ହେଡଲାଇନସ୍:

ପ୍ରଶ୍ନପତ୍ର ପହଁଚିବାରେ ବିଭ୍ରାଟ : ଘୁଂଚିଲା ଅର୍ଦ୍ଧବାର୍ଷିକ ପରୀକ୍ଷା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) :  ସାରା ଓଡିଶାରେ ଏକା ସମୟରେ ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ  କରିବା ପାଇଁ ଶିକ୍ଷାମନ୍ତ୍ରୀ ବହୁ ଉଦ୍ୟମ କରିବା ପରେ ମଧ୍ୟ ତାହା ଶୃଙ୍ଖଳିତ ହୋଇ ପାରିଲା ନାହିଁ । ବିଭିନ୍ନ ଜିଲ୍ଲା ଏବଂ ବ୍ଲକକୁ ଠିକ ସମୟରେ ଆବଶ୍ୟକ ପରିମାଣର ପ୍ରଶ୍ନପତ୍ର ପହଁଚିପାରିଲା ନାହିଁ । ଘରେ ନପସୁଣୁ ଚାଳ ବାଜିବା ପରି ମନ୍ତ୍ରୀଙ୍କ ପ୍ରଥମ ପଦକ୍ଷେପ ଝୁଂଟିପଡିଛି । ତେଣୁ ୧ମ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଅର୍ଦ୍ଧବାର୍ଷିକ ପରୀକ୍ଷା ( ପ୍ରଥମ ସମାପ୍ତି ସୁଚକ ଆକଳନ) ୨୯ ତାରିଖ ଠାରୁ ୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ  ହେବ ବୋଲି ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକାରୀଙ୍କ ପକ୍ଷରୁ ଚିଠି ନଂ-୮୦୫୦, ତା.୨୪.୧୦.୨୦୧୯ ଅନୁଯାୟୀ ସମସ୍ତ ବ୍ଲକ ଶିକ୍ଷା ବିଭାଗକୁ ଜଣାଇ ଦିଆଯାଇଥିଲା । ତେବେ ପ୍ରଶ୍ନପତ୍ର ପହଁଚାଇବାରେ ବିଳମ୍ବ ଏବଂ ବିଭ୍ରାଟ ଯୋଗୁଁ  ଶେଷ ମୁହୁର୍ତରେ ଶିକ୍ଷା ବିଭାଗ  ଦ୍ୱାରା ଆଜି ତରତରିଆଭାବେ ପରୀକ୍ଷା ଘୁଂଚାଇ ଦିଆଯାଇଥିବା ଜଣାଯାଇଛି । ବିଭାଗର ପୁନଃ ଚିଠି ସଂଖ୍ୟା ୮୧୯୬ ଅନୁସାରେ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ନଭେମ୍ବର ୧ ଓ ୨ତାରିଖ ପରୀକ୍ଷା ଅପରିବର୍ତିତ ରହିବ । ଏବଂ  ୨୯, ୩୦, ୩୧ତାରିଖରେ ହେବାକୁ ଥିବା ପରୀକ୍ଷା ନଭେମ୍ବର ୪, ୫, ୬ ତାରିଖରେ ହେବ ବୋଲି ଚିଠିରେ ଦର୍ଶାଯାଇଛି । ଆରମ୍ଭରୁ ବିଭ୍ରାଟ ଓ ପ୍ରାଥମିକ ଶିକ୍ଷା ବିଭାଗର ଏଭଳି ବିଚିତ୍ର ନୀତି ତାର ପାରିଲାପାଣିଆକୁ ପଦାରେ ପକାଇଛି । 

 

0
0
0
s2sdefault