ହେଡଲାଇନସ୍:

ଡକାୟତି ଉଦ୍ୟମ ପଣ୍ଡ,୩ଗିରଫ ମାରଣାସ୍ତ୍ର ଓ ୨ ବାଇକ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ଗୌରାଙ୍ଗ ଦାଶ -କୋଲକତାରୁ ମୁମ୍ବାଇକୁ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ରାତିରେ ଚଳନ୍ତା ଟ୍ରକଗୁଡିକରେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ସୋହେଲା ପୋଲିସ ୩ଜଣ ଡକାୟତକୁ କାବୁ କରିଛନ୍ତି । ଗତ ରାତିରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋହେଲାଠାରୁ ୭କିଲୋମିଟର ଦୂର ରାୟପୁର ପଟରରେ ଥିବା କରାଲମାଲ ଛକରେ ଡକାୟତମାନେ ଡକାୟତି କରିବା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ଏସପି ମୁକେଶ ଭାମୁଙ୍କ ନିର୍ଦେଶକ୍ରମେ ସୋହେଲା ପୋଲିସ ଚଢ଼ାଉ କରିଥିଲା । ସେଠାରେ ଥିବା ଅନ୍ୟ ଦୁଇଜଣ ଡକାୟତ ଫେରାର ହୋଇଯାଇଥିଲେ । ଏନେଇ ସୋହେଲା ଥାନାରେ କେଶ ନମ୍ବର ୧୮୭/୧୮ରେ ଆଇପିସିର ଧାରା ୩୯୯/୪୦୨ରେ ପୋଲିସ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତମାନେ ହେଲେ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲା ଖଲାରୀ ଥାନା ବିକେବାହାରା ଗ୍ରାମର ଜଗନ୍ନାଥ ଗୋଣ୍ଡ(୩୦) ଓ ତାଙ୍କ ଭାଇ ଲକ୍ଷ୍ମଣ ଗୋଣ୍ଡ(୨୫) ଏବଂ ଗଂଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ଗରଦପୁର ଗ୍ରାମର ଚାଂଟି ଦାଶ(୨୫) । ଏମାନଙ୍କଠାରୁ ପୋଲିସ ନଗଦ ୪୫୦ଟଙ୍କା,ତିନୋଟି ଛୁରୀ,ଷ୍ଟିଲ ପାଇପ ୩ଟି,ଦୁଇଟି ମୋବାଇଲ ଫୋନ,ଗୋଟିଏ ୟୁନିକନ୍ ବାଇକ ଓ ଗୋଟିଏ ଟିଭିଏସ ଆପାଚେ ବାଇକ ଓ ଲଙ୍କାଗୁଣ୍ଡ ଆଦି ଘଟଣାସ୍ଥଳରୁ ପୋଲିସ ଜବତ କରିଛି । ବରଗଡ ଏସପି ମୁକେଶ ଭାମୁଙ୍କ ନିର୍ଦେଶକ୍ରମେ ଏବଂ ପଦ୍ମପୁର ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସୋହେଲା ଥାନାର ଏସଆଇ ସ୍ୱପ୍ନାରାଣୀ ଗୋଛାୟତ,ଏଏସଆଇ ରାଜେନ୍ଦ୍ର ସାହୁ,ହାବିଲଦାର ନିରାକାର ବିଶ୍ୱାଳ ଏବଂ ଷ୍ଟାଫ ଚଢ଼ାଉ କରି ଗିରଫ କରିଥିଲେ । 

 

 

0
0
0
s2sdefault