ହେଡଲାଇନସ୍:

ମୋ ସରକାର କଣ ଦେଖିବା ଆସ, ଉଜାଣି ଉଠୁଛି ଏଠି ବିକାଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନାଳ ପାଣି ପିଇ  ବଞ୍ଚିଛନ୍ତି  ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ୪୦ଟି ପରିବାର

Baripada (ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧ୍ୟୁସିତ ମୟୁରଭଞ୍ଜ ଜିଲ୍ଲା ଆଜି ବି ଅବହେଳିତ । ମିଳି ପାରୁନାହିଁ ସରକାରଙ୍କ ଜନହିତକର ଯୋଜନା । ଆମେ କହୁଛୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ରାଜସ୍ୱ ଓ ବିପର୍ଯ୍ୟୟ ତଥା ଟାଣୁଆ , ଲୋକପ୍ରିୟ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀ ପାତିହିଞ୍ଜା ପଂଚାୟତ ଅନ୍ତର୍ଗତ କଡିଆପାଳ ସିଂ ସାହିର କଥା । ସେଠାରେ ବସବାସ କରୁଥିବା ୪୦ ଟି ଅନୁସୂଚିତ ଜନଜାତି କୋହ୍ଲ ପରିବାରର ୨୦୦ରୁ ଅଧିକ ଲୋକ ଦିର୍ଘ ୮ ମାସ ହେଲାଣି ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ବାରମ୍ବାର ସରପଞ୍ଚ ,ବିଡିଓ ଓ ପ୍ରଶାସନ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଦୁଇଟି ନଳକୁପ ଅଚଳ ହୋଇଯିବାରୁ  ଗୋଟିଏ ନୂଆ ନଳକୂପ ବସା ଗଲା,  କିନ୍ତୁ ଦୁର୍ଭାଗ୍ୟର ବିଷୟ ଉକ୍ତ ନଳକୂପ ବସିବାର  ମାତ୍ର ତିନିମାସ ପରେ ଅଚଳ ହୋଇପଡିଲା । ନିକଟରେ ଆଉ କୈାଣସି ସରକାରୀ ନଳକୂପ କିମ୍ବା କୂପ ନଥିବାରୁ ପାଣି  ପାଇଁ ସେମାନଙ୍କୁ ଦୂରରେ ଥିବା ଏକ ଖାଳ ଉପରେ ନିର୍ଭର କରିବାକୁ ପଡୁଛି । ଯେଉଁ ଖାଳର ପାଣିରେ ଲୋକ ସ୍ନାନ  କରିବା ସାଙ୍ଗକୁ ଲଗାପଟା  ଧୁଆ ଧୁଇ କରିଥାନ୍ତି ସେହି ପାଣିକୁ ଜଳକୁ ସେମାନେ ପିଇବା ପାଣି ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ପାଣିରେ ବିଭିନ୍ନ ପ୍ରକାରର ଜୀବାଣୁ ମିଶି ରହିବା ଫଳରେ  ଅନେକ ସମୟରେ ଲୋକମାନେ ରୋଗାକ୍ରାନ୍ତ ହୋଇପଡୁଥିବାର  ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

  ଏବାବଦରେ ପାତିହିଞ୍ଜା ପଂଚାୟତର ପିଇଓ ଆସନ୍ତା ୭/୮ ଦିନ ମଧ୍ୟରେ ଅଚଳ ହୋଇଥିବା ଏକ ନଳକୂପ ମରାମତି  କରାଯାଇ ସେମାନଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ।  ଏହାହିଁ ମୁଖ୍ୟମନ୍ତ୍ରୀ ନବୀନଙ୍କ ମୋ ସରକାର କାର୍ଯ୍ୟକ୍ରମର ସଫଳତା ।

0
0
0
s2sdefault