ହେଡଲାଇନସ୍:

ସୁନ୍ଦରଗଡ଼ ଟାଉନଥାନା ପୋଲିସ ପକ୍ଷରୁ ବିଭିନ୍ନ ଜୁଆଆଡ଼ାରେ ଚଢ଼ାଉ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ :- ଗତ ରବିବାର  ରାତ୍ରରେ ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ଦୀପାବଳୀ ଉପଲକ୍ଷେ କଡାକଡି ପେଟ୍ରୋଲଙ୍ଗ ସହରରେ ଚାଲିଥିବା ସମୟରେ ବିଭିନ୍ନ ସ୍ଥାନରେ ଜୁଆଆଡ଼ା ଉପରେ ପୋଲିସ ପାଖରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା | ଟାଉନ ଥାନା ଅଧିକାରୀ ବିବତ୍ସ ପ୍ରଧାନଙ୍କ ନେତୃତ୍ୱରେ ବିଳମ୍ବିତ ରାତିରେ ପୁରୁଣା ସିନେମାହଲ ବିଜୟା ଟକିଜ ରୋଡ଼ ସ୍ଥିତ ଏକ ହଲରେ ଚାଲିଥିବା ଜୁଆଆଡ଼ା ଉପରେ ପୋଲିସ ଟିମ ଚଢ଼ାଉକରି ୮ଜଣ ଜୁଆଡ଼ିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ  | ସେମାନଙ୍କ ପାଖରୁ ୫୭ହଜାର ଟଙ୍କାନଗଦ,୫ଟି ବାଇକ ଓ ୧୦ଟି ମୋବାଇଲ ସମେତ୪ ସେଟ ଗ୍ରୀସ କାର୍ଡ ଜବତ ହୋଇଛି | ଗିରଫ ହୋଇଥିବା ବ୍ୟକ୍ତିମାନେ ପତ୍ରାପଡ଼ାର୍ କାହ୍ନା ଓରଫ ପ୍ରମୋଦ ଭୂୟାଁ, ବିଜୟ ଟକିଜ ରୋଡ଼ ର୍ ମହମ୍ମଦ ବସିର ଅଲ୍ଲୀ, ଡେଙ୍ଗିଭାଡ଼ି ର୍ ଚୂଡ଼ାମଣି ବେହେରା, ବଦ୍ରୀ ନାରାୟଣ ପାତ୍ର, ସୟଦ ଅଲ୍ଲୀ, ଅନିଲ ସାମଲ, ପ୍ରଦୀପ ଦଣ୍ଡସେନା, ରାଣୀବଗିଚା ର୍ ଚନ୍ଦ୍ରକାନ୍ତ ସାହୁ | ଟାଉନ ଥାନା କେଶ ନମ୍ବର-୨୩୨/୧୯ରେ ମାମଲା ରୁଜୁକରି ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି | ସେହିପରି ସହରରେ ମଦ୍ୟପାନ କରି ବାଇକ ଚାଳନ କରୁଥିବା ୭ଜଣ ମଦୁଆଙ୍କୁ ବାଇକ ଚାଳନ ଯାଞ୍ଚ କରୁଥିବା ସମୟରେ ମେସିନ ଦ୍ୱାରା ଯାଞ୍ଚରେ ଧରାପଡ଼ିଲା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ |

0
0
0
s2sdefault