ହେଡଲାଇନସ୍:

ମିଳିଲା ନିଖୋଜ ଯୁବକଙ୍କ  ଝୁଲନ୍ତା ଶବ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ପାଇକମାଲ/ ଗୌରାଙ୍ଗ ଚରଣ ଦାଶ :-  22 ତାରିଖ ସକାଳ ପ୍ରାୟ 11 ଘଣ୍ଟା ସମୟରେ ପାଇକମାଲ ନିକଟସ୍ଥ କେନାବୁଡା ଗ୍ରାମରେ ଅଭେଲ ବରିହା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କର ପୁଅ ଭୀଷ୍ମ ବରିହା ଗତ 19 ତାରିଖରୁ ନିଖୋଜ ଅଛନ୍ତି ବହୁ ଖୋଜାଖୋଜି କରିବା ପରେ ଆଜି କୋକନରା ଗ୍ରାମର ସୀମା ରେ ଏକ କରଲା ଗଛ ରେ ତାର ଶବ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଙ୍କର ନିର୍ଦେଶ କ୍ରମେ ASI ପ୍ରକାଶ ଭୋଇ ଘଟଣା ସ୍ଥଳ କୁ ପହଞ୍ଚି ଝୁଲନ୍ତା ଶବକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଦ୍ମପୁର ଡାକ୍ତର ଖାନକୁ ପଠାଇ ଦେଇଥିଲେ । ଶବ ବ୍ୟବଛେଦ ସରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ମାମଲାରେ ପାଇକମାଲଥାନାରେ ଅପମୃତ୍ୟୁ ମାମଲା 19 ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା କେଶ ଦାଇତ୍ୱ ରେ ଥିବା  ଅଧିକାରୀ ପ୍ରକାଶ  ଭୋଇ ଜଣାଇଛନ୍ତି ।

0
0
0
s2sdefault