ହେଡଲାଇନସ୍:

ଅନୁସୂଚିତ ଜାତି ଭାଇ ଭଉଣୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡିର ଲଢେଇ ଜାରି ରହିବ.ନବୀନ ପଟ୍ଟନାୟକ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ ବୈଠକ.


ଭୁବନେଶ୍ୱର:  ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ ର ବୈଠକ ଆଜି ଶଙ୍ଖ ଭବନ ରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି .

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ ଅନୁସୂଚିତ ଜାତି ଲୋକଙ୍କ କଲ୍ୟାଣ ପାଇଁ ବିଜେଡିର ପ୍ରତିଶୃତି ଦୋହରାଇଥିଲେ | ଆଗାମୀ ଦିନରେ ବିଜେଡି ଅନୁସୂଚିତ ଜାତି ବର୍ଗ ର ଭାଇଭଉଣୀ ମାନଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ତାର ଲଢେଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ |

ଏହି ବୈଠକରେ ଅନୁସୂଚିତ ଜାତି ବର୍ଗ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟ ତଥା ସେଲକୁ ଅଧିକ ଶକ୍ତିଶାଳୀ କରାଯିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା |

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ଗଣେଶ୍ୱର ବେହେରା,ଶ୍ରୀ ମହେଶ ସାହୁ,ଶ୍ରୀମତୀ ପ୍ରମିଳା ମଲ୍ଲିକ,ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ |
ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ.ପୂର୍ବତନ MP Dr ରାଜଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ | 

0
0
0
s2sdefault