ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ କୁତନା ଗ୍ରାମର ଧନପତି ଅଗ୍ରୱାଲ (38)ନାମକ ଜଣେ ଯୁବକ ଗତ କାଲି ରାତିରେ ଏକ ବିବାହ ଉତ୍ସବ ରେ ଯୋଗ ଦେବାପାଇଁ ପାଇକମାଲ ଆସିଥିଲେ । ରାତି ପ୍ରାୟ 9 ଟାରେ ଲୋକ ତାଙ୍କୁ ପାଇକମାଲ ରେ ମଧ୍ୟ ଦେଖିଛନ୍ତି । ଆଜି ସକାଳୁ କିଛି ଲୋକ ପାଇକମାଲ ଝାରବନ୍ଧ ରେସ୍ତାରେ ଥିବା ତୁମୁରିପାଣି ଗ୍ରାମର ପୋଖରୀ ନିକଟରୁ ଧନପତି ଙ୍କର ବାଇକ , ପେଣ୍ଟ , ମୋବାଇଲ , ଚପଲ , ଇତ୍ୟାଦି ଦେଖିବାକୁ ମିଳିଥିଲା । ସକାଳୁ ପରିବାର ଲୋକେ ତଥା ଗ୍ରାମବାସୀ ମାନେ ଆଖପାଖ ଅଞ୍ଚଳରେ ଖୋଜାଖୋଜି ଜରିରଖିଛନ୍ତି ।ହେଲେ ଖବର ଲେଖାଯିବା ପର୍ଯ୍ୟନ୍ତ ଧନପତିଙ୍କର କୋଣସି ପତ୍ତା ମିଳିନାହିଁ । ଝାରବନ୍ଧ ଥାନା ଅଧିକାରୀ ଶ୍ରୀ ଠାକୁର ପ୍ରସାଦ ମୁର୍ମୁ ଘଟଣା ସ୍ଥଳରେ ଉପସ୍ଥିତ ଥିବାବେଳେ ବର୍ତମାନ ସନ୍ଧାନୀ କୁକୁର କୁ ଅପେକ୍ଷା କରାଯାଉଛି ।
ରାଜ୍ୟ
ଯୁବକ ନିଖୋଜ
- Hits: 9428
