ହେଡଲାଇନସ୍:

ବିଜେଡି ଶାସନରେ ଓଡିଶାରେ ମହିଳା ଅସୁରକ୍ଷିତ :ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ରାଜ୍ୟସରକାର ମହିଳାଙ୍କୁ କେତେ ସୁରକ୍ଷା ଏବଂ ସମ୍ମାନ ଦେଉଛନ୍ତି ତାହା ଏନସିଆରବି ରିପୋର୍ଟ ବୟାନ କରୁଛି"

ଭୁବନେଶ୍ୱର,(ଶାସକ ପ୍ରଶାସକ): ଓଡିଶାରେ ଦୀର୍ଘଦିନ ଧରି ବିଜୁ ଜନତା ଦଳ ସରକାରରେ ଥିବା ସତ୍ୱେ ମହିଳାମାନଙ୍କୁ ସୁରକ୍ଷା ଦେଇପାରିଲା ନାହିଁ । ପ୍ରତିଦିନ ମହିଳା ଏଠି ଦୁର୍ଷ୍କମରେ ଶିକାର ହେଉଛି । କଠୋର ଆଇନର ବ୍ୟବସ୍ଥା ଥିଲେ ମଧ୍ୟ ଶାସକଦଳର ପୃଷ୍ଠପୋଷକତାରେ ଅପରାଧୀମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି । ଇତିଶ୍ରୀ, ବେବିନା, ମାଧବିଲତା, କୁନ୍ଦୁଳି ପୀଡିତାଠୁ ଆରମ୍ଭ କରି ଏବେ ସ୍ମିତାରାଣୀଙ୍କ ସମେତ ହଜାର ହଜାର ମହିଳାଙ୍କ ମୃତ୍ୟୁ ହେବା ପରେ ବି ସେମାନେ ନ୍ୟାୟ ପାଇବାରୁ ବଂଚିତ ରହିଛନ୍ତି । ୨୦୧୭ ବାର୍ଷିକ ଜାତୀୟ କ୍ରାଇମ ରିପୋର୍ଟ ଅନୁଯାୟୀ ମହିଳାମାନଙ୍କ ବିରୋଧରେ ଅପରାଧ ବଢ଼ିଛି । ରାଜ୍ୟରେ ୨୦୧୬ ତୁଳନାରେ ୨୦୧୭ରେ ଧର୍ଷଣ ମାମଲା ୯.୭ ପ୍ରତିଶତ ବୃଦ୍ଧି ହୋଇଛି । “ମା’ କୁ ସମ୍ମାନ”ର ନାରା ଦେଉଥିବା ଶାସକ ବିଜେଡି କିଭଳି ମହିଳାଙ୍କୁ ସୁରକ୍ଷା ଏବଂ ସମ୍ମାନ ଦେଉଛି ତାହା ଏହି ରିପୋର୍ଟରୁ ଜଣା ପଡୁଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । 

ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଜେଡି ଶାସନରେ ଓଡିଶାରେ ମହିଳା ଅସୁରକ୍ଷିତ ଏବଂ ଅସମ୍ମାନିତ । ୨୦୧୭ ଜାତୀୟ କ୍ରାଇମ ରିପୋର୍ଟ ଅନୁଯାୟୀ ଅନୁଯାୟୀ ଓଡିଶାରେ ମହିଳାଙ୍କ ବିରୁଦ୍ଧରେ କ୍ରାଇମ ୯୪.୫ ପ୍ରତିଶତ ରହିଛି । ୨୦୧୫ ମସିହାରେ  ମହିଳାଙ୍କ ବିରୋଧରେ ୧୭,୨୦୦ ଅପରାଧିକ ମାମଲା ରୁଜୁ ହୋଇଥିବା ସମୟରେ ୨୦୧୬ରେ ୧୭,୮୩୭ ଏବଂ  ୨୦୧୭ରେ ଏହା ବୃଦ୍ଧି ହୋଇ ୨୦, ୦୯୮ରେ ପହଂଚିଛି । ମହିଳାଙ୍କ ବିରୁଦ୍ଧରେ କ୍ରାଇମ ଭାରତରେ ୫.୬ ପ୍ରତିଶତ ସେୟାର ଓଡିଶାର ରହିଛି । ମହିଳାଙ୍କୁ ଅସଦାଚରଣ କରିବାରେ ଓଡିଶାର କ୍ରାଇମ ରେଟ୍ ୨୪.୫ ପ୍ରତିଶତ ରହିଛି । ୫୨୨୦ଟି ମାମଲା ମହିଳା ଅସଦାଚରଣ ପାଇଁ ରୁଜୁ ହୋଇଛି । ମହିଳାମାନଙ୍କୁ ଉଲଗ୍ନ କରିଦେବା ମାମଲା ମଧ୍ୟ ଉଦବେଗଜନକ ଭାବେ ବୃଦ୍ଧି ପାଇଛି । ଏହି ମାମଲା ୨୦୧୭ରେ ୧୧.୬ ପ୍ରତିଶତ ବୃଦ୍ଧି ହୋଇଛି । ଭାରତୀୟ ପିଙ୍ଗଲ କୋର୍ଡରେ ମହିଳା ବିରୋଧି କ୍ରାଇମରେ ଓଡିଶା ୩ୟ ସ୍ଥାନରେ ରହିଛି ଏବଂ ୮୨.୪ ପ୍ରତିଶତ ରହିଛି । ଓଡିଶା ସେକ୍ସୁଆଲ ହାରାସମେଣ୍ଟ  ମେଂଟରେ ୫.୩ ପ୍ରତିଶତ ସହ ୫ମ ସ୍ଥାନରେ ରହିଛି । ୨୦୧୭ରେ ଓଡିଶାରେ ୨୦୭୦ଟି ଦୁର୍ଷ୍କମ ସହ କ୍ରାଇମ ରେଟ ୯.୭ରେ ରହିଛି । ୬୨.୭ ପ୍ରତିଶତ ଦୁର୍ଷ୍କମ ପୀଡିତା ହେଉଛନ୍ତି ୧୮ ବର୍ଷରୁ କମ୍ । ଯୈାତୁକ ଏବଂ ହତ୍ୟା ମାମଲାରେ ଓଡିଶା ୬ଷ୍ଠ  ସ୍ଥାନରେ ରହିଛି । ୨୦୧୭ରେ ୨୭୭୩ ଜଣ ମହିଳାଙ୍କୁ ଅପହରଣ  କରାଯାଇଛି । ସେହିପରି ରାଜ୍ୟରେ ୨୫୭ ଷ୍ଟକିଙ୍ଗ କେସ୍ ରେଜିଷ୍ଟର ହୋଇଛି । 

ଆଜି ଯେଉଁ ଏନସିଆରବିର ରିପୋର୍ଟ ଆସିଛି, ଏ ରିପୋର୍ଟକୁ ଓଡିଶା ସରକାର ମାନିବେ କି ? ରାଜ୍ୟସରକାର ଯେଉଁ ୫-ଟିର କଥା କହି ଦିନରେ ତିନି ତିନିଟି ଜିଲ୍ଲା ବୁଲୁଛନ୍ତି, ସେ ୫-ଟିର ସଚିବ ଏବଂ ମୁଖ୍ୟମନ୍ତ୍ରୀ ଓଡିଶାର ନାରୀମାନଙ୍କୁ କିପରି ସୁରକ୍ଷିତ ରଖିବେ ସେ ନେଇ କ’ଣ ବ୍ୟବସ୍ଥା ଆପଣାଇଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି ।

0
0
0
s2sdefault