ହେଡଲାଇନସ୍:

ସୁନ୍ଦରଗଡ଼ ସହରରେ ମାତିଛନ୍ତି ପାଗଳାକୁକୁର : ଗୋଟିଏ ସନ୍ଧ୍ୟାରେ ୫୦ଜଣଙ୍କୁ କାମୁଡ଼ିଲେଣି

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେହୁରୀଆ  : ସୁନ୍ଦରଗଡ଼ ସହର ଭିତରେ ଏବେ ପାଗଳାକୁକୁରଙ୍କ ଆତଙ୍କ ବୃଦ୍ଧି ପାଇଛି । ଆଗରୁ କାଁ ଭାଁ କୁକୁର ଲୋକଙ୍କୁ ଗୋଡ଼ାଉଥିଲେ ବା କାମୁଡ଼ୁଥିଲେ । ହେଲେ ଶୁକ୍ରବାର ଏହାସୀମା ଅତିକ୍ରମ କରିଛି । ଅପରାହ୍ନ ୪ଟାରୁ ସନ୍ଧ୍ୟା ମଧ୍ୟରେ ପ୍ରାୟ ୫୦ଜଣଙ୍କୁ କୁକୁର କାମୁଡ଼ିଥିବା ସୁନ୍ଦରଗଡ଼ ମୁଖ୍ୟଚିକିତ୍ସାଳୟ ସୂତ୍ରରୁ ଜଣାପଡ଼ିଛି । ସହରର ମୁଣ୍ଡାପଡ଼ା, ବ୍ରାହ୍ମଣପଡ଼ା, ରିଜନ୍ ମାର୍କେଟ୍, ରଙ୍ଗାଡ଼ିପା, ସୁନାରୀପଡ଼ା ଆଦି ଅଞ୍ଚଳରେ କୁକୁରମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବାବେଳେ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି । ପୌରସଂସ୍ଥା ପକ୍ଷରୁ ତୁରନ୍ତ ଏଥିନେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି ।

0
0
0
s2sdefault