ହେଡଲାଇନସ୍:

"ଆମର କିଛି ଅଘଟଣ ଘଟିଲେ କଣ ସରକାରଙ୍କ ନିଦ ଭାଙ୍ଗିବ "

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସ୍କୁଲ ପରିସରରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ,ଛାତ୍ରଛାତ୍ରୀ ଙ୍କ ଜୀବନ ବିପଦ ସଂଙ୍କୁଳ

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ପଞ୍ଚାୟତ ସାନ୍ ନୂଆଁପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିସରରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିପଦ ସଂଙ୍କୁଳରେ ରହିଥିବାରୁ ଛାତ୍ରଛାତ୍ରୀ ମାନେ ଭୟଭୀତ ହୋଇପଡୁଛନ୍ତି I ଏହି ଟ୍ରାନ୍ସଫର୍ମରଟିକୁ ସ୍କୁଲ ପରିସରରୁ ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ,ସ୍କୁଲ କମିଟୀ ଓ ସ୍କୁଲ କର୍ତ୍ତୁପକ୍ଷ ବିଦ୍ୟୁତ୍ ବିଭାଗ ଅଧିକାରୀ ରେଢାଖୋଲ ,ଉପ ଜିଲ୍ଲାପାଳ ,ସମ୍ବଲପୁର ଜିଲ୍ଲା ପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ସୁଫଳ ମିଳିପାରି ନାହିଁ Iଯାହା ଫଳରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି I 

ଏହି ସ୍କୁଲ ଟି ଏପ୍ରିଲ ୧୪.୧୯୭୧ ମସିହାରେ ସ୍ଥାପିତ ହୋଇଛି I ବର୍ତ୍ତମାନ ଏହି ସ୍କୁଲରେ ଷଷ୍ଠ,ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ମୋଟ ୫୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନକରୁଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସମେତ ୨ ଜଣ ସହକାରୀ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି I କିନ୍ତୁ ଦୀର୍ଘ ୧୯ ବର୍ଷରୁ ଉର୍ଦ୍ଧ ହେବ ସ୍କୁଲ ପରିସରରେ ଥିବା ଟ୍ରାନ୍ସଫର୍ମର କୁ ସ୍ଥାନାନ୍ତର କରିବା ପାଇଁ ବିଭାଗିୟ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି I ଶେଷରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ କର୍ପୁର ବେହେରା ଗ୍ରାମ କମିଟି ର ସମସ୍ତ ସଭ୍ୟସଭ୍ୟା ମିଶି ଗତ ମେ ୭.୨୦୧୫ ରିଖ ରେ ଲିଖିତ ଭାବେ ରେଢାଖୋଲ ବିଇଓ,ଓ୍ୱେସ୍କୋ ବିଦ୍ୟୁତ୍ ବିଭାଗ ଏସଡିଓ , ଉପଜିଲ୍ଲା ପାଳ ଓ ସମ୍ବଲପୁର ଜିଲ୍ଲାପଳ ଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କର୍ତ୍ତୁପକ୍ଷ ଏଥିପ୍ରତି ଦୁଷ୍ଟି ଦେଉନାହାନ୍ତି I ସ୍କୁଲ କମିଟୀ ର ସଭାପତି ମାନସ୍ କୁମାର ସ୍ୱାଇଁ ସମେତ ସମସ୍ତ ସଭ୍ୟସଭ୍ୟା ମାନେ ଏଥିପ୍ରତି ଦୁଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବାକୁ ଗ୍ରାମ ବାସୀ ଦାବି କରୁଛନ୍ତି I

 

0
0
0
s2sdefault