ହେଡଲାଇନସ୍:

ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ  :-ଅମର ତନ୍ତି, ଟିଭିଏସ କମ୍ପାନୀ ରେ ସେଲସମ୍ୟାନ ଅଛନ୍ତି |  ସେ ନିଜ ବାଇକ ଯୋଗେ OR 14 V 9085 ଯୋଗେ ସୁନ୍ଦରଗଡ଼ ସବଡେଗା  ଅଞ୍ଚଳକୁ କଲେକ୍ସନ ପାଇଁ ଆସି ନିଜଘର ରାଉରକେଲା  ରେଲୱେ କଲୋନୀକୁ ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିରହିଥିଲେ |  ସେହି ସମୟରେ ଫାୟାର ସର୍ଭିସ ଟିମ ନଜରରେ ଅମର ଆସିଥିଲେ | ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ଫାୟାର ଗାଡ଼ିରେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ | ଦୁର୍ଘଟଣା ରେ ତାଙ୍କର କପାଲରେ ଆଘାତ ଲାଗିଛି ସେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି | ଖବର ପାଇ ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ହସ୍ପିଟାଲକୁ ପହଞ୍ଚି ଘଟଣା ସମ୍ପର୍କରେ ବୁଝାସୁଝା କରି ତାଙ୍କର ପରିବାର ଲୋକଙ୍କୁ ଘଟଣା ବିଷୟରେ ଅବଗତ କରାଇଛନ୍ତି  |

0
0
0
s2sdefault