଔଷଧ ବିକଳରେ ତାଟିଆ  କାମୁଡିଛନ୍ତି ବୋଲି ପୋଷ୍ଟରରେ ରହିଛି |  ଜାନୁଆରୀ  ବାର  ତାରିଖ ରୁ ଫେବୁଆରୀ ବାର  ପର୍ଯ୍ୟନ୍ତ, ଅଙ୍କତିନି  ବିପ୍ଲବୀ ଡେଙ୍ଗୁରା କେକେବିଏନ ଡିଭିଜନ ପ୍ରାଚୀର ପତ୍ରିକା ବୋଲି ଲେଖାଯାଇଛି | ପୋଷ୍ଟରରେ  କେକେବିଏନ ମାଓବାଦୀ  ଡିଭିଜନ  ବୋଲି ପୋଷ୍ଟରରେ ଉଲେଖ ରହିଛି !

0
0
0
s2sdefault