ହେଡଲାଇନସ୍:

ବସ୍ ଓଲଟି 5 ଗୁରୁତର , 6 ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବୌଦ୍ଧ(ସିମୁନ୍ ନାଏକ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ ସଙ୍କୁରି ଆରଡ଼ି ରୋଡ଼ ରେ ଏକ ବସ ଓଲଟି ପଡ଼ିଥିବା ଜଣାପଡ଼ିଛି l ପ୍ରାପ୍ତସୂଚନାନୁଯାୟୀ ବୌଦ୍ଧ ରୁ ଯାବର ଅଭିମୁଖେ ଯାଉଥିବା ଓଁକାର ନାମକ ଯାତ୍ରୀବାହୀ ବସ କୁଶଙ୍ଗ ପଞ୍ଚାୟତ ସଙ୍କୁରି ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିବାରୁ ୫ ଗୁରୁତର ଆହତ ହୋଇଥିବା ବେଳେ ୬ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି l ଖବର ପାଇ ହରଭଙ୍ଗା ସ୍ଥିତ ଚାରିଛକ  ଦମକଳ  ବାହିନୀ ଘଟଣାସ୍ଥଳରେ ପହଁଚି ଗୁରୁତ୍ୱରଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଘଟଣାସ୍ଥଳରେ ହରଭଙ୍ଗା ପୋଲିସ୍ ପହଁଚି କୋସ୍ ନଂ 60/2018 ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ହରଭଙ୍ଗା ଥାନାଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ନେଇଛନ୍ତି | 

0
0
0
s2sdefault