ହେଡଲାଇନସ୍:

 ଛିଃ ଛିଃ ଛିଃ : ସତ ଯଦି ଅକ୍ଷମଣୀୟ, ଶିକ୍ଷାମନ୍ଦିରରେ କଳଙ୍କ ଦାଗ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

୬ ଦିନ ହେଲା ଚୁପ ବସିଗଲେ କଲେଜ କର୍ତ୍ତୃପକ୍ଷ 

 ଛାତ୍ର ଆନ୍ଦୋଳନ ପରେ ଜେଲ ହଳେ ଅଣ୍ଡିଆ ସାର 

ବାରିପଦା(ଦିଲ୍ଲୀପ ମହାନ୍ତି )- ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ସହ ତୁଳନା କରାଯାଇଥିବା ବେଳେ ଶିକ୍ଷା ଅନୁଷ୍ଠାନ ଏକ ପବିତ୍ର ମନ୍ଦିର । ଏହି ପବିତ୍ରତାରେ ଲାଗିଛି କଳଙ୍କର ଛିଟା । ଜଣେ ନଷ୍ଟ ଚରିତ୍ର ଅଧ୍ୟାପକଙ୍କ କଳାକାରନାମା ପଦାକୁ ଆସିଛି । ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀ ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ନ୍ୟାୟ ପାଇବା ପାଇଁ ଛାତ୍ରଛାତ୍ରୀମାନେ ଆନେ୍ଦାଳନକୁ ଉହ୍ଲାଇବାକୁ ପଡ଼ିଛି । ଶେଷରେ ରଙ୍ଗୀଲା ଅଧ୍ୟାପକଙ୍କୁ  । ଏହି ପ୍ରକାରର କଳଙ୍କର ବୁଝ ମୁଣ୍ଡାଇଥିବା ବ୍ୟକ୍ତି ଜଣକ ହେଲେ ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ତଥା ସହକାରୀ ପ୍ରଫେସର ବାଲେଶ୍ୱର ଜିଲ୍ଲା ବାଲିଆପାଳ ମାଛଡ଼ଙ୍କା ଅଞ୍ଚଳର ବିଦ୍ୟାଧର ଅଣ୍ଡିଆ । 

             ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ନଭେମ୍ବର ୧୫ ଶୁକ୍ରବାର ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ବିଦ୍ୟାଧର ଅଣ୍ଡିଆ ସ୍ୱତନ୍ତ୍ର କ୍ଲାସ ନେବା ନିମନ୍ତେ ଇଂରାଜୀ ସ୍ନାତକୋତ୍ତର ବିଭାଗରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଡ଼ାକିଥିଲେ । ମାତ୍ର ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଆସିବା ପୂର୍ବରୁ ଜଣେ ଛାତ୍ରୀ ସର୍ବ ପ୍ରଥମେ ପହଁଞ୍ଚିଥିଲେ । ଉକ୍ତ ଇଂରାଜୀ ସ୍ନାତକୋତ୍ତର ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରୀଙ୍କୁ ଏକାକୀ ଦେଖିବା ପରେ ମହାବିଦ୍ୟାଳୟର ଇଂରାଜୀ ବିଭାଗର ସହକାରୀ ପ୍ରଫେସର ତଥା ଏଚଓଡ଼ି ବିଦ୍ୟାଧର ଅଣ୍ଡିଆ ଛାତ୍ରୀଙ୍କ ସହ ବଳପୂର୍ବକ ଅସଦାଚରଣ କରିଥିଲେ । ଅନ୍ୟ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟରେ ପହଁଞ୍ଚି ଘଟଣା ବିଷୟରେ ଅବଗତ ହେବା ପରେ ଏମପିସି(ସ୍ୱଂ) ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । ତୁରନ୍ତ ଅଭିଯୁକ୍ତ ସହକାରୀ ପ୍ରଫେସର ବିଦ୍ୟାଧରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଝରଣା ବେହେରାଙ୍କ ନିକଟରେ ଦାବି କରିଥିଲେ । ନଚେତ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ଅଧ୍ୟକ୍ଷା ଶ୍ରୀମତୀ ବେହେରା ସ୍ୱତନ୍ତ୍ର କମିଟି ଗଠନ କରି ୱିମେନ ହାରସମେଣ୍ଟ ସେଲରେ ଅଭିଯୋଗର ବିଚାର କରାଯିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଘଟଣାକୁ ୬ ଦିନ ଅତିକ୍ରାନ୍ତ ହୋଇ  ସାରିଥିଲେ ମଧ୍ୟ ଅଧ୍ୟକ୍ଷା ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକରିବାରୁ ନଭେମ୍ବର ୨୧ ଗୁରୁବାର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଆନେ୍ଦାଳନ ଆରମ୍ଭ କରିଥିଲେ । ଖବରପାଇ ଅଭିଯୁକ୍ତ ସହକାରୀ ପ୍ରଫେସର ମହାବିଦ୍ୟାଳୟର ଏକ କୋଠରୀ ମଧ୍ୟରେ ଲୁଚି ଯାଇଥିଲେ । ଶେଷରେ ତାଙ୍କୁ ଖୋଜି ବାହାର କରାଯାଇ ଅଧ୍ୟକ୍ଷାଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ବାରିପଦା ଟାଉନ ଥାନା ପୁଲିସ ମଧ୍ୟ ମହାବିଦ୍ୟାଳୟରେ ପହଁଞ୍ଚି ଅଭିଯୁକ୍ତ ବିଦ୍ୟାଧର ଅଣ୍ଡିଆଙ୍କୁ ଥାନାକୁ ନେଇ ଆସିଥିଲେ । ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ବାରିପଦା ଟାଉନ ଥାନାରେ ଆଇପିସି ଧାରା ୩୪୧, ୩୫୪(ଏ) ଓ ୫୦୬ ଅନୁସାରେ କେଶନଂ ୩୫୬/୨୦୧୯ରେ ମାମଲା ରଜୁ କରାଯାଇ ଅଭିଯୁକ୍ତ ବିଦ୍ୟାଧରଙ୍କୁ ଗିରଫ କରାଯାଇଥିବାର ଜଣାପଡ଼ିଛି । 

 

 

 

 

 

 

 

   

0
0
0
s2sdefault