ହେଡଲାଇନସ୍:

ଘୁ.ଉଦୟଗିରିରେ ଟେଲିକମ ସେବା ଉଦବେଗଜନକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

-ବ୍ରଡ଼ବେଣ୍ଡ ସଂଯୋଗ ପାଇଁ ନାହିଁ କେବୁଲ

-ଫାଇବର ଅପଟିକ ବ୍ୟବସାୟୀଙ୍କ ହାତରେ ବିକ୍ରି ପାଇଁ ଷଡଯନ୍ତ୍ର 

ଘୁ.ଉଦୟଗିରି :ଗଗନ କୁମାର ପ୍ରଧାନ: କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ଟେଲିକମ ସାର୍କଲ. ଯାହା ଘୁ.ଉଦୟଗିରି,ରାଇକିଆ, ଚକାପାଦ,ଟିକାବାଲି ଇତ୍ୟାଦି ବ୍ଲକକୁ ନେଇ ଗଠିତ.ଏହି ଟେଲିକମ ସାର୍କଲ ଗ୍ରାହକଙ୍କୁ ସେବା ଯୋଗଇବା ବ୍ୟବସ୍ଥା ଅତି ଉଦବେଗ ଜନକ ସ୍ଥିତି ବୋଲି ଗ୍ରାହକ ଅଭିଯୋଗ କରିଛନ୍ତି | ଅନ୍ୟ ପଟେ ଜନସାଧାରଣଙ୍କ ହିତ ପାଇଁ ସରକାର ଉତ୍ତମ ଇଣ୍ଟରନେଟ ସେବା ଯୋଗାଇବା ସକାଶେ ଫାଇବର ଅପଟିକ ନାମକ ଏକ ସେବା ସାରା ଦେଶରେ ଆରମ୍ଭ କରିଛନ୍ତି | କିନ୍ତୁ ବର୍ତ୍ତମାନ ଘୁ.ଉଦୟଗିରି ବାସିଙ୍କୁ ଏହି ସେବା ଯୋଗାଇ ଦିଆଯାଇ ପାରି ନାହିଁ | ସଂଯୋଗ ପାଇଁ ଅଞ୍ଚଳବାସୀ S.D.Oଙ୍କ କାର୍ଯ୍ୟାଳୟକୁ ଆବେଦନ ପାଇଁ ଗଲେ ବ୍ରଡବେଣ୍ଡ ଏବଂ ଫାଇବର ଅପଟିକ କେବୁଲ ଘୁ.ଉଦୟଗିରି ସହର ବିଭିନ୍ନ ସ୍ଥାନରେ ନ ଥିବା ବାହାନା କରି ଦରଖାସ୍ତ ରଖୁନ ଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି | ଅନ୍ୟ ପକ୍ଷରେ ଫାରବର ଅପଟିକ କେବୁଲ ବର୍ତ୍ତମାନ ଘୁ. ଉଦୟଗିରି ଠାରେ ବ୍ୟବସାୟୀଙ୍କ ହାତରେ ବିକ୍ରି କରିବା ପାଇଁ ଷଡଯନ୍ତ୍ର ଚାଲିଥିବା ଜଣେ ଆବେଦନ କରି ସୂଚନା ଦେଇଛନ୍ତି | ଫାଇବର ଅପଟିକ ସଂଯୋଗ ପାଇଁ ଆବେଦନ କରିବାକୁ ଗଲେ ଟେଲିକମ କର୍ମଚାରୀ ଅନ୍ୟ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ପାଖରେ ଆବେଦନ କରିବା ପାଇଁ କହୁଛନ୍ତି.ଯାହା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶାନ୍ତି ପ୍ରକାଶ ପାଇଛି | ଫାଇବର ଅପଟିକ ଯଦି ଘରୋଇ କରଣ କରାଯାଏ ତାହା ହେଲେ ଅଞ୍ଚଳ ବାସି ଶୋଷିତ ହେବେ.ତେଣୁ ଜନସାଧାରଣଙ୍କ ହିତ ପାଇଁ ଫାଇବର ଅପଟିକକୁ କୌଣସି ବ୍ୟବସାୟୀଙ୍କ ହାତକୁ ନ ଟେକି ଦେଇ ସରକାର ନିଜେ ସେବା ପ୍ରଦାନ ପାଇଁ ଅଞ୍ଚଳ ବାସି ଦାବି ଜଣାଇଛନ୍ତି | ଯଦି ଘୁ.ଉଦୟଗିରି (ଏସ.ଡି.ଓ ) ଏବଂ ଫୁଲବାଣୀ (ଟି.ଡି.ଇ ) ଅଞ୍ଚଳ ବାସିଙ୍କ ସ୍ୱାର୍ଥ ପ୍ରତି ଯତ୍ନବାନ ନ ହୁଅନ୍ତି ତା ହେଲେ ଆଗାମୀ ଦିନରେ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ପାଖକୁ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି. ଘୁ.ଉଦୟଗିରି ଟେଲିକମ ସାର୍କଲର ଏହି ପରି ମନମାନି ବର୍ଷ ବର୍ଷ ଧରି ଚାଲି ଆସିଛି.ଅନେକ ସମୟରେ ଉପଭକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଟାୱାର ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟ ତତ୍ପରତା ଦେଖା ଦେଇନାହିଁ. B.S. N.L ମୋବାଇଲ ଗ୍ରାହକ ବଢ଼ୁଛନ୍ତି ମୋବାଇଲ ସେବାରେ ବ୍ୟାଘାତ ଘଟୁଛି ହେଲେ ବଢ଼ୁ ନାହିଁ ଟାୱାର ସଂଖ୍ୟ.ଘୁ.ଉଦୟଗିରିରେ ଗୋଟିଏ 2g ଏବଂ ଗୋଟିଏ 3g ଟାୱାରରେ ଚାଲିଛି ମୋବାଇଲ ସେବା. ତେଣୁ ଟାୱାର ସଂଖ୍ୟା ବଢ଼ାଇ ଉତ୍ତମ ମୋବାଇଲ ସେବା ପାଇଁ ଉପଭକ୍ତା ଦାବି କରିଛନ୍ତି. ଏହା ସହ ଘୁ.ଉଦୟଗିରି ଠାରେ  ଫାଇବର ଅପଟିକ ଘରୋଇ କରଣ ସରକାରୀ ନିୟମ କି ବୋଲି ଅଞ୍ଚଳବାସି ପ୍ରଶ୍ନ ଉଠେଇଛନ୍ତି.ଯଦି ଏହା ସରକାରୀ ନିୟମ ତାହେ ଫାଇବର ଅପଟିକ ବ୍ୟବସାୟୀଙ୍କ ହତକୁ ଟେକି ନ ଦେବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସି |  ଯଦି ଏହା ଘୁ.ଉଦୟଗିରି ଟେଲିକମ କର୍ମଚାରୀଙ୍କ ଷଡଯନ୍ତ୍ର ତାହେଲେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଉପଭୋକ୍ତ ଦାବି କରିଛନ୍ତି | ଘଟଣା ସମ୍ପର୍କରେ ଆମ ପ୍ରତିନିଧି ଘୁ.ଉଦୟଗିରି ଟେଲିକମ s.d.o.ଙ୍କ ମତାମତ ଗ୍ରହଣ ପାଇଁ କାର୍ଯ୍ୟାଳୟ ଯାଇ ଥିଲେ ହେଲେ ଦେଖା ମିଳିନ ଥିଲା. ଏହା ସହ ଫୋନ ମାଧ୍ୟମରେ ମଧ୍ୟ ମତାମତ ପାଇଁ ଉଦ୍ୟମ କରି ଥିଲେ | କିନ୍ତୁ s.d.o ଆମ ପ୍ରତିନିଧିଙ୍କ ଫୋନ ରିସିଭ କରିନ ଥିବାରୁ ପ୍ରତିକ୍ରିୟା ମିଳି ପାରି ନାହିଁ.

ଯଦି ଫାଇବର ଅପଟିକ ବ୍ୟବସାୟୀଙ୍କ ଦ୍ୱାରା ତଦାରଖ କରିବା ସରକାରୀ ନିୟମ, ତାହା ହେଲେ ନିୟମକୁ ନୋଟିସ ମାଧ୍ୟମରେ ସାର୍ବଜନୀନ କରାଯାଉ ବୋଲି ଅଞ୍ଚଳବାସି ପ୍ରତିକ୍ରିୟା ଦେଇଛନ୍ତି | 

0
0
0
s2sdefault