ହେଡଲାଇନସ୍:

ବିଜେପୁର ଉପନିର୍ବାଚନ : ଗଣତି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବହୁ ଚର୍ଚିତ  ବିଜେପୁର ନିର୍ବାଚନ ମଣ୍ଡଳୀ । ଗତ ଦେଢବର୍ଷ ଭିତରେ ତିନିଗୋଟି ନିର୍ବାଚନ ଦେଖି ସାରିଛନ୍ତି ବିଜେପୁର ବାସୀ । ଗତ 21 ତାରିଖ ଦିନ ମତଦାନ କରିଥିଲେ ବିଜେପୁର ଭୋଟର । ଆଉ ରାତି ପାହିଲେ  ହେବ ମତ ଗଣନା । ପଦ୍ମପୁର ଆରଏମସି   ଗୋଦାମ (ଗୋରୁବଜାର) ଠାରେ ହେବ ମତ ଗଣନା |  ପ୍ରଶାସନ ତରଫରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହେଇଯାଇଛି ।ବର୍ତ୍ତମାନ କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଇଭିଏମ । ଇଭିଏମ ଥିବା ସ୍ଥାନରେ ସିଆରପିଏଫ  ସହିତ ଓଏସଏପି ର ଯବାନ ମାନଙ୍କ ସହିତ ସ୍ଥାନୀୟ  ପୋଲିସ ଓ 25 ଗୋଟି ସିସିଟିଭି  କେମେରା ସାହାଯ୍ୟ ରେ କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା । ଏପଟେ ମତାଗଣନାକୁ ସୁଚାରୁରୂପେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ପାଇଁ ପ୍ରଶାସନ ର ଘନ ଘନ ବୈଠକ  ଲାଗି ରହିଛି । ଯଦିଓ ଚିତ୍ର ଏକପ୍ରକାର ସ୍ପଷ୍ଟ. ଆଉ ମାତ୍ର କିଛି ଘଣ୍ଟା ର ଅପେକ୍ଷା ସ୍ପଷ୍ଟ ହେଇଯିବ ବିଜେପୁର କାହାର ।

0
0
0
s2sdefault