ହେଡଲାଇନସ୍:

ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ  :  ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଜପତି ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

    ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟାକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ  ରାୟଗଡ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଆସିଥିବା ଅଞ୍ଚଳବାସୀ ମାନଙ୍କ ସମସ୍ତ ଅଭିଯୋଗ ଗୁଡିକୁ ନେଇ ସମାଧାନ ଶୁଣାଣୀ କରିଥିଲେ ।

   ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସମୁଦାୟ ଭାବେ ୪୩ ଗୋଟି ବିଭିନ୍ନ ପ୍ରକାରର ଅଭିଯୋଗ ଗୁଡ଼ିକ ଆସିଥିବା ବେଳେ ସେଥି ମଧ୍ୟରୁ ୨୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୪ ଗୋଟି ଗୋଷ୍ଠୀ ଗତ ଅଭିଯୋଗ ଆସିଥିଲା । 

   ସେଥି ମଧ୍ୟରୁ ଗୋଟିଏ ମାତ୍ର ସମସ୍ୟା ଗତ ଅଭିଯୋଗର ସମାଧାନ ହୋଇଥିଲା । ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକ ପାଈଁ ଉପସ୍ଥିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ନିକଟକୁ ଅଭିଯୋଗ ପତ୍ର ଗୁଡ଼ିକ ଦିଆଯାଇ ତୁରନ୍ତ ସେମାନଙ୍କର ଅଭିଯୋଗ ଗୁଡ଼ିକର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

    ଅଭିଯୋଗ ଗୁଡ଼ିକ ମଧ୍ୟରେ  ବିଜୁ ପକ୍କା ଘର , ରାସ୍ତା , ପାନୀୟ-ଜଳ  ଭତ୍ତା , ପଟ୍ଟା , ବିଦ୍ୟୁତ ଆଲୋକ ପ୍ରଭୃତିର ଥିଲା ।

    ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ  ରାୟଗଡ ବ୍ଲକ-ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ , ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ବ୍ଲକ-ବିଡିଓ.ଲୁକାସ ପ୍ରଧାନ ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ , ସରପଞ୍ଚ , ସମିତି ସଭ୍ୟ ପ୍ରମୁଖ ମଞ୍ଚାସୀନ କରିଥିଲେ ।

   ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ କଇଁପୁର ପଞ୍ଚାୟତର ସମସ୍ତ ଗ୍ରାମର ଶତାଧିକ ସଂଖ୍ୟାରେ ଅଞ୍ଚଳବାସୀ ଯୋଗ ୟଦେଇଥିଲେ ।

0
0
0
s2sdefault