ହେଡଲାଇନସ୍:

ଗ୍ରାମକୁ ସୁନ୍ଦର , ସ୍ୱଚ୍ଛ ଓ ସୁସ୍ଥତା ରଖିବା ପାଇଁ ଅଣ୍ଟା ଭିଡି ପ୍ରୟାସ ଜାରି ରଖିଛନ୍ତି ଏକ ଡାକ୍ତର ପରିବାର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେ. ସିତାପୁର ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର କେ.ସିତାପୁର ଗ୍ରାମରେ ରବିବାର ଦିନ ଚରତି ଶିକ୍ଷା ଓ ସଂସ୍କୃତି ସଦନ ପକ୍ଷରୁ "ସ୍ୱଚ୍ଛ ଭାରତ ଅଭିଯାନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଗ୍ରାମର ଶତାଧିକ ମହିଳା ପୁରୁଷ,କୁନା କୁନି ସମସ୍ତେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।  ଗ୍ରାମକୁ ସୁନ୍ଦର , ସ୍ୱଚ୍ଛ ଓ ସୁସ୍ଥତା ରଖିବା ପାଇଁ ଅଣ୍ଟା ଭିଡି ପ୍ରୟାସ ଜାରି ରଖିଛନ୍ତି ଏକ ଡାକ୍ତର ପରିବାର । ଗ୍ରାମରେ ପରିବେଶ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେଇ ଗ୍ରାମକୁ ଅଳିଆ ଆବର୍ଜନା ମୁକ୍ତ କରି ନିରୋଗ ଜୀବନ ଯାପନ କରିବା ସହ ଦେଶର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛତା ଓ ସୁସ୍ଥତାର ବାର୍ତ୍ତା ନେଇ ଆରମ୍ଭ କରିଛନ୍ତି ବିଭିନ୍ନ କାର୍ଯ୍ୟକ୍ରମ ।

       କେ . ସୀତାପୁର ଗ୍ରାମରେ ଥିବା  ୧୧ ଟି ସାହି-ବସ୍ତିରେ  ପ୍ରାୟ  ଏକ ହଜାର ପରିବାରର ୪ ହଜାରରୁ ଅଧିକ ଲୋକେ ବସବାସ କରନ୍ତି  । ଏହି ଗ୍ରାମରେ ଚରତି ଶିକ୍ଷା ଓ ସଂସ୍କୃତି ସଦନ ନାମରେ ଏକ ସମାଜ କଲ୍ୟାଣ ଅନୁଷ୍ଠାନ ରହିଛି । ଏହି ଅନୁଷ୍ଠାନ ପକ୍ଷରୁ ଗ୍ରାମର ସବୁ ବର୍ଗର ଲୋକମାନଙ୍କୁ ଯଥା ଗ୍ରାମବାସୀ , ମହିଳାମଣ୍ଡଳୀ ସଦସ୍ୟା , ଯୁବକଯୁବତୀ ଓ ଛୋଟ ପିଲାମାନଙ୍କୁ  ଏକତ୍ରିତ କରି ସ୍ୱଚ୍ଛତା ଓ ସୁସ୍ଥତାର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରାଇବା ସହ ତାଙ୍କରି ମାଧ୍ୟମରେ ଗ୍ରାମବାସୀ ମାନଙ୍କୁ ମଧ୍ୟ ସଚେତନ କରାଉଛନ୍ତି ।

ଏମିତିକି ଗ୍ରାମରେ ସେମାନଙ୍କ ଦ୍ବାରା ସଚେତନତା ଶୋଭାଯାତ୍ର ବାହାର କରି ସମସ୍ତ ସାହିର ଗଳି କନ୍ଦିକୁ ଯାଇ  ଜନ ସଚେତନତା କରାଉଛନ୍ତି।   ଗ୍ରାମରେ ରହିଥିବା ଅପରିଷ୍କାର ସ୍ଥାନ ତଥା ଅଳିଆ ଆବର୍ଜନ ପଡିଥିବା ସ୍ଥାନକୁ ଯାଇ କୁଡି-ଛାଞ୍ଚୁଣୀ ଓ ଡଲା ଧରି  ମନରେ ସ୍ୱଚ୍ଛତା ଓ ପରିଷ୍କାର ମନୋଭାବ ରଖି ସଫାସୁତୁରା କରିଥିଲେ ।

    ଏ ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷାରେ ସ୍ୱଚ୍ଛ ଭାରତ ଗଠନ ପାଇଁ ସ୍ୱଚ୍ଛତା ହିଁ ପବିତ୍ରତା ,ପବିତ୍ର ଓ ସ୍ୱଚ୍ଛ ଭାରତ ଗଠନ ଲକ୍ଷ ନେଇ ଆମର ଏହା ଛୋଟିଆ ପ୍ରୟାସ ବୋଲି ଚରତି ଶିକ୍ଷା ଓ ସଂସ୍କୃତି ସଦନ ଅନୁଷ୍ଠାନର ସଭାପତି ନୀଳମାଧବ ଚରତି  କହିଛନ୍ତି।  ଆମ ଗାଁ କେ . ସୀତାପୁର ସବୁ ଦିନ ପାଇଁ ସ୍ୱଚ୍ଛ ଓ ସୁସ୍ଥ ହୋଇ ରହିବ , ଏହି ଲକ୍ଷ ନେଇ ଆମେ ଦଳବଦ୍ଧ ହୋଇ ସାହି ସାହି ବୁଲି ସ୍ୱଚ୍ଛତା ଓ ସୁସ୍ଥତା ଉପରେ ସଚେତନତା କାର୍ଯ୍ୟକ୍ରମ ସହିତ ସଫେଇ କାର୍ଯାକ୍ରମ ସବୁ କରାଯାଉଛି ।

     ଏହି ଅବସରରେ ଗ୍ରାମରେ ଏକ ସଚେତନତା  ସଭା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ଗ୍ରାମର ଡାକ୍ତର ଓ ସମାଜସେବୀ ମାନଙ୍କୁ ନେଇ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ଓ ମହିଳା ମଣ୍ଡଳୀ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।  ମୁଖ୍ୟତଃ ସ୍ୱଛ୍ୱତା କ'ଣ , ଏହାର ଆବଶ୍ୟକତା କାହିଁକି , ସ୍ୱଚ୍ଛ ପରିବେଶ ଠିକ ନ ରହିଲେ  ମନୁଷ୍ୟ ଶରୀରରେ କିଭଳି କୁ-ପ୍ରଭାବ ପଡିଥାଏ ତା'ର ବିଭିନ୍ନ ଦିଗ ଉପରେ ବୁଝାଇ  ସମସ୍ତଙ୍କୁ ସଚେତନ କରାଯାଇଥିଲା। 

    ଏହି ସଚେତନତା ସଭା କାର୍ଯ୍ୟକ୍ରମରେ ଡାଃ ନରସିଙ୍ଘ ଚରତି , ଡାଃ ନବନିତ କୃଷ୍ଣଚନ୍ଦ୍ର  ବାନୁବନ୍ଧ , ଡାଃ କୁଞ୍ଜ ବିହାରୀ ଚରତି , ସମାଜ ସେବୀ ଦାରପୁ କୃଷ୍ଣମୂର୍ତ୍ତି , ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନୀଳ ମାଧବ ଚରତି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ ।

0
0
0
s2sdefault