ହେଡଲାଇନସ୍:

 ଜଗତସିଂହପୁର ଠାରେ ୟୁକୋ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସଂଯୋଗୀକରଣ ପଦକ୍ଷେପ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର(ଶାସକ ପ୍ରଶାସକ)-ଆଜି ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ୟୁକୋ ବ୍ୟାଙ୍କ ଆନୁକୂଲ୍ୟରେ ଏକ ଦୁଇଦିନିଆ ଗ୍ରାହକ ସଂଯୋଗୀକରଣ ପଦକ୍ଷେପ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଜଗତସିଂହପୁର ଜିଲ୍ଲାରେ ୟୁକୋ ବ୍ୟାଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଗ୍ରାହକ ସଂପର୍କ ସଚେତନତା କାର୍ଯ୍ୟକ୍ରମ ଏକ ଉତମ ପଦକ୍ଷେପ । ଏହା ଦ୍ୱାରା ଜିଲ୍ଲାର  ସବୁ ବର୍ଗର ଜନସାଧାରଣ ବ୍ୟାଙ୍କ ସେବା,ଋଣ ଓ ଉତ୍ପାଦନ ସଂପର୍କରେ ସଚେତନ ହୋଇ ପାରିବେ । ଜଗତସିଂହପୁର ଏକ କୃଷି ପ୍ରଧାନ  ଜିଲ୍ଲା ହୋଇଥିବାରୁ କୃଷକ ମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ବ୍ୟାଙ୍କ ମାଧ୍ୟମରେ ସହାୟକ ହୋଇପାରିବ । ସରକାରଙ୍କ ଜନକଲ୍ୟାଣ ଯୋଜନାର ସୁଫଳ ସବୁଠାରୁ ଦରିଦ୍ର ଲୋକ ପାଖରେ ପହଚାଂଇବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୟୁକୋ ବ୍ୟାଙ୍କ ଜେନେରାଲ ମ୍ୟାନେଜର ଶ୍ରୀ ଚଚଂଲ କୁମାର ମଜୁମଦାର କହିଲେ ସାରା ଭାରତ ବର୍ଷରେ ଗ୍ରାହକ ସଂଯୋଗୀକରଣ ପଦକ୍ଷେପ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ହେଉଛି ସମାଜର ଦରିଦ୍ରତମ ଲୋକ ବ୍ୟାଙ୍କ ସେବା ଓ ଋଣ ସଂପର୍କରେ ସଚେତନ ହେବା । ଏବେବି ବହୁତ ଲୋକ ବ୍ୟାଙ୍କ ଯୋଗାଇ ଦେଇଥିବା ବିଭିନ୍ନ ପ୍ରକାର ଋଣ ଓ ଉତ୍ପାଦ  ସଂପର୍କରେ ଅବଗତ ନାହାନ୍ତି । ବ୍ୟାଙ୍କ ଋଣ ଓ ସବ୍ସିଡ୍ ମାଧ୍ୟମରେ ସମାଜରେ ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ଉନ୍ନତି ସମ୍ଭବ ହୋଇପାରୁଛି । ଏହି କାର୍ଯ୍ୟକ୍ରମରେ ପବ୍ଲିକ ସେକ୍ଟର ବ୍ୟାଙ୍କ,ଘରୋଇ ବ୍ୟାଙ୍କ,ମାଇକ୍ରୋ ଫାଇନାନ୍ସ ଓ ଗ୍ରାହକ ମାନେ ଯୋଗଦାନ କରିଛନ୍ତି । ଏହି  କାର୍ଯ୍ୟକ୍ରମରେ ଯୋଗଦେଇ ଉପ ସାଧାରଣ ପରିଚାଳକ  ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଶ୍ରୀ ଆନନ୍ଦ ବିକ୍ରମ କହିଲେ ବ୍ୟାଙ୍କ ଖୋଲା ମନରେ ସମସ୍ତ ଗ୍ରାହକଙ୍କୁ ଭରଷା ଦେଉଛି । ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ସ୍ୱୟ ସହାୟକ ଗୋଷ୍ଠୀ  କର୍ମକର୍ତାଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରୁଛି ଯାହାକି ଦେଶର ଅଭିବୃଦ୍ଧିରେ ଛୋଟଛୋଟ ଶିଳ୍ପ ବ୍ୟବସାୟୀ ସହାୟକ ହୋଇପାରୁଛନ୍ତି ।  ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଡି.ଜି.ଏମ୍ ,ନାବାର୍ଡ ଶ୍ରୀ ରାମଚନ୍ଦ୍ର ସାହୁ କହିଲେ ଏହା ଏକ ମହତ୍ କାର୍ଯ୍ୟକ୍ରମ । ବ୍ୟାଙ୍କ ସେବା ଲୋକମାନଙ୍କ ଦ୍ୱାରରେ ପହଚାଂଇବା ଆବଶ୍ୟକ । ୧ମ ପର୍ଯ୍ୟାୟ ଅକ୍ଟୋବର ୩ ତାରିଖରୁ ଏହି କାର୍ଯ୍ୟକ୍ରମ ଭାରତ ବର୍ଷରେ ଆରମ୍ଭ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୨୫୦ଟି ଜିଲ୍ଲାରେ ୨୧ ଅକ୍ଟୋବର ଠାରୁ ଆରମ୍ଭ ହୋଇଛି । ଏସ୍.ଏସ୍.ଏମ୍.ଇ ଲୋନ୍ ମାତ୍ର ୫୯ ମିନିଟ୍ରେ  ମିଳିପାରୁଛି । ଗ୍ରାମାଚଂଳ ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ନାବାର୍ଡ ବ୍ୟାଙ୍କ ସହାୟକ ହୋଇପାରିଛି । ଦେଶରେ ୧କୋଟି ଏସ୍.ଏଚ୍.ଜି.ଗ୍ରୃପ୍ ବ୍ୟାଙ୍କ ସହାୟତାରେ ସକ୍ଷମ ହୋଇପାରିଛନ୍ତି । ଏ କ୍ଷେତ୍ରରେ  ବ୍ୟାଙ୍କର ଭୂମିକା ପ୍ରଶଂସନୀୟ । ରାଜ୍ୟରେ ୧୦,୪୦୦ ସ୍ୱୟଂ ସହାୟକ ଗୋÂୀ ଡିଜିଟାଇଜେସନ୍ ହୋଇ ଉପôାଦ ସଂଗ୍ରହ ବିକ୍ରୟ କରିପାରୁଛନ୍ତି । ପ୍ରାରମ୍ଭରେ ୟୁକୋ ବ୍ୟାଙ୍କ ଜୋନାଲ ମ୍ୟାନେଜର ଶ୍ରୀ ପି.କେ ବିଶ୍ୱାସ ସ୍ୱାଗତ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବ୍ୟାଙ୍କର ମାନେ ଲୋକଙ୍କ ନିକଟତର ହେବା ଏବଂ ଲୋକମାନଙ୍କୁୁ ବ୍ୟାଙ୍କ ପ୍ରଡକ୍ଟ ଓ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର,ୟୁକୋ ଶ୍ରୀ ସତୀଶ କୁମାର ପାତ୍ର ଯୋଗଦେଇ କହିଲେ ଏହି ଗ୍ରାହକ ସଚେତନତା କାର୍ଯ୍ୟକ୍ରମରେ ୨୦ଟି ପବି୍୍୍୍୍ଲକ  ସେକ୍ଟର ବ୍ୟାଙ୍କ,ଗୋଟିଏ ଏଚ୍.ଡି.ଏଫ.ସି ବ୍ୟାଙ୍କ ଯୋଗଦେଇ ସେମାନଙ୍କର ଷ୍ଟଲ ମାଧ୍ୟମରେ ବ୍ୟାଙ୍କ ସେବା ଋଣ ଓ ପ୍ରଡକ୍ଟ ସଂପର୍କରେ ଗ୍ରାହକଙ୍କୁ ସଚେତନ କରାଇଥିଲେ । ୧୦୦ରୁ ଉର୍ଦ୍ଧ ଋଣ ମଞୁରୀ ପତ୍ର ବିଭିନ୍ନ ବ୍ୟାଙ୍କ ପକ୍ଷରୁ ବଣନ କରାଯାଇଥିଲା । ଜିଲ୍ଲ୍ାରେ ତିନିଦିନ ମଧ୍ୟରେ ୨୫୦୦ ଋଣ ମଂଜୁରୀ ଆଦେଶ ପତ୍ର ୬୫ କୋଟି ଟଙ୍କାର ହିତାଧିକାରୀ ମାନଙ୍କୁ ବଣନ କରାଯାଇଛି । ଏଲ.ଡି.ଏମ୍ ଶ୍ରୀ ପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ।ଙ୍କରୁ  ଆସିଥିବା ଶାଖା ପରିଚାଳକ ବ୍ୟାଙ୍କ କର୍ମକର୍ତା,ଏସ୍.ଏଚ୍.ଜି ଗ୍ରୃପ,ଗଣମାଧ୍ୟମ ପ୍ରତିନିଧି ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

0
0
0
s2sdefault