ହେଡଲାଇନସ୍:

ଗଜପତି ପୋଲିସ ପ୍ରଶାସନ ପକ୍ଷରୁ ୬୦ ତମ ଶହୀଦ ସ୍ମୃତି-ରକ୍ଷା ଦିବସ ପ୍ୟାରେଡ଼-୨୦୧୯

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ବେତାଗୁଡା଼ ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ  ସୋମବାର ଦିନ ଗଜପତି  ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୬୦ ତମ ଶହୀଦ ସ୍ମୃତି-ରକ୍ଷା ଦିବସ ପ୍ୟାରେଡ଼-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ  ଶହୀଦ ପ୍ୟାରେଡ଼ରେ ଯାଇ ଶହୀଦ ପୋଲିସ ଯବାନ ସ୍ତମ୍ଭ ଠାରେ ଶହୀଦ ପୋଲିସ ଯବାନ ମାନଙ୍କ ସ୍ମୃତି-ରକ୍ଷା ଉଦ୍ଦେଶ୍ୟରେ

 ପୁଷ୍ପଗୁଚ୍ଛ ପ୍ରଦାନ କରି ଥିଲେ ।

ପରେ ଶହୀଦ ପୋଲିସ ଯବାନ ମାନଙ୍କ ସ୍ମୃତି ଚାରଣ କରି     ସେମାନେ କିଭଳି ଦେଶ , ଜାତି ଅଞ୍ଚଳର ସୁରକ୍ଷାରେ କାର୍ଯ୍ୟରତ ଥିବାବେଳେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି କହିଥିଲେ । ପ୍ରତ୍ୟେକ ପୋଲିସ ଭାଇ ସେହି ଶହୀଦ ମାନଙ୍କ  ଆଦର୍ଶରେ ନିଜକୁ ଅନୁସରଣ କରିବାକୁ ଦେଶ ସେବାରେ ଆଗେଇ ଯିବାକୁ ଆହ୍ବାନ କରିଥିଲେ ।

    ଏହି ଅବସରରେ ସମସ୍ତ ଶହୀଦ ହୋଇଥିବା ପୋଲିସ ଯବାନ ମାନଙ୍କ ତାଲିକା ପାଠା କରିବା ସହ ରାଜ୍ୟର ମାଲକାନଗିରିରେ ଗତ ୨୦୦୮ ମସିହାରେ ନକ୍ସଲ ମାନଙ୍କ ଲ୍ୟାଣ୍ଡ-ମାଇନ ବିସ୍ପୋରଣରେ ଶହୀଦ ହୋଇଥିବା ଜିଲ୍ଲାର ୨ ଜଣ ପୋଲିସ କନେଷ୍ଟବଳ ଯବାନ ଶହୀଦ ସୀମାଞ୍ଚଳ ପ୍ରଧାନ ଏବଂ ବିଶ୍ବଜିତ ଜେନାଙ୍କ ପତ୍ନୀଙ୍କୁ ଉପ-ଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ପରେ ଶହୀଦ ପ୍ୟାରେଡ଼ ସବୁ ଅନୁଷ୍ଠିତ ହୋଇଥିଲା ।

    ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ସିତାରାମ୍ ଶତପଥି , ଏସଡିପିଓ ଠାକୁର ପ୍ରସାଦ ପାତ୍ର  , ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ  ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ ।

0
0
0
s2sdefault