ହେଡଲାଇନସ୍:

ପାଗଳର ଆତଙ୍କରାଜରେ ଓଡଗାଁ ନାକେଦମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ( ଶାସକପ୍ରଶାସକ): ଓଡ଼ଗାଁ ଅଂଚଳରେ ଆତଙ୍କରାଜ ଚାଲିଛି ପାଗଳର |  ବୁଧବାର ବିଳମ୍ବିତ ରାତିରେ ଏକ ପାଗଳର ଉନ୍ମତ କାଣ୍ଡ ଯୋଗୁ ଓଡଗାଁ ରଙ୍ଗଣୀପାଟଣା ପଂଚାୟତ ତଳ ଗୋଡିପଲ୍ଲୀ ଗାଁର ବଦନୀ ପ୍ରଧାନ(୬୫)ଙ୍କର ସିନେମାହଲ ଛକ ନିକଟରେ ଥିବା ଏକ କ୍ଳି୍ିନିକ ମୃତ୍ୟୁ ଘଟିଥିବା ବେଳେ ସେହି ପଂଚାୟତ ଜାମୁ ସାହିର ତ୍ରୀଲୋଚନ ସେଠୀ(୫୦) ପରିବା ମାର୍କେଟରେ ରାତ୍ର ଜଗୁଆଳ ରୁପେ କାର୍ଯ୍ୟରତ ଥିବା ବେଳେ ପାଗଳର ଆକ୍ରମଣରେ ଗୁରୁତର ହୋଇପଡିଥିବାରୁ ତାକୁ ନୟାଗଡ ଡାକ୍ତର ଖାନାକୁ ନିଆ ଯାଇଥିଲା, ସେଠରେ ତାଙ୍କର ମୃତ୍ୟୁ ଘଟିଥିଲା । ଏବଂ ଅନ୍ୟ ଜଣେ ଗୁରୁତର ମହିଳା ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ବି-କରଡା ବାଡିର ତ୍ରିନାଥ  ପ୍ରଧାନଙ୍କ ସ୍ତ୍ରୀ ସୁଲୋଚନା ପ୍ରଧାନ(୩୫) ଏବଂ ଓଡଗାଁ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା, ଓଡଗାଁ ଗୁପ୍ତ ମଠ ସାହିର ପୁର୍ଣ୍ଣଚନ୍ଦ୍ର ବାରିକଙ୍କ ସ୍ତ୍ରୀ ଅମୁଲୀ ବାରୀକ(୪୦), ଦାମୋଦର ସାହୁ(୫୦), ଜାମୁସାହିର ରଘୁନାଥ ସାହୁ(୫୦), ସିନେମା ହଲ ଛକ ରାତ୍ର ଜଗୁଆଳି ବିଜୟ ନାହକ(୪୮) ଆହତ ହୋଇଥିବା ଜଣାପଡିଛି  । ପାଗଳ ଯୁବକ କୁଶଢିପି ଗ୍ରାମର ନିରଞ୍ଜନ ମଲ୍ଲୀକ(୩୭)କୁ ପୋଲିସ ହେପାଜତକୁ ଆଣିଛି । ଉକ୍ତ ଘଟଣାକୁ ନେଇ ଓଡଗାଁ ଲକ୍ଷ୍ମୀବଜାର ଠାରୁ ଆରମ୍ଭ କରି ସିନେମାହଲ ଛକ ମଧ୍ୟରେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ ହେବା ସହିତ ଘଟଣା ସ୍ଥଳରେ ଉତେଜନା ଲାଗିରହିଛି । 

ଘଟଣାରୁ ପ୍ରକାଶ ବୁଧବାର ରାତି ପ୍ରାୟ ୧ଟାରୁ ପାଗଳ ଯୁବକ ଓଡଗାଁ ଶ୍ରୀରାମ ଲଜର ରାତ୍ର ଜାଗୁଆଳିଙ୍କୁ ଆକ୍ରମଣ  କରିବାକୁ ଉଦ୍ୟତ ହେବା ବେଳେ ଘଟଣା ସ୍ଥଳରୁ ସେ ଦୈାଡି ପଳାଇ ଯାଇଥିଲା । ଖବର ପାଇ ଓଡଗାଁ ଆଇଆଇସି ଘଟଣା ସ୍ଥଳରେ ପଂହଚିଲା ବେଳକୁ ପାଗଳକୁ ଖୋଜି ପାଇନଥିଲେ । ସେଠୁ ଫେରିଆସି କିଛି ସମୟ ପରେ ପାଗଳ ଯୁବକ ସିନେମା ହଲ ଛକ ଠାରେ ଥିବା କ୍ଳିନିକରେ ପଶି ବଦନୀ ପ୍ରଧାନକୁ କାଠଫାଳିଆରେ ମାଡମାରି ଘଟଣା ସ୍ଥଳରେ ମାରି ଦେଇଥିଲା । ବଦନୀଙ୍କ ଝିଅ ୫ମାସର ଗର୍ଭବତି ସୁଲୋଚନା ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରି ପିନ୍ଧିଥିବା ନାଇଟ୍ ଡ୍ରେସକୁ ଆଣି ନିଜେ ପିନ୍ଧି ଅଧିକ ଉତେଜିତ ଅବସ୍ଥାରେ ପରିବା ମାର୍କେଟରେ ପହଂଚିଥିଲା  । ନିକଟରେ ଥିବା ଯାତ୍ରୀ ବିଶ୍ରାମାଗାରରେ ପରିବା ମାର୍କେଟର ରାତ୍ରୀ ଜଗୁଆଳ ତ୍ରିଲୋଚନ ସେଠୀକୁ କାଠଫାଳିଆରେ ମାଡମାରି ଗୁରୁତର ଅବସ୍ଥାରେ ଛାଡି ଚାଲିଯାଇଥିଲା । ପରବର୍ତୀ ସମୟରେ ନୟାଗଡରେ ତ୍ରିଲୋଚନଙ୍କ ମୃତ୍ୟୁ ଘଟିଥିଲା । ଚୁଡା ମିଲ ଛକ ନିକଟ ହୋଟେଲରେ ଦାମୋଦର ସାହୁକୁ ମାଡମାରି ତାର ହାତ କାଣି ଆଙ୍ଗୁଠିକୁ ଚୋବାଇ ଛିଣ୍ଡାଇ ଦେଇଥିଲା । ଶ୍ରୀରାମ ନଗର ସାହି ବାଟରେ ମନ୍ଦିରକୁ ଯାଉଥିବା ସମୟରେ ଅମୁଲି ବାରିକଙ୍କ ମୁଣ୍ଡକୁ ଅତର୍କିତ ଭାବରେ ଆକ୍ରମଣ କରିବା ଯୋଗୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି । ଆଇଆସି ପାଗଳକୁ କାବୁ କରିବାକୁ ଯାଇଥିବା ବେଳେ ନିଜେ ଢେଲା ମାଡର ଶିକାର ହୋଇ ଆହତ ହୋଇଥିଲେ ।  ଜାମୁସାହି ଗ୍ରାମର ରଘୁନାଥ ସାହୁ ହନୁମାନ ଛକଠାରେ ପାଗଳର ଶିକାର ହୋଇଥିଲେ । ବାଇକରେ ଯାଉଥିବା ଦମ୍ପତିଙ୍କ ଉପରକୁ ଏକ ଭଙ୍ଗା ବୋତଲ ଫୋପାଡି ଥିବାରୁ ସେମାନେ ଭୟରେ ସ୍ଥାନ ଛାଡି ପଳାଇ ଯାଇଥିଲେ । ପାଇକ ସାହିର ଏକ ଧାନ ଗଦା ଉପରେ ଚଢି ପାଗଳ ଚିତ୍କାର କରୁଥିବା ବେଳେ ସାହି ଲୋକମାନେ ଏକ ଲମ୍ବ ବାଉଁଶରେ ତାକୁ ଆଘାତ କରି କାବୁ କରିବାରେ ସଫଳ ହୋଇଥିଲେ । ପରେ ପାଗଳ ନିଜ ହେପାଜତକୁ ନେଇଥିଲା । ଘଟଣା କ୍ରମରେ ରାତି ପାହି ଯାଇଥିଲା । ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୁରଣ ଏବଂ  ଓଡଗାଁ ଡାକ୍ତର ଖାନାରେ ସର୍ବକାଳିନ ଡାକ୍ତର ନିଯୁକ୍ତି ଦାବିରେ ମୁଖ୍ୟ ସଡକକ ପଥକୁ ଗ୍ରାମବାସୀ ମିଳିତ ଭାବରେ ଅବରୋଧକରି ରଖିଥିଲେ । ଅପରାହ୍ନ ୩ଟାରେ ଉପ ଜିଲ୍ଲାପାଳ ନୟାଗଡ, ଉପ-ଉଅଅରକ୍ଷୀ ଅଧିକ୍ଷକ ଘଟଣା ସ୍ଥଳରେ ପହଁଚି ମୃତକଙ୍କ ପରିବାରକୁ ୪୬ହଜାର ଟଙ୍କା କ୍ଷତିପୁରଣ ପ୍ରଦାନ ପାଇଁ ପ୍ରତିଶୃତି ଦେବା ସହ ସଂଗେ ସଂଗେ ୨୦ହଜାର ଟଙ୍କାର ନଗଦ ଚେକ ପ୍ରଦାନ କରିବା ପରେ ରାସ୍ତାରୋକ ହଟିଥିଲା ।  

0
0
0
s2sdefault