ହେଡଲାଇନସ୍:

ବୁଲିଲା ଅଦୃଶ୍ୟ ଖଣ୍ଡା : ଗଡ଼ିଲା 6 ମୁଣ୍ଡ, 5 ଜଣଙ୍କ ଅବସରକାଳୀନ ଦାନାପାଣି ବନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ): ଏବେ ଗତକିଛି ଦିନ ହେବ ରାଜ୍ୟ ସରକାରଙ୍କୁ ଦୁର୍ନୀତି ଗାନ୍ଧାଉଛି । ବେଆଇନ କାଁ କରୁଥିବା ନେତା ବା ଅଫିସରଙ୍କ ଛାଇ ପଡିଲେ ନାହି ଡେଉଁଛି ଫକ ଫକ । କ୍ରିମିନାଲ  ଅଭିଯୋଗ ଆସିଥିବା ବ୍ୟକ୍ତି (ପ୍ରଭାବଶାଳୀ ଯେତେ ହୁଅନ୍ତୁ ନା କାହିଁକି ) ବନ୍ଧା ହେଉଛନ୍ତି । ପଞ୍ଚମ ପାଳିର ସରକାରରେ ନବୀନଙ୍କ ଦୁର୍ନୀତି ନିବାରଣ ଅଦୃଶ୍ୟ ଖଣ୍ଡାରେ ଗୋଟାଏ ପରେ ଗୋଟାଏ ବଳି ପଡୁଛନ୍ତି ଲୁଗା ଦୋକାନରେ ଆନୂଆଲ କ୍ଲିୟରାନ୍ସ ସେଲ ଭଳି । ସେ ଅଫିସର ହୁଅନ୍ତୁ, ବା ତାଙ୍କ ଦଳର ବିଧାୟକ ବା ସମ୍ପାଦକ । ଆଗରୁ ଯାହା ହୋଇଛି ହୋଇଛି, ସରକାର ଓ ଦଳ ର ପୂର୍ବ ବର୍ଷର କାର୍ଯ୍ୟ କ୍ରମକୁ ଯିଏ ଯେତେ ସମାଲୋଚନା କରନ୍ତୁ ପଛକେ, ନବୀନ ଗୋଟାଏ କାହିଁକି ମେସେଜ ଦେଉଛନ୍ତି ଲୋକ ସେବା ଓ ଲୋକସେବକ ପ୍ରାଥମିକତା । ଶାସନରେ ଦୁର୍ନୀତି ଓ ସରକାରୀ ସେବାରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସ୍ଥାନ ନାହିଁ । ବିଭିନ୍ନ ପର୍ୟ୍ୟୟରେ ପୂର୍ବରୁ 38 ଜଣଙ୍କ ଉପରେ ନବୀନଙ୍କ ଦୁର୍ନୀତିମୁକ୍ତ 12ହାତୀ ଖଣ୍ଡା ପଡିଥିବା ବେଳେ ଆଜି ପୁଣି ପଡିଛି  ଆଉ ୬ ଅଧିକାରୀଙ୍କ ବେକରେ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ଯାଇଛି ଚାକିରୀ । ଖାଲି ସେତିକି ନୁହେଁ, ଅବସର ନେଇଥିବା ୫ ବାବୁଙ୍କ ପେନସନ୍ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାଉ ଏହି ପାାଞ୍ଚଙ୍କ ଭିତରେ ଅଛନ୍ତି 3 ଓଏଏସ ଅଫିସର  । 

ଆଜି ଚାକିରୀ ହରାଇଥିବା ଅଧିକାରୀ ବା ଯନ୍ତ୍ରୀ ହେଲେ  ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ବ୍ଲକ୍ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ,  ସମ୍ବଲପୁର ଜିଲ୍ଲା ଧାନକୁଡ଼ା ବ୍ଲକ୍ ପଞ୍ଚାୟତିରାଜ ବିଭାଗର ଜୁନିଅର ଇଞ୍ଜିନିୟର ବୁଦ୍ଧିରାମ ଶୁନିଆନି,  ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ପ୍ରୋଗ୍ରେସ ଆସିଷ୍ଟାଣ୍ଟ ସୁରେଶ ଚନ୍ଦ୍ର ମିଶ୍ର,  ଅନୁଗୁଳ ଜଙ୍ଗଲ ବିଭାଗ ୱାର୍କିଂ ପ୍ଲାନ୍ ଅଫିସ ଫରେଷ୍ଟ ରେଞ୍ଜ ଅଫିସର ହେମନ୍ତ କୁମାର ପଣ୍ଡା,  ବ୍ରହ୍ମପୁର ପୂର୍ତ୍ତ ବିଭାଗ ଏନଏଚ ଡିଭିଜନ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ପୃଥ୍ୱୀରାଜ ଲେଙ୍କା ଓ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଜଳସମ୍ପଦ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁଶୀଲ କୁମାର ସେଠ ।

ସେହିପରି ଅବସରପାପ୍ତ ଓଏଏସ ତଥା ବରଗଡ଼ ମ୍ୟୁନିସିପାଲିଟି ପୂର୍ବତନ ନିର୍ବାହୀ ଅଧିକାରୀ ନବୀନ ସେଠ ,  ଅବସରପ୍ରାପ୍ତ ଓଏଏସ୍ ତଥା ଖଣ୍ଡପଡ଼ା ବ୍ଲକ୍ ର ପୂର୍ବତନ ବିଡ଼ିଓ ସନାତନ ସେଠୀ ,  ଅବସରପ୍ରାପ୍ତ ଓଏଏସ୍ ତଥା କୋରାପୁଟର ପୂର୍ବତନ ଆରଟିଓ ପୁରନ୍ଦର ପୂଜାରୀ ,  ବଣାଇ ଆରଡବ୍ଲୁ ସବଡିଭିଜନ୍(ପୂର୍ତ୍ତ ବିଭାଗ) ର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ନିରଞ୍ଜନ ଜେନା ଓ  ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ପୂର୍ବତନ ଜୁନିଅର ଇଞ୍ଜିନିୟର ପିତାମ୍ବର ପ୍ରତିହାରୀଙ୍କ ପେନସନ କୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ମୁଖ୍ୟମନ୍ତ୍ରୀଙ୍କ ଅଦୃଶ୍ୟ ଖଣ୍ଡାରେ ଆଜିର 6 ବହିସ୍କୃତଙ୍କୁ ମିଶାଇ ଦୁଇ ମାସ ଭିତରେ  ଟଳିଲେଣି  ୪୪ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ। ଭିଜିଲାନସ୍ କୋର୍ଟ ଦ୍ୱାରା ଦୁର୍ନୀତି ଦୋଷୀ ସାବ୍ୟସ୍ତ ଏହି ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଚାକିରିରୁ ବରଖାସ୍ତ କରିଛନ୍ତି ।  ଆଜିର ୫ ଜଣଙ୍କୁ ମିଶାଇ ମୋଟ ୧୧ ଜଣଙ୍କ ପେନସନ୍ କୁ ସ୍ଥାୟୀ ଭାବେ ବନ୍ଦ କଲେଣି ସରକାର। ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦେଇ ସାରିଲେଣି  । ମୁଖ୍ୟମନ୍ତ୍ରୀଙ୍କ ଏପରି ନୀତି, 5 ଟି ଆଉ ମୋ ସରକାର ଅଭିଯାନରେ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ତ୍ରାହି ତ୍ରାହି ଡାକିଲେଣି ।

0
0
0
s2sdefault