ହେଡଲାଇନସ୍:

ବିଜେପୁରରେ ଗର୍ଜ୍ଜିଲା ଶଙ୍ଖ, ଶୁଭିଲା ଖାଲି ନବୀନ ...ନବୀନ..., ନବୀନ ...ନବୀନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର ରେ ବିଜେଡି ର ବମ୍ଫର ବିଜୟ

ପୁଣି ପ୍ରମାଣିତ ହେଲା "କେବଳ ନବୀନ"

ବିରୋଧୀ ଙ୍କର ସବୁ ରଣନୀତି ଫେଲ

ଦମ ଦେଖାଇଲା ନବୀନ ବ୍ରିଗେଡ଼

କଥାରେ ନୁହେଁ କାମ କୁ ଭୋଟ ଦେଲେ ବିଜେପୁର ବାସୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଜେପୁର ବାସୀ ଙ୍କୁ ଧନ୍ୟବାଦ :- ରୀତା ସାହୁ

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଗତ 21 ତାରିଖରେ ଭୋଟ ଗ୍ରହଣ ହେଇଥିଲା ଏବଂ ଆଜି ମତଗଣନା । ଆଜି ମତଗଣନା ର ପ୍ରଥମ ରାଉଣ୍ଡରୁ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ବହୁତ ବେସି ମତ ବ୍ୟବଧାନ ରେ ଆଗୁଆ ରହି ମତ ଗଣନାର ଶେଷ ପର୍ଯନ୍ତ ଆଗୁଆ ଥିଲେ । ଗୋଟେ କଥା ସ୍ପଷ୍ଟ ହେଇଗଲା ଯେ ଯିଏ ଯାହା ବି କହୁ ବିରୋଧୀ ଯେତେବି ପ୍ରଚାର କିମ୍ବା ଅପପ୍ରଚାର କରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଗୋଟିଏ ପଦ କଥା ସମସ୍ତଙ୍କୁ ଆକର୍ଷିତ କରିଛି । ଗତ ସାଧାରଣ ନିର୍ବାଚନରେ ବିଜେପୁର ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପର୍ଥୀ ହେଇଥିଲେ ।ସେ ସମୟରେ ମୁଖ୍ୟ ବିରୋଧୀ ବିଜେପି ପ୍ରାର୍ଥୀଙ୍କୁ ପ୍ରାୟ 54 ହଜାର ଭୋଟ ମିଳିଥିଲା ।କିନ୍ତୁ ଏହି ଉପନିର୍ବାଚନ ରେ ବିରୋଧିଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଇପଡିଛି । ସମସ୍ତେ ଏକା ଥରକେ ଚିତ । ଏଠି ଗୋଟେ କଥା ସ୍ପଷ୍ଟ ଯେ ବିଜେଡି କେବଳ ବିଜେପୁର ର ଭିକାଶ କୁ ଗୁରୁତ୍ୱ ଦେଇ ନିର୍ବାଚନ ପ୍ରଚାର କରିଥିବା ବେଳେ ବୀରୋଧିଙ୍କର ମୁଖ୍ୟ ଅସ୍ତ୍ର ଥିଲା ଯେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡି ବିଜେପୁର ବାସୀଙ୍କର ସହିତ ବିଶ୍ଵାସ ଘାତ କରିଛନ୍ତି । କିନ୍ତୁ ବିଜେପୁର ବାସୀ ବିରୋଧି ଙ୍କର ସବୁ କଥାକୁ ସ୍ପଷ୍ଟ ଓ ଦୃଢତାର ସହିତ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଗତ ଦୁଇ ଦିନ ପୂର୍ବରୁ ପଶ୍ଚିମ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ଯୁବ ନେତା ତଥା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ବିଜେପୁର ଉପ ନିର୍ବାଚନ ର ଫଳାଫଳ ଏକ ପାଖିଆ ହେବ ବସ୍ତବରେ ଆଜି ରିଜଲ୍ଟ ପରେ ଏହା ସ୍ପଷ୍ଟ ହେଇଯାଇଛି । ନିଜେ ରୀତା ସାହୁ ମଧ୍ୟ କହିଥିଲେ ଯେ ତାଙ୍କର କୋଣସି ପ୍ରତିଦ୍ବନ୍ଦୀ ନାହାନ୍ତି । ସେ କଥାବି ପ୍ରମାଣିତ ହେଇଗଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଠାରୁ ଢେର ଅଧିକ ଭୋଟ ବ୍ୟବଧାନ ରେ ବିଜୟୀ ହେଇଛନ୍ତି ଶ୍ରୀମତୀ ରୀତା ସାହୁ । ବିଜେଡି ର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ମୋଟ 1 35 957    ଭୋଟ ପାଇଥିବା ବେଳ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଙ୍କୁ 37967  ଓ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦିଲୀପ ପଣ୍ଡା ଙ୍କୁ 5873  ମିଳିଛି ।ସେହିଭଳି ଅଶୋକ ମିତ୍ତଳ ଙ୍କୁ 1019 ଓ ବୃନ୍ଦାବନ ପୁରୋହିତ ଙ୍କୁ 1053 । ରୀତା ସାହୁ ପ୍ରାୟ 98 ହଜାର ଭୋଟ ବ୍ୟବଧାନରେ ଏହି ନିର୍ବାଚନ ରେ ବିଜୟ ହେଇଛନ୍ତି। ଯାହାକି ଓଡ଼ିଶା ବିଧାନସଭା ପାଇଁ ସର୍ବକାଳୀନ ରେକର୍ଡ ।  ବିଜେଡି ର ବିପୁଳ ବିଜୟରେ ବିଜେଡି କର୍ମୀ ଓ କର୍ମକର୍ତ୍ତା  ତଥା ବିଜେପୁର ଅଂଚଳରେ ବର୍ତ୍ତମାନ ଖୁସିର ମହୋଲ । ଏହି ବମ୍ଫର ବିଜୟ ପାଇଁ ଶ୍ରୀମତୀ ରୀତା ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞାତ ଜଣାଇବା ସହିତ ବିଜେପୁର ବାସୀ ଙ୍କୁ ମଧ୍ୟ କୃତଜ୍ଞାତ ଜଣାଇଛନ୍ତି ।

0
0
0
s2sdefault