ହେଡଲାଇନସ୍:

ମାତ୍ର ମାସେ ପରେ ଅଚଳ : ପ୍ରକଳ୍ପରୁ ବାହାରୁନି ପାଣି, ଲୋକେ ହରବର  

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ କଦଳୀଗଡ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମିତ ହୋଇଥିବା ଏକ ପ୍ରକଳ୍ପରୁ ଟୋପାଏ ଜଳ ମଧ୍ୟ ମିଳୁ ନାହି I ମାତ୍ର ୧ମାସ ପୂର୍ବେ ପ୍ରତିଷ୍ଠା ହୋଇଥିବା ଏହି ପ୍ରକଳ୍ପରୁ ଗତ ୫ ଦିନରୁ ଅଧିକ ହେଲାଣି ପାଣି ଟୋପେ ବି ମିଳୁ ନାହିଁ I ଫଳରେ ସ୍ଥାନୀୟ ଲୋକ ମାନେ ବିଶୁଦ୍ଧ ପାଣି ପିଇ ବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି I ସୂଚନା ଅନୁସାରେ ,୧୪ତମ ସିଏପିଓ ଅନୁଦାନ ରେ ପ୍ରାୟ ୨ଲକ୍ଷ ଟଙ୍କା ବିନି ମୟରେ କଦଳୀଗଡ ପଞ୍ଚାୟତରେ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମିତ ହୋଇଥିଲା I ମାତ୍ର ଏକ ମାସ ତଳେ ନିର୍ମିତ ଏହି ପ୍ରକଳ୍ପ ରୁ ପାଣି ନ ମିଳିବା ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଛି I ବୌଦ୍ଧ - ରେଢାଖୋଲ ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ପଥଚାରିମାନେ ଏହି ପ୍ରକଳ୍ପ ଉପରେ ନିର୍ଭରଶୀଳ I ତେଣୁ ଗତ ୫ ଦିନରୁ ଉର୍ଦ୍ଧ ହେବ ଏଥିରୁ ପାଣି ନମିଳିବା କାରଣ ରୁ ଲୋକ ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି I 

ଏହି ପ୍ରକଳ୍ପ ଟି ଅଚଳ ହୋଇଥିଲେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୁବ୍ୟବସ୍ଥା କରାଯାଉ ନାହିଁ I ଏନେଇ ପଞ୍ଚାୟତର ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଲେ ଯେ , ଯଦି ପାଣି ବାହାରୁ ନାହିଁ , ତେବେ ଏହାର ପ୍ରତିକାର କରାଯିବ ବୋଲି ଏକ ଖାମଖିଆଲି ଉତ୍ତର ଶୁଣିବାକୁ ମିଳିଥିଲା I ତେଣୁ ଏଦିଗରେ ବିଭାଗୀୟ କତ୍ତୁପକ୍ଷ ଦୁଷ୍ଟି ଦେଇ , ଏହି ପାନୀୟ ପ୍ରକଳ୍ପ କୁ କାର୍ଯ୍ୟ କ୍ଷକ କରିବାକୁ ସାଧାରଣ ରେ ଦାବି ହେଇଛି I

 

0
0
0
s2sdefault