ହେଡଲାଇନସ୍:

ମାତିଛନ୍ତି ବାଲି ମାଫିଆ, ପ୍ରଶାସନ କେବେ ଲଗାଇବ ଅଙ୍କୁଶ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣୁପୁର ରୁ ମାଧବ ବିଡିକା: ବଂଶଧାରା ନଦୀ ବାଲି ପଟାରୁ  ବେଆଇନ ଭାବେ ଜେସିବି ଦ୍ୱାରା ବାଲି ବାହାର କରି ଟ୍ରାକ୍ଟର  ସାହାଯ୍ୟରେ ବାଲି ଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା  । ନଦୀ ଗର୍ଭରୁ ଜେସିବି ଦ୍ୱାରା ବାଲି ବାହାର କରିବା ପରେ ନଦୀ ଗର୍ଭର କେତେ ଗଭୀର ରୁ ବାଲି ବାହାର କରାଯାଇଛି । ଏହାର ମାପ ନେବାର ନିର୍ଦ୍ଦେଶ ମାନ୍ୟବର ଅଦାଲତ ଦେଇଥିବା କୁହାଯାଉଥିବା ବେଳେ ଏହି ଅର୍ଥକୁ କଦାର୍ଥ କରି ଏମିତି ବେଆଇନ କାରବାର କରାଯାଉଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ଉପାନ୍ତ ଆନ୍ଧ୍ର ରେ ବାଲି ନ ମିଳୁଥିବାରୁ ବର୍ତ୍ତମାନ ଏହା ଆନ୍ଧ୍ରକୁ ଚାଲାଣ ହେଉଥିବା ଅନୁମାନ କରାଯାଉଛି । ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ଏହାର ଯଥାଶୀଘ୍ର  କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରାଯାଉଛି । ଏହି ଘଟଣା ନେଇ ସ୍ଥାନୀୟ ଉପ ଜିଲ୍ଲାପାଳ , ଅତିରିକ୍ତ ତହସିଲଦାର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଯୋଗାଯୋଗ କରିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ

0
0
0
s2sdefault