ହେଡଲାଇନସ୍:

ଜନ୍ମଦାତ୍ରୀର ବୁକୁ ଫଟା ଚିତ୍କାର : ଧନରେ.... ତୁ କୁଆଡେ ଗଲୁରେ...

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଳ  ଦଶହରା, ନିରବ ନିର୍ମଳା : ଏକା ସ୍ମଶାନରେ ଜଳିଲେ ବାପା, ମା ଓ ଝିଅ

 ପିପିଲି-  ଧନ ତୁ କୁଆଡେ ଗଲୁରେ....ମୁଁ କେମିତି ବଞ୍ଚିବିରେ....ମତେ ଯାହା ମରଣ ହେଲାଣି....ବୁକୁ ଫଟା ଚିତ୍କାର କରି ଭୁଇଁରେ ଲୋଟି ପଡୁଛି ମା ବୁଢୀଟିଏ | ଗାଁଲୋକଙ୍କ ଆଖିରେ ଲୁହ, ଆଉ କୋହରେ ଫାଟି ପଡୁଥିଲା ନିର୍ମଳା ଗାଁ | ଆଉ ଶ୍ରେୟାକୁ, ପୁଅକୁ ବୋହୂକୁ ବାହୁନି ବାହୁନି ଝୁରି ଝୁରି ସଂଜ୍ଞାହୀନ ମା । ଦଶହରା ଗହଳ ଚହଳରେ ଉଛୁଳି ପଡୁଥିବା ନିର୍ମଳା ଗାଁରେ କାନ୍ଦ ରୋଳ |  କେହି ସହଜରେ ବିଶ୍ୱାସ କରି ପାରୁନାହାନ୍ତି ସେମାନଙ୍କ ଆଖିକୁ, ସ୍ବପ୍ନ ପରି ଲାଗୁଛି | ଏଇ କେଇ ଘଣ୍ଟା ତଳେ କୁନିଝିଅ ଶ୍ରେୟା ଗାଆଁରୁ ବାହାରି ଯାଇଥିଲା ତା ବାପା ମା ଆଉ ଆଈଙ୍କ  ସହ ଦଶହରା ମେଢ଼ ଦେଖିବାକୁ | ସେଇ କୁନିଝିଅ ଏବେ ସୋଇଛି ତା ବାପାମାଙ୍କ ସହ ଯେ ଆଉ ଉଠୁନି | ଗୋଟିଏ ମଶାଣିରେ ଜଳିଗଲେ ବାପା ମା ଆଉ ନିଷ୍ପାପ ଶ୍ରେୟା, କାହା ପାଟିରୁ କଥା ବାହାରୁନଥିଲା | ଆଖିରୁ ଧାର ଧାର ହୋଇ ଲୁହ ଝରୁଥିଲା, ସମସ୍ତେ ସତେ ଯେମିତି ନିର୍ବାକ ହୋଇ ପଡ଼ିଥିଲେ ଜୁଇ ଜଳିଲା ବେଳେ |

ଗତକାଲି ପିପିଲି ଥାନା ସିଫା ମେନଗେଟ ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିଲା,  ଯେଉଁଥିରେ କାରରେ ଥିଲେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ, ସେମାନଙ୍କର ୨ ବର୍ଷର ଝିଅ ଏବଂ ଝିଅର ଆଈ । ପିପିଲି ବ୍ଲକ ତେଇସିପୁର ପଂଚାୟତ ନିର୍ମଳା ଗାଁରୁ ସମସ୍ତେ କାରରେ ବାହାରି  ଭୁବନେଶ୍ୱରରେ ବିଭିନ୍ନ ପୁଜା ମଣ୍ଡପରେ ବୁଲା ବୁଲିସାରି ଘରକୁ ଫେରୁଥିଲେ | ହେଲେ ସେ ଦଶହରା ସେମାନଙ୍କ ଜୀବନରେ ଶେଷ ଦଶହରା ହେବା ବୋଲି ସେମାନେ ଭାବି ନଥିଲେ | ହଠାତ କାରର ଚକା ଫାଟି ଯାଇଥିଲା । ଗୋଟିଏ ବାଇକକୁ ଧକ୍କା ଦେଇ କାରଟି ନାଳରେ ଖସି ପଡିଥିଲା | ଆଉ ସେ ନାଳରେ ଗଡିଭିତରେ ଶ୍ୱାସରୁଦ୍ଧହୋଇ ପ୍ରାଣ ହରାଇଥିଲେ  ନିର୍ମଳା ଗାଁର ଅନିରୁଦ୍ଧ ବାରିକ (୨୪), ପତ୍ନୀ ଦିପାଞ୍ଜଳୀ (୨୩) , ୨ବର୍ଷର କୁନି ଝିଅ ଶ୍ରେୟା ଓ ଦିପାଙ୍କ ମା’ ନେତ୍ରମଣୀ । ଏକମାତ୍ର ପୁଅ, ବୋହୁ ଓ ନାତୁଣୀକୁ ହରାଇ ଅନିରୁଦ୍ଧଙ୍କ ମା’ ସଂଯୁକ୍ତା ସତେ ଯେମିତି ଜଡ଼ ପାଲଟି ଯାଇଛନ୍ତି  । ଏମିତି ଯେ ତାଙ୍କର ହସିଲା ପୁରିଲା ସଂସାର ମୁହୂର୍ତକ ଭିତରେ ଉଜୁଡି ଯିବା ସେ ସ୍ୱପ୍ନରେ ବି କଳ୍ପନା କରିନଥିଲେ | ପାଟି ସିନା ଖୋଲୁନି ହେଲେ ଆଖିରୁ ଧାର ଧାର ଲୁହ ବୋହି ଲୁଗାକାନିଟାକୁ ଓଦା କରି ଦେଉଛି ।  

0
0
0
s2sdefault