ହେଡଲାଇନସ୍:

ସ୍ୱର୍ଗତା ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବି : ୩୧ରେ ରାଜଭବନ ସମ୍ମୁଖରେ କଂଗ୍ରେସ ଦେବ ଧାରଣା, ରାଜ୍ୟପାଳଙ୍କୁ ଦେବ ସ୍ମାରକ ପତ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର . ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଂଚାୟତର ଭିଏଲ୍ଡବ୍ଲୁ ୰ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ  ରହସ୍ୟର ସିବିଆଇ ତଦନ୍ତ ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ତା ୩୧.୧୦.୨୦୧୯ ରିଖ ଗୁରୁବାର ପୂର୍ବାହ୍ନ ୧୦ ଘଂଟା ଠାରୁ ଦିବା ୧ ଘଂଟା ପର୍ଯ୍ୟନ୍ତ ରାଜଭବନ ସମ୍ମୁଖରେ ଏକ ଧାରଣା ଓ ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତଥ୍ୟ ଅନୁଧ୍ୟାନ କମିଟିର ଅଧ୍ୟକ୍ଷ ତଥା ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ଇଂ. ମହମ୍ମଦ ମୋକିମ୍ ଏ ସଂପର୍କରେ ଗଣମାଧ୍ୟମକୁ ଜଣାଇଛନ୍ତି । କାର୍ଯ୍ୟକ୍ରମ ପରେ କଂଗ୍ରେସ ପକ୍ଷରୁ ଏକ ସ୍ମାରକ ପତ୍ର ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କଂଗ୍ରେସ ନେତା, କର୍ମୀ, ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ସେବାଦଳ ଓ ବିଭିନ୍ନ ପ୍ରକୋଷ୍ଠ  ଓ ବିଭାଗର କର୍ମକର୍ତାମାନେ ଯୋଗଦେବାକୁ ପିସିସି ପକ୍ଷରୁ ଅନୁରୋଧ କରାଯାଇଛି ।

0
0
0
s2sdefault