ହେଡଲାଇନସ୍:

ମହାଯୋଗୀ ମହର୍ଷି ଗିରୀସୂର୍ଯ୍ୟ ସ୍ୱାମୀଙ୍କ ମହାପ୍ରୟାଣ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା - ସୋହେଲା ଥାନା ନଅଗାଁ ଦଶମାଇଲ ଛକ ନିକଟସ୍ଥ ଗିରୀସୂର୍ଯ୍ୟ ସ୍ୱାମୀ ଆଶ୍ରମର ପ୍ରତିଷ୍ଠାତା  ମହର୍ଷି ଗିରୀସୂର୍ଯ୍ୟ ସ୍ୱାମୀ(ଶିବ ବାବା)ଙ୍କ ଆଜି ଭୋର ୨ଘଂଟା ୫୩ମିନିଟ ସମୟରେ ଦେହାନ୍ତ ହୋଇ ଯାଇଛି । ୧୯୫୩ ମସିହାରେ ଜଗତସିଂହପୁର ଜିଲା ନରସିଂହପୁରରେ ଜନ୍ମଗ୍ରହଣ କରିଥିବା ଗିରୀସୂର୍ଯ୍ୟ ସ୍ୱାମୀ ୧୨ବର୍ଷ ବୟସରେ ସନ୍ୟାସ ଧର୍ମ ଗ୍ରହଣ କରି ଘରୁ ବାହାରି ଆସିଥିଲେ । ୧୯୯୨ ମସିହାରେ ସେ ସୋହେଲା ନିକଟସ୍ଥ ଦଶମାଇଲ ଛକ ପାଖରେ ନଅଗାଁ ସୀମାରେ ଏକ ଆଧ୍ୟାତ୍ମିକ ଆଶ୍ରମ ସ୍ଥାପନ କରିବା ସହିତ ଶିକ୍ଷାର ବିକାଶ ପାଇଁ ନିଜସ୍ୱ ଉଦ୍ୟମରେ ଅଂଚଳବାସୀଙ୍କ ସହଯୋଗରେ ଗିରୀସୂର୍ଯ୍ୟ ସ୍ୱାମୀ ମାଧ୍ୟମିକ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିଥିଲେ । ଅଂଚଳରେ ବିଭିନ୍ନ ସମାଜସେବା କ୍ଷେତ୍ରରେ ନିଜକୁ ସାମିଲ କରି ଅଂଚଲବାସୀଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଥିଲେ । ଆଶ୍ରମରେ ନିଶୁଳ୍କ ସାପ୍ତାହିକ ଯୋଗ ଶିବିର ସହିତ ଗରିବ ଲୋକଙ୍କୁ ନିଶୁଳ୍କ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲେ । ଏହାଛଡା ।ାଶ୍ରମ ପରିସରରେ ଏକ ଜରାଶ୍ରମ ଓ ଯୋଗାଶ୍ରମ ପ୍ରତିଷ୍ଠା  ପାଇଁ ପରିକଳ୍ପନା କରିଥିଲେ ଯାହା କି ସେ କରି ପାରିଲେ ନାହିଁ । ଗତକିଛି ମାସ ହେବ ସେ ମଧୁମେହ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ । ଗତ୧୦ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କଳିଙ୍ଗ ହସପିଟାଲରେ ଭର୍ତି କରା ଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣଷି ପ୍ରକାର ସୁଧାର ନହେବାରୁ ତାଙ୍କର ଶେଷ ଇଚ୍ଛା ଅନୁସାରେ ଗତକାଲି ଦଶମାଇଲ ଆଶ୍ରମକୁ ଅଣାଯାଇଥିଲା । ସାଧୁ ସନ୍ଥଙ୍କ ରୀତିନୀତି ଅନୁସାରେ ୨୬ତାରିକ ଦିନ ଆଶ୍ରମ ପରିସରରେ ତାଙ୍କର ମହାସମାଧୀ ଅନୁଷ୍ଠିତ ହେବ ବୋଲି ତାଙ୍କର ଶିଶ୍ୟା ସୁଶ୍ରୀ ପ୍ରଞା ସରସ୍ୱତୀ ସୁଚନା ଦେଇଛନ୍ତି । ଦଶମାଇଲ ବାବାଙ୍କ ନାଁରେ ଅଂଚଳରେ ଜଣାଶୁଣା ଗିରୀସୂର୍ଯ୍ୟ ସ୍ୱାମୀଙ୍କ ଦେହାନ୍ତ ଖବର ଜଣା ପଡିବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଖବରପାଇ ବହୁ ସଂଖ୍ୟାରେ ତାଙ୍କର ଅନୁଗାମୀ ,ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ଆଶ୍ରମକୁ ଆସି ଅନ୍ତିମ ଦର୍ଶନ କରୁଛନ୍ତି ।    

0
0
0
s2sdefault