ହେଡଲାଇନସ୍:

ଶିଶୁ ଅଧିକାର ପାଇଁ ସରପଞ୍ଚଙ୍କ ଶପଥ ପାଠ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

(ହରଭଙ୍ଗା /ପ୍ରତାପ ମେହେର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଲୋକ କଳା ବିକାଶ କେନ୍ଦ୍ର , ସରସରା ତରଫରୁ ରାଧାନଗର ପଞ୍ଚାୟତ ରେ ଶିଶୁ ଅଧିକାର ପାଇଁ ସ୍ଥାନୀୟ ସରପଞ୍ଚ ଶପଥ ପାଠ କରିଛନ୍ତି । ୟୁନିସେଫ୍ ( UNICEF ) , ପିକକ ( pecuc ) , ଓଏସିଆର୍ ( OACR ) ସହାୟତା ରେ ଲୋକ କଳା ବିକାଶ କେନ୍ଦ୍ର ର ତରଫରୁ ୬ ଜଣ ଶିଶୁ ଗବେଷକ  ରାଧାନଗର୍ , ବାମଣ୍ଡା ଓ ସରସରା ରୁ ମୋଟ ୩୨୪ ଶିଶୁଙ୍କ ଉପରେ ଜଳ ଓ ସଫେଇ , ପୁଷ୍ଟିସାଧନ , ସୁରକ୍ଷା , ଶିକ୍ଷା , ଇଚ୍ଛା ଓ ଆକାଂକ୍ଷା ଉପରେ ଗବେଷଣା କରିଥିଲା । ଗବେଷଣା ତଥ୍ୟ କୁ ଭିତ୍ତି କରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ଶିଶୁ ମଙ୍ଗଳ ସମିତି, ବୌଦ୍ଧ , ସ୍ଥାନୀୟ ସରପଞ୍ଚ ଓ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ଆଲୋକପାତ କରିଥିଲେ ।

ଜିଲ୍ଲା  ଶିଶୁ ସୁରକ୍ଷା ୟୁନିଟ୍ ର ସୁଶାନ୍ତ ଭୋଇ ଶିଶୁ ମାନଙ୍କ ଉପରେ ଥିବା ସମସ୍ତ ବ୍ୟବସ୍ଥା ଉପରେ କହିଥିଲେ ଏବଂ ସମସ୍ତ ପଞ୍ଚାୟତ ସ୍ତରରେ କିପରି ସଠିକ୍ ରୂପେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି କାର୍ଯ୍ୟ କରିବ ତାହା ନିଶ୍ଚିତ କରିବୁ ବୋଲି ମତ ରଖିଥିଲେ । ଠିକ୍ ସେହି ପରି ଶିଶୁ ମଙ୍ଗଳ  ସମିତିର ସଦସ୍ୟ ସୀତାକାନ୍ତ ସାହୁ ଶିଶୁ ସୁରକ୍ଷା ପାଇଁ ୧୦୯୮ କଲ୍ ସେଣ୍ଟର ସହିତ ଯୋଗାଯୋଗ କରି ପାରିବେ ଏବଂ ନିଜ ଅଞ୍ଚଳର ଅସହାୟ ଶିଶୁ କୁ ଦେଖିଲେ ତୁରନ୍ତ  ଜଣାଇବେ , ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ କିପରି ଭାବେ ବନ୍ଦ ସମ୍ପୂର୍ଣ୍ଣ ମାତ୍ରାରେ ବନ୍ଦ  ହେବ  ଯୋଜନା ଚାଲିଛି କହିଥିଲେ ।  ଅସହାୟ ଶିଶୁ ଙ୍କ ପାଇଁ ଥିବା ସରକାରୀ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ।

ସ୍ଥାନୀୟ ସରପଞ୍ଚ ଏକ ଶପଥ ପତ୍ର ରେ ଘୋଷଣା କରିଥିଲେ ଯେ ;-ଶିଶୁ ମାନଙ୍କ ପାଇଁ ଥିବା ଆଇନ୍ , ନିୟମାବଳୀ ,  ସରକାରୀ ଯୋଜନା କୁ ଆଗ୍ରଧିକାର ଦେବା ସହିତ ବାଲ୍ୟ ବିବାହ ବନ୍ଦ , ଶିଶୁ ଶ୍ରମିକ ବନ୍ଦ ଆଦି ଉପରେ ଏକ ଶପଥ ପାଠ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଲୋକ କଳା ବିକାଶ କେନ୍ଦ୍ର ର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ  କାର୍ଯୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିଥିଲେ ଏବଂ ଏହା ଆଗକୁ ଜିଲ୍ଲା ସ୍ତରୀୟ ରେ ପ୍ରଶାସନ ଅଧିକାରୀଙ୍କୁ ଜଣାଇବା ସହିତ ସମସ୍ତ ସମସ୍ୟା କିପରି ସମାଧାନ ହୋଇ ପାରିବ ତାହା ଉପରେ ଆଲୋଚନା କରାଯିବ ।  ଅନୁଷ୍ଠାନ ର କାର୍ଯ୍ୟକ୍ରମ ସଂଯୋଜକ ତଥା ଶିଶୁ ଗବେଷକଙ୍କ ସାଥି ପ୍ରତାପ ମେହେର ସଭା ପରିଚାଳନା କରିଥିଲେ ସେହିପରି ଶିଶୁ ଗବେଷକ ଦେବାଶିଷ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ , ଶିଶୁ ଗବେଷକ ବିଜୟ ବିଶି , ବିଭୂତି ପ୍ରଧାନ , ଲିଜା ଭୋକ୍ତା , ସୁପ୍ରଭା ସିଂ , ଶ୍ରୀମାନ ବେହେରା ସମସ୍ତେ ଉପସ୍ଥିତ ଥିଲେ ।

0
0
0
s2sdefault