ହେଡଲାଇନସ୍:

ବ୍ଳକସ୍ତରୀୟ ଶୀତକାଳୀନ ଦୌଡକୁଦ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜବୋରାସମ୍ବର ବ୍ଳକ ଅଧିନସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ବୁଧବାର ଦିନ ସାରା ବ୍ଳକ ସ୍ତରୀୟ ଶିତକାଳିନ ଦୌଡକୁଦ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବୁଧବାର ସକାଳ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳମକୁନ୍ଦ ସାହୁଙ୍କ ସଭାପତୀତ୍ୱରେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ସରପଂଚ ସୁନିତା ବରିହା ମୁଖ୍ୟ ଅତିଥି, ଅବସରପା୍ରପ୍ତ ଖେଳ ଶିକ୍ଷକ ଦୁଃଶାସନ  ବୁଡେକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ସହିତ କ୍ରିଡା ପ୍ରତିଯୋଗିତାର ଆରମ୍ଭ କରିଥିଲେ । ପ୍ରତିଯୋଗିତାରେ ୧୦୦, ୨୦୦, ୪୦୦, ୮୦୦, ୧୫୦୦ ଓ ୩୦୦୦ମିଟର ଦୌଡ, ଉଚ୍ଚ ଡିଆ, ଲମ୍ବ ଡିଆଁ, ଜେଭÿଲିନ, ସଟ ଫୁଟ, ଡିସକସ ଥ୍ରୋ ଖେଳ ସବୁ ଉପରେ ପ୍ରତିଯୋଗିତା ହୋଇଥିବା ବେଳେ ଏଥିରେ ୩୦ଟି ବିଦ୍ୟାଳୟରରୁ ଆସିଥିବା ପ୍ରାୟ ୨୫୦ ପ୍ରତିଯୋଗି ଭାଗ ନେଇଥିଲେ । କ୍ରିଡା ଗୁଡିକୁ ସ୍ଥାନୀୟ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀବତ୍ସରାଜ ପୁରୋହୀତ ଏବଂ ସଂଜୀବ ନାୟକଙ୍କ ତତ୍ୱାବଧାନରେ ସମସ୍ତ ଖେଳ ଶିକ୍ଷକ ମାନେ ଖେଳ ଗୁଡିକୁ ପରିଚାଳନା କରିଥିଲେ । ସଂଧ୍ୟାରେ  ପ୍ରଧାନ ଶିକ୍ଷକ ବାଳମକୁନ୍ଦ ସାହୁଙ୍କ ସଭାପତୀତ୍ୱରେ ଅନୁଷ୍ଠିତ  ଉଦଯାପନୀ ସଭାରେ ରାଜବୋରାସମ୍ବର ବିଇଓ ବିକ୍ରମ ପାଣିଗ୍ରାହୀ ମୁଖ୍ୟ ଅତିଥି, ବ୍ଳକ ଜୋନାଲ ସଭାପତୀ ଚନ୍ଦ୍ରମଣୀ ସାହୁ, ବ୍ଳକ ଜୋନାଳ ସଂପାଦକ ହରେକୃଷ୍ଣ ମେହେର ପ୍ରମୁଖ ସମ୍ମନୀତ ଅତିଥି ଭାବେ ଯୋଗଦେଇ କ୍ରିଡା ପ୍ରତିଯୋଗିତାର ଆବଶ୍ୟକତା ଏବଂ ଉପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ କୃତି ଖେଳାଲି ମାନଙ୍କୁ ପୁରସ୍କୃତ କରିଥିଲେ । ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ର ରୋଶନ ଦାସ ଚଂପିଆନ ଭାବେ ପୁରସ୍କୃତ ହୋଇଥିଲେ । ଶିକ୍ଷକ ସୂର୍ଯ୍ୟନାରାୟଣ ବାରିକ ଉଭୟ ସଭାର ଅତିଥି ପରିଚୟ ପ୍ରଦାନ ସହିତ ସଭାଟିକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ସବୁକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।   

 

0
0
0
s2sdefault