ହେଡଲାଇନସ୍:

ଧନ୍ୟବାଦ ତହସିଲଦାର: ମଣିଷପଣିଆ ବଂଚାଇଲା ଜଣଙ୍କ ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଦୁଇ ବାଇକ ଆରୋହୀଙ୍କ ସାମ୍ନାସାମ୍ନି ଧକ୍କା

ସୁନ୍ଦରଗଡ଼ ସୁନ୍ଦରଗଡ / ହୋରାଚାନ୍ଦ ଦେଉରିଆ : ଆଜି ସକାଳ ୯:୪୫ପାଖାପାଖି ସୁନ୍ଦରଗଡ଼ ଜିଲ୍ଲାର ସଦର ଥାନା ଅନ୍ତର୍ଗତ କଟଙ୍ଗିଡ଼ିହି ଛକ ପାଖ ବୁଲାଣିରେ ଭାରସାମ୍ୟ ହରାଇ ଦୁଇ ବାଇକ ଆରୋହୀ  ଗୁରୁତର ଭାବେ ଦୁର୍ଘଟଣା ଗ୍ରସ୍ତ ହୋଇ ପଡ଼ିରହିଥିଲେ | ଦେଖଣାହାରୀମାନେ ତାହା  ଦେଖି ସାହାଯ୍ୟ କରିବା ବଦଳରେ ଫୋଟୋ ଉଠା କାର୍ଯ୍ୟକ୍ରମ ଜାରି ରଖିଥିଲେ | ଯେହେତୁ ସେହିରାସ୍ତା ଦେଇ ସୁନ୍ଦରଗଡ଼ ଜିଲାରୁ ଛତିଶଗଡ଼ ରାଜ୍ୟ ଓ ଝାଡ଼ଖଣ୍ଡ ରାଜ୍ୟକୁ ସଂଯୋଗ କରୁଛି , ସେହି ରାସ୍ତାରେ ଶହ ଶହ ଗାଡ଼ିମଟର ଯିବା ଆସିବା ହୋଇଥାଏ |  କିନ୍ତୁ ଦୁର୍ଭାଗ୍ୟର୍ କଥା ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେ ଜନସାଧାରଣଙ୍କୁ ସଚେତନତା କରାଗଲେ ମଧ୍ୟ ଲୋକଙ୍କ ପାଇଁ ତାହା କିଛି ପ୍ରଭାବ ପଡୁନି | ଲୋକଙ୍କୁ ସାହାଯ୍ୟ କରିବା ବା ଦୁର୍ଘଟଣାଗ୍ରସ୍ତଙ୍କୁ ଟିକେ ସହାୟତା କରିବା ପାଇଁ ମନ ବଳାଉନାହାନ୍ତି ବା ସେମାନଙ୍କ ବିବେକ ଡାକୁନି  |  ହେଲେ ଆହି କିନ୍ତୁ ମଣିଷପଣିଆ ଦେଖାଇଛନ୍ତି ଜଣେ ସରକାରୀ ଅଧିକାରୀ  | 

 ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗରେ ଚାକିରୀ କରୁଥିବା ସବଡେଗା ତହସିଲଦାର ରୂପାଳିକ ଦାସଙ୍କୁ ନିଜ ଅଫିସକୁ ଆସୁଥିବା ସମୟରେ ଲୋକଙ୍କ ଭିଡ଼ଦେଖି ସେଠାରେ  ଗାଡିରୁ ଓହ୍ଳାଇପଡ଼ିଥିଲେ |  ସାଙ୍ଗେ ସାଙ୍ଗେ ନିଜ ଅଫିସ ବୋଲେରୋ ଯୋଗେ ଦୁଇ ବାଇକ ଆରୋହୀଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ ଓ ଆହୁରି ମଧ୍ୟ ନିଜ ଅଫିସର ତିନିଜଣ କର୍ମଚାରୀଙ୍କୁ ସାଥିରେ ଡାକ୍ତର ଖାନାକୁ ପଠାଇ ଉପଯୁକ୍ତ ଚିକିତ୍ସା କରିବା ପାଇଁ ଆଡମିଟ କରାଇଥିଲେ | ହେଲେ ଦୁଇ ବାଇକ ଆରୋହୀଙ୍କ ପରିଚୟ ଜଣାପଡିଥିଲା |   ଗୁରୁଚରଣ ପ୍ରଜାପତି ହମିରପୁର ଗ୍ରାମର ଓ ରଞ୍ଜନ ଡୁଙ୍ଗଡୁଙ୍ଗ,ରଣପୁର ଗ୍ରାମର ବୋଲି ଜଣାପଡିଛି | ହେଲେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚିଲା ପରେ ଡାକ୍ତର ରଞ୍ଜନ ଡୁଙ୍ଗଡୁଙ୍ଗଙ୍କୁ ମୃତ ଘୋଷଣା କରିଥିଲେ | ହେଲେ ଗୁରୁଚରଣ ମଧ୍ୟ ଗୁରୁତର ଭାବେ ଥିବାରୁ ତାଙ୍କ ଘର ଲୋକେ ପହଞ୍ଚିବା ପର୍ଯ୍ୟନ୍ତ ତହସିଲ କର୍ମଚାରୀ ତାଙ୍କର ଦେଖରେଖ କରିଥିଲେ | ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଡାକ୍ତର ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରିବା ପାଇଁ ପରିବାର ଲୋକଙ୍କୁ ଅବଗତ କରାଇଥିଲେ | ହେଲେ ଗୁରୁଚରଣଙ୍କ ପରିବାର ଡାକ୍ତର ଖାନାକୁ ପହଞ୍ଚିବା ପର୍ଯ୍ୟନ୍ତ ପାଖାପାଖି ତିନି ରୁ୪ଘଣ୍ଟା ତହସିଲ କର୍ମଚାରୀ ମାନେ ଡାକ୍ତର ଖାନାରେ ଉପସ୍ଥିତ ଥିଲେ | ଅନ୍ୟପକ୍ଷରେ ରଞ୍ଜନଙ୍କ ପରିବାର ଡାକ୍ତରଖାନା ପହଞ୍ଚିବା ପରେ ସଦର ପୋଲିସ ଉପସ୍ଥିତିରେ ମୃତ ଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | 

0
0
0
s2sdefault