ହେଡଲାଇନସ୍:

ଏ ମେଂଚଡ଼  ଟୋକାର କି କରାମତି, ୨୨ବର୍ଷରେ ୨୨ ଲୁଟ-ଡକାୟତି !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ (ଶାସକପ୍ରଶାସକ): ପୋଲିସ ଖାପଚରେ ଥିବା ଏଇ ମେଂଚଡ଼ ଟୋକାକୁ ଦେଖିଲେ ଲାଗିବ, କି ନିର୍ମାୟା ପିଲାଟିଏ | ହେଲେ ଏଇ ମହାନୁଭବ ଏଇ ବୟସରୁ ଉପଲବ୍ଧିକୁ ଲକ୍ଷ କଲେ ଯେ କେହି ଅନୁଭବ କରିବ ଯେ ଇଏ ରେକର୍ଡ କରିବ | ମାତ୍ର ୨୨ବର୍ଷ ବୟସରେ ମାତ୍ର ୨୨ଟି ଲୁଟ, ଡକାୟତି ତଥା ଅନ୍ୟାନ୍ୟ ଧର୍ତ୍ତବ୍ୟ ଅପରାଧରେ ଜଡିତ ଥିବା ପିଲିସ ରେକର୍ଡ କହୁଛି |  ନୟାଗଡ,ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ଅଂଚଳରେ ବିଭିନ୍ନ ଲୁଟ୍ , ରାହାଜାନୀ ଓ ବୋମାମାଡ ଘଟଣାରେ ସମ୍ପୃକ୍ତ  ରହିଥିବା ଏହି ମହାନୁଭବଙ୍କ ନାମ  ଡକାୟତ ଆଲୋକ ସାହୁ(୨୨) | ତାକୁ ଓଡଗାଁ ପୁଲିସ  ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ଥାନୀୟ ରଙ୍ଗଣୀପାଟଣା ଗ୍ରାମର ଆଲୋକ ଏକ ୧୬ଜଣିଆ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗ୍ ସହ ସାମିଲ ହୋଇ ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ ଆଦି ଅଂଚଳରେ ଘଟିଥିବା ବିଭିନ୍ନ ମାମଲାରେ ସଂପୃକ୍ତ ଥିଲା । ଏପରିକି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜେଲରୁ କୁଖ୍ୟାତ ଅପରାଧୀ ବାବୁ ନାୟକକୁ ଖସାଇବାରେ ସେ ସହଯୋଗ କରିଥିଲା ।  ଓଡଗାଁ ଥାନା ଅଂଚଳରେ ୨୦୧୭ ଓ ୧୮ ମସିହାରେ ଜାରିଙ୍ଗି ଓ କୋମଣ୍ଡ ଠାରେ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ,ଓଡଗାଁ-ବାହାଡାଝୋଲା ରାସ୍ତାରେ ଖବର ଦାତାଙ୍କୁ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟ, ପଥରା ଛକ ନିକଟରେ ଛାତ୍ରଙ୍କୁ ଆକ୍ରମଣ କରି ମୋବାଇଲ ଲୁଟ ଆଦି ଘଟଣାରେ ସେ ସଂପୃକ୍ତ ଥିଲା । ସ୍ଥାନୀୟ ଅଂଳରେ ଘଟୁଥିବା ବିଭିନ୍ନ ଅପରାଧୀକ ମାମଲାରେ ସେ ଜଡିତ ହୋଇଥିଲା । ଓଡଗାଁ ଥାନାରେ ୬ଗୋଟି ମାମଲା ରହଥିବା ବେଳେ ମାତ୍ର ୨୨ବର୍ଷରେ ଆଲୋକ ନାମରେ ୨୨ଗୋଟି ମାମଲା ରହିଛି । ଆଜି ସକାଳ ୭ଟାବେଳେ ଓଡଗାଁ-ନୟାଗଡ ରାସ୍ତାର କେନାଲ ଛକ ଠାରୁ ଓଡଗାଁ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା,ଶରଣକୁଳ ଆଇଆଇସି ମନୋଜ ଶତପଥି ବିଶେଷ ସୁତ୍ରରୁ ଖବର ପାଇ ତାକୁ ଗିରଫ କରିବାରେ ସଫଳ ହୋଇଥିଲେ ବୋଲି ଆଜି ଓଡଗାଁ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶରଣକୁଳ ଏସଡ଼ିପିଓ ନାରାୟଣ ଚନ୍ଦ୍ର ବାରିକ ସୂଚନା ଦେଇଥିଲେ ।

 

0
0
0
s2sdefault