ହେଡଲାଇନସ୍:

ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା : ଥାନାରେ ଏତଲା ଦେଲେ ବୋର୍ଡ ସଭାପତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କ୍ରାଇମବ୍ରାଂଚ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ - ଏଡିଜି   

ଭୁବନେଶ୍ୱର - ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ କଟକ ମଙ୍ଗଳାବାଗ ଥାନାରେ ବିଧିବଦ୍ଧ ଏତଲା ଦେଇଛନ୍ତି ।  ଏହାପୂର୍ବରୁ  କ୍ରାଇମବ୍ରାଂଚ ତଦନ୍ତ କରାଯିବ ବୋଲି ବୋର୍ଡ କର୍ତୃପକ୍ଷ କହିଥିଲେ ହେଁ ବର୍ତମାନ ସୁଦ୍ଧା ବୋର୍ଡ ପକ୍ଷରୁ କୌଣସି ଅଭିଯୋଗପତ୍ର ଦିଆଯାଇନାହିଁ ବୋଲି ଏଡିଜି ସନ୍ତୋଷ ଉପାଧ୍ୟାୟ କହିଥିଲେ  । ସେ କହିଛନ୍ତି ଯେ ବୋଡର଼୍ କେବଳ ଏକ ଚିଠି ପଠାଇଛନ୍ତି ଯାହାକି ତାଙ୍କର ହସ୍ତଗତ ହୋଇଛି  । ଏଫଆଇଆର୍ ନହେବା ପର୍ଯ୍ୟନ୍ତ ତଦନ୍ତ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି  । ଅନ୍ୟପକ୍ଷରେ ତୁରନ୍ତ ଏତଲା ଦେବା ପାଇଁ କର୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି  । ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖରେ ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ବାତିଲ୍ ହୋଇଥିଲା ।ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଓ ଉତର ଭାଇରାଲ ହୋଇଥିଲା । ଫଳରେ ଉକ୍ତ ଦିନରେ ହେବାକୁ ଥିବା ୨ ଟି ସିଟିଂ ପରୀକ୍ଷାକୁ ବାତିଲ କରାଯାଇଥିଲା ।

 

0
0
0
s2sdefault