ହେଡଲାଇନସ୍:

ୟାଙ୍କ ପାଇଁ ଅଛନ୍ତି ତ "ମୋ ସରକାର"(see video)

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଅର୍ଥସାଜିଛି ବାଧକ କୀଡୀନି ରୋଗରେ ପୀଡିତ ରବୀନ୍ଦ୍ର ଭୋଇଙ୍କୁ କିଏ ବଢାଇବ ସାହାଯ୍ୟର ହାତ? 

ଆଠମଲ୍ଲିକ : ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କରିଛନ୍ତି | ଲୋକଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଉଛି | ୫-ଟି ସାଙ୍ଗକୁ ମୋ ସରକାର ଯୋଜନାରେ ଏବେ ୫ଟି ସଚିବ ତନାଘନା କରୁଛନ୍ତି ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା  ମିଳୁଛି କି ନାହିଁ | ହେଲେ ଇଏ ଜଣେ ଗରିବ ପ୍ରଜା, ୟାଙ୍କ ପାଇଁ "ମୋ ସରକାର"  ଅଛନ୍ତି କି ନାହିଁ କେଜାଣି !!!

 ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ  ସୁବର୍ଣ୍ଣପୁର ଗାଁର ରବୀନ୍ଦ୍ର ଭୋଇ I ବୟସ 47 ଏକ ବର୍ଷହେଲାଣି କିଡ୍ନୀ ରୋଗରେ ପୀଡିତ I ବର୍ତମାନ ତାଙ୍କର ଜୀବନ ଘୋର ସଙ୍କଟଦେଇ ଗତି କରୁଛି, ପରିବାରରେ ରବୀନ୍ଦ୍ର ସ୍ତ୍ରୀ ସରଜିନୀ ଏବଂ ପୁଅ ରୋଶନ ଙ୍କ ସାଙ୍ଗରେ ରହୁଛନ୍ତି I ଏକମାତ୍ର ପୁଅ ରୋଶନ ମଧ୍ୟ ଟିକିଏ ମାନସିକ ବିକୃତିର ଅଟନ୍ତି I ରବୀନ୍ଦ୍ରଙ୍କ କୌଣସି ଚାଷ ଜମି ମଧ୍ୟ ନାହଁ ମୁଲଲାଗି ପରିବାର ଚଳାଉଥିଲେ I କୀଡୀନି ରୋଗ ଯୋଗୁଁ କିଛି ଦିନପୂର୍ବରୁ ସେ  ବୁର୍ଲା ମେଡିକାଲରେ ଚିକିତ୍ସାହେଉଥିଲେ କିନ୍ତୁ ତାଙ୍କ ପାଖରେ କୌଣସି ଟଙ୍କା ପଇସା ନଥିବାରୁ ସେ ବାଧ୍ୟହୋଇ ଘରକୁ ପଳେଇ ଆସିଛନ୍ତି I ବର୍ତମାନ ସୁଦ୍ଧା  ସେ ଚିକିତ୍ସା ପାଇଁ  କୌଣସି ସରକାରୀ ସାହାଯ୍ୟ ପାଇନାହାନ୍ତି I ତାହାଙ୍କୁ ସାହାଯ୍ୟ କରିବ କିଏ?  ଆପଣଙ୍କ ବିଚାର ! ବାବାସିଦ୍ଧେସ୍ୱର ଗୌତମପୁର କ୍ଳବର ଉପଦେଷ୍ଟା ତଥା ଯୁବ ସାମ୍ବାଦିକ ସନ୍ତୋଷ ମେହେରଙ୍କ ଉଦ୍ୟମରେ ଅଭିରାମ ମେହେର, ଶରତ ମହାଖୁଡ଼ ଆଗେଇ ଆସିଛନ୍ତି ସହଯୋଗର ହାତ ବଢ଼େଇବା ପାଇଁ I ଏଥି ସହିତ ବାସୁଦେବପୁର ସରପଞ୍ଚ ଟୁନା କର୍ଣ୍ଣ, ସମାଜସେବୀ ଦୁଃଖୀଶ୍ୟାମ ରାଉଳ, ମାଁ ମଉଳି ଯୁବକ ସଂଘ ବେଲାଦୁଲା ତରଫରୁ ଆର୍ଥିକ ସାହାଯ୍ୟ ଯୋଗେଇ ଦେଇଛନ୍ତି | ଆଉ ତାଙ୍କୁ ଆଜି ଆଠମଲ୍ଲିକ ହସ୍ପିଟାଲରେ ଆଡମିଟ କରାଯିବା ପରେ ସେଠାରୁ ତାଙ୍କୁ ଅନୁଗୋଳ ରେଫର କରାଯାଇଥିବା ଜଣା ପଡିଛି |

ଆପଣଙ୍କୁ ବିନମ୍ର ନିବେଦନ କରୁଛୁ ଏହି ବାର୍ତ୍ତାଟି ଅତ୍ୟଧିକ ମାତ୍ରାରେ ସେୟାର କରନ୍ତୁ, ଯେମିତି ରବୀନ୍ଦ୍ର ଭୋଇ ନିଜର ଚିକିତ୍ସା ପାଇଁ ଟଙ୍କାର ସାହାଯ୍ୟ ପାଇ ପାରିବେ I 

ଯୋଗାଯୋଗ ଠିକଣା 

Contact Number -7682031926, Rabindar bhoi A/C no-053201000002325

IFSC-IOBA0ROGB01

Contact More Details.:

Santosh Meher-9938603604

0
0
0
s2sdefault