ହେଡଲାଇନସ୍:

ଧରମବନ୍ଧା ଗ୍ରାମରେ ବାଘ ଆତଙ୍କ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା.(ଅମିତ ପୁରୋହିତ); ନୂଆପଡା ବ୍ଲକ ଅନ୍ତର୍ଗତ ଧରମବନ୍ଧା ଗ୍ରାମରେ ବାଘର ଆତଙ୍କରେ ଗାଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ସୂଚନା ମୁତାବକ ଗାଁ ର ଜଣେ ଗାଈ ଚରୁଆଳ ପୁନାରାମ ରାଉତ ପାଖ ଜଙ୍ଗଲକୁ ନେଇ ଗାଈ ଚରାଇବା ବେଳେ ହଠାତ ୨ ଟି କଲରାପତରିଆ ବାଘ ଗୋଟିଏ ଗାଈକୁ ତା ଆଖି ସାମନାରେ ଆକ୍ରମଣ କରି ଜଙ୍ଗଲ ଭିତରକୁ ଘୋଷାରି ନେଇଥିଲେ । ଭୟରେ  ପୁନାରାମ ବାକି ଗାଈକୁ ଆଡେଇ ଗାଁ କୁ ଫେରାଇଆଣିଥିଲା ଏବଂ ସବୁ କଥା ଗ୍ରାମବାସୀ ଙ୍କୁ ଜଣାଇ ଥିଲା । ପରେ ବାଘ ଟାଣି ନେଇଥିବା ଗାଈଟି ସ୍ଥାନୀୟ ସରପଞ୍ଚ ପ୍ରକାଶ କଲାରଙ୍କ ବୋଲି ଜଣା ପଡିଥିଲା । ରାତି ହୋଇଯାଇଥିବାରୁ ଜଙ୍ଗଲକୁ ଗାଈ ଖୋଜିଯିବା ପାଇଁ କେହି ଆଉ ସାହଶ କରି ନ ଥିଲେ । ସକାଳେ ଶ୍ରୀ କଲାର ଓ କିଛି ଗ୍ରାମବାସୀ ପୁନାରାମକୁ ସାଥି ରେ ନେଇ ଗାଈ କୁ ଖୋଜିବା ପାଇଁ ବାହାରିଥିଲେ । ପୂର୍ବ ଦିନ ଚରୁଥିବା ସ୍ଥାନରୁ ଅନତି ଦୂରରେ ଗାଈର ମୃତ ଦେହ ପଡିଥିବାର ଦେଖିଥିଲେ । ବାଘ ଦୁଇଟି ଗାଈଟି ର ଅଧା ଶରୀରକୁ ଖାଇ ଦେଇଥିଲେ । ଶ୍ରୀ କଲାର ଜଙ୍ଗଲ ବିଭାଗକୁ ଖବର ଦେବାରୁ ସୁନାବେଡା ବନଖଣ୍ଡ ବିଭାଗର ଫରେଷ୍ଟର ନୂଆରାମ ମାଝୀ ଓ ଗାଡର୍୍ ଫାଣ୍ଟମ କୁଲଦିପ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଶ୍ରୀ ମାଝୀଙ୍କ କହିବା ଅନୁସାରେ ୨ ଟି କଲରାପତରିଆ ବାଘ ଗାଈକୁ ଆକ୍ରମଣ କରି ମାରି ଖାଇଛନ୍ତି ଓ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ କ୍ଷତି ପୂରଣ ଦିଆଯିବାର ବ୍ୟବସ୍ଥା କରାଯିବ ।  ଏହି ଘଟଣା ଯୋଗୁଁ ଧରମବନ୍ଧା ଗ୍ରାମରେ ବାଘ ଆତଙ୍କ ର ଲହରି ଖେଳିଯାଇଛି । ସିଲଦା, ଓ କୁକୁଡାତାଲ ଗ୍ରାମ ପରେ ଧରମବନ୍ଧା ଗ୍ରାମରେ ବାଘ ଆତଙ୍କ ଦେଖାଯାଇଛି । ଫରେଷ୍ଟର ଶ୍ରୀ ମାଝୀ ପାଖ ଜଙ୍ଗଲକୁ ନ ଯିବା ଓ ରାତ୍ର ସମୟରେ ଏକୁଟିଆ ବାହାରକୁ ନ ଯିବା ପାଇଁ ଗ୍ରାମବାସୀ ଙ୍କୁ ଅନୁରୋଧ କରିଛନ୍ତି ।   

 

0
0
0
s2sdefault