ହେଡଲାଇନସ୍:

କ୍ରମଶଃ ଅଶାନ୍ତ ହେବାରେ ଲାଗିଛି ଶାନ୍ତ ବାରିପଦା: ଅପରାଧୀ ଲଗାମଛଡ଼ା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବସକୁ ଅପେକ୍ଷାରେ ଥିବା ଏକ କମ୍ପାନୀର ସେଲ୍ସ ମ୍ୟାନେଜର ଦୁର୍ବୁତଙ୍କ ଲୁଟର ଶିକାର :ଅଭିଯୁକ୍ତ ୫ ଯୁବକ କୋର୍ଟ ଚାଲାଣ ।

ବାରିପଦା(ଦିଲ୍ଲୀପ ମହାନ୍ତି )- ଶାନ୍ତ ବାରିପଦା କ୍ରମଶଃ ଅଶାନ୍ତ ହେବାରେ ଲାଗିଛି । ଦିନ ଦ୍ୱିପ୍ରହର ହେଉ କିମ୍ବା ରାତି ହେଉ ଘରେ କିମ୍ବା ରାସ୍ତାରେ ସହରବାସୀ ନିଜକୁ ସୁରକ୍ଷିତ ମଣି ନାହାନ୍ତି । ଏଣେ ପୁଲିସ ସହରେ ରାତି ୧୧ଟା ପରେ ଅଘୋଷିତ କଫୁ୍ୟ ଜାରି କରିଦେଇଛି । ସହରରେ ଡ଼ାକବାଜି ଯନ୍ତ୍ରରେ ରାତି ୧୧ଟା ପରେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ଭଳି ପରିସ୍ଥିତିରେ ଗତ ଜାନୁଆରୀ ୧୬ ସନ୍ଧ୍ୟା ପ୍ରାୟ ୫.୪୫ ମିନିଟ ସମୟରେ ବାରିପଦା ସହର ଉପକଣ୍ଠ ପାଲବଣି ବାଇପାସ୍ ନିକଟ ତଥା ୧୮ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ପେଟ୍ରୋଲ ପମ୍ପ  ନିକଟରେ ବାଳେଶ୍ୱର ଯିବା ନିମନ୍ତେ ବସକୁ ଅପେକ୍ଷା କରିଥିବା ଗଣେଶ ଗ୍ରେନ କମ୍ପାନୀର ବାଲେଶ୍ୱର, ଭଦ୍ରଖ, ମୟୂରଭଞ୍ଜ, କେନ୍ଦୁଝରଜିଲ୍ଲା ଦାୟିତ୍ୱରେ ରହିଥିବା ସେଲ୍ସ ମ୍ୟାନେଜର ତଥା ଭଦ୍ରଖ ଚରମ୍ପା ନିକଟ ବରାଳପୋଖରୀ ଅଞ୍ଚଳର ମନୋଜ କୁମାର ବାରିକ(୩୮)ଙ୍କୁ ପ୍ରାୟ ୫/୬ ଜଣ ଯୁବକ ଓଆର୦୨-୮୦୬୩ ନମ୍ବର ବିଶିଷ୍ଟ ଧଳା କାରରେ ଆସି କୁଆଡେ଼ ଯିବୁ ବୋଲି ପ୍ରଶ୍ନ କରିଥିଲେ । ଏହି ସମୟରେ ଏକ କଳା ରଙ୍ଗର ଗେଡ଼ା ମୋଟା ଦାଢ଼ି ବାଲା ଯୁବକ ଧକ୍କା ଦେଇ କାର ଭିତରକୁ ଠେଲି ଦେବା ପରେ ଭିତରେ ରହିଥିବା ଅନ୍ୟ ଯୁବକମାନେ ମନୋଜକୁ ବଳ ପୂର୍ବକ ଭିତରକୁ ଟେକି ନେଇ ତଣ୍ଟିକୁ ଚିପି ଧରି ବିଧା ଗୁଇଁଠା ଆଦି ବର୍ଷି ଦେଇଥିଲେ । ଏହା ପରେ ଏକ ଫାଙ୍କା ପଡ଼ିଆ ମଧ୍ୟକୁ କାରକୁ ନେଇ ସେଠାରେ ମନୋଜ ବାରିକ ପକେଟରେ ଥିବା ଅଢେ଼ଇ ହଜାର ଟଙ୍କା, ମନିପର୍ସ, ଏଟିଏମ କାଡର଼୍ପାନ କାଡର଼୍, ଡ଼ିଏଲ, ମୋବାଇଲ, ପାୱାର ବ୍ୟାଙ୍କ, ସହିତ କାନ୍ଧରେ ଥିବା ଏୟାର ବ୍ୟାଗ ଆଦିକୁ ଛଡ଼ାଇ ନେବା ପରେ ଲୁହା ରଡ଼, ଶାବଳରେ ପୁଣି ନିର୍ଦ୍ଧୁମ ପ୍ରହାର କରିଥିଲେ । ଏହା ପରେ ଏଟିଏମ କାଡର଼୍ର ପିନ ନମ୍ବର ମାଗିବାରୁ ମନୋଜ ଭୂଲ ନମ୍ବର ଦେଇଥିଲା, ମାତ୍ର  ଏକ ଯୁବକ ଏଟିଏମର ପିନ ସଠିକ ରହିଛିକି ନାହିଁ ଯାଞ୍ଚ କରିବାକୁ ବାହାରି ଗଲା । କୌଶଳ କ୍ରମେ ମନୋଜ ଦୁର୍ବୁତମାନଙ୍କ କବଳରୁ ଖସି ପ୍ରାଣ ବିକଳରେ ଦୌଡ଼ି ପଳାଉଥିବା ବେଳେ ଦୁର୍ବୁତମାନେ ତାର ପିଛା କରିଥିଲେ । ନିଜକୁ ବଞ୍ଚାଇବା ନିମନ୍ତେ ମନୋଜ ଜୋରରେ ବଞ୍ଚାଓ ବଞ୍ଚାଓ ବୋଲି ଚିକ୍ରାର କରିବା ସହିତ ରାସ୍ତା ଉପରେ ସଂଜ୍ଞା ହରାଇ ପଡ଼ିଯାଇଥିଲା । ସ୍ଥାନୀୟ ଜନସାଧାରଣ ମନୋଜକୁ ଉଦ୍ଧାର କରି ବାରିପଦା ସରକାରୀ ମେଡ଼ିକାଲ କଲେଜରେ ଭର୍ତ୍ତି କରାଇଥିଲେ । ଚେତା ଆସିବା ପରେ ମନୋଜ ଉକ୍ତ ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ କେଶ ନଂ ୧୨/୨୦୧୯ରେ ଏକ ମାମଲା ରୁଜୁ କରାଯାଇଥିଲା । ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ମନୋଜର ବୟାନ ଅନୁସାରେ ୮ ଜଣ ଯୁବକକୁ ଥାନାରେ ଅଟକ ରଖି ପଚାରାଉଚରା କରିବା ପରେ ଏମାନଙ୍କ ମଧ୍ୟରୁ ବାଦଲ ମୁଖି, ସେକ. ସମିମ, ଦିଲ୍ଲୀପ ବେରା, ରାଜା ସିଂ, ଅର୍ଜୁନ ମୁଖି ଆଦି ୫ ଜଣ ଯୁବକକୁ ଗିରଫ  କରିବା ପରେ ଆଜି ବାରିପଦା ଟାଉନ ଥାନାରେ ଏଏସପି ଜେ ଆର ଶତପଥୀ କେତେକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଡ଼କାଇ ଏହି ସୂଚନା ଦେଇଥିଲେ । ଏହି ସମୟରେ ବାରିପଦା ସଦର ଏସଡ଼ିପିଓ କେ ପି ପଟ୍ଟନାୟକ, ଥାନା ଅଧିକାରୀ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ରହିଥିବାର ଜଣାପଡ଼ିଛି ।

 ସେମାନଙ୍କ ପାଖରୁ ୨ ଟା କାର, ଗୋଟେ ବାଇକ, ୧୩୧୦୦ ଟଙ୍କା, ୧୨ଟା ମୋବାଇଲ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି | 

0
0
0
s2sdefault