ହେଡଲାଇନସ୍:

କୂଅରୁ ମିଳିଲା ନିଖୋଜ ଶିଶୁର ମୃତଦେହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଟଲି ; ଭଟଲି ବସ୍ତିର ସୁଶିଲ ପଣ୍ଡାଙ୍କ ଅଢେଇ ବର୍ଷର ପୁଅକୁ ସୋମବାର ସନ୍ଧ୍ୟାରେ ମୃତାବସ୍ଥାରେ ଏକ ପରିତ୍ୟକ୍ତ କୂଅ ଭିତରୁ ପୋଲିସ ଉଦ୍ଧାର କରିଛି । ସକାଳ ପ୍ରାୟ ୧୧ ଟା ରୁ ନିଖୋଜ ଥିବା ଏହି ଶିଶୁକୁ ସମସ୍ତେ ଖୋଜାଖୋଜି କରିଥିଲେ । କୌଣସି ଖୋଜଖବର ନ ପାଇବାରୁ ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ । ପରେ ପୋଲିସ, ଦମକଳ ବାହିନୀ ଓ ଗ୍ରାମବାସୀଙ୍କ ସହାୟତାରେ ଉକ୍ତ ଶିଶୁର ମୃତଦେହ ଘର ନିକଟରେ ଥିବା କୂଅ ଭିତରୁ ଉଦ୍ଧାର କରାଯାଇଥିଲା । ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ ପଠାଇଛି ।

0
0
0
s2sdefault