ହେଡଲାଇନସ୍:

 "ରକ୍ଷକ" ସଡ଼କ ସୁରକ୍ଷା ସମ୍ପର୍କିତ ସୁରକ୍ଷା ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି  / ବାଳକୃଷ୍ଣ  ପାଣିଗ୍ରାହୀ : ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ   ସହରରେ ସଡ଼କ ସୁରକ୍ଷା ଦିଗରେ ସରକାରଙ୍କ ନୂତନ ମୋଟର-ଯାନ ଚଳାଚଳ ନୀତି-ନିୟମ ଉପରେ ଜନ-ସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ଏକ "ସଡ଼କ ସୁରକ୍ଷା ଓ ନିୟମ ସମ୍ବନ୍ଧୀୟ ସଚେତନତା ଅଭିଯାନ--ରକ୍ଷକ"   କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇ ଯାଇଛି ।

      ଓଡିଶା ସରକାରଙ୍କ  ରାଜ୍ୟ ଯୁବ କଲ୍ୟାଣ ପରିଷଦ ସହାୟତାରେ ଜିଲ୍ଲା  ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ଏବଂ  ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହଯୋଗରେ ପାରଳାଖେମୁଣ୍ଡି ପୌର-ପରିଷଦ ଆୟୋଜନରେ ଅନୁଷ୍ଠିତ ହୋଇ ଯାଇଛି ।

        ବିଜୁ କଲ୍ୟାଣ ମଣ୍ଡପ ଠାରେ ସଡ଼କ ସୁରକ୍ଷା ଓ ଏ ଦିଗରେ ସରକାରଙ୍କ ନୂତନ ନୀତିନିୟମ ଉପରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

     ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

       ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟଅତିଥି ଭାବେ ଯୋଗଦେଇ ସଡ଼କ ସୁରକ୍ଷା ଜନ-ସାଧାରଣ ଙ୍କ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ । ନିଜର ଜୀବନ ରକ୍ଷକ ନିଜେ ହେବା , ଏମିତିକି  ସଡ଼କରେ ଚାଲିଯିବା ବେଳେ ହେଉ କି ମୋଟର-ଯାନ ନିଜେ ଡ୍ରାଇଭିଙ୍ଗ କରି ଯିବାବେଳେ ସଡ଼କ ସୁରକ୍ଷାର ନିତି-ନିୟମ ପ୍ରତି ସତର୍କ ରହି ମାନି ଚଳାଇବା ଆବଶ୍ୟକ । ସଡ଼କ ସୁରକ୍ଷାର ନିତି-ନିୟମ ଉଲଂଘନ କଲେ ଫାଇନ ଟଙ୍କା ଦେବା  ବଡ଼ କଥା ନୁହେଁ , ଯଦି ସଡ଼କ ଦୁର୍ଘଟଣାରେ ଥରେ ଜୀବନ ଚାଲିଯାଏ , ତାହା ହେଲେ ସେହି ଜୀବନ ଆଉ ଆସିବି ନାହି । ତେଣୁ ସଡ଼କ ସୁରକ୍ଷା ଉପରେ ସରକାରଙ୍କ ନୂତନ ମୋଟର ଯାନ ଚଳାଚଳ ନିତି-ନିୟମ ମାନି ଚାଲିବା ସହ ବାଇକ ଚଳାଇବା ବେଳେ ହେଲମେଟ୍ ପିନ୍ଧିବା ଏବଂ ୪ ଚକିଆ ଗାଡି ଚଳାଇବା ବେଳେ ସିଟ-ବେଲ୍ଟ ବ୍ୟବହାର କରିବା ଉପରେ ଗୁରୁତ୍ଵାରୋପ୍ କରିଥିଲେ ।

   ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଚେଷ୍ଟା ଜାରୀ ରହିଛି ଯେ , କିଭଳି  ଡ୍ରାଇଭିଙ୍ଗ , ପ୍ରଦୂଷଣ , ଓ ଫିଟ୍ନେସ୍ ପ୍ରଭୃତି ପ୍ରମାଣପତ୍ର ଶୀଘ୍ର ହୋଇପାରିବ ।

   ତେଣୁ ସଡ଼କ ସୁରକ୍ଷା ନିତି-ନିୟମକୁ ମାନି ଏହାକୁ ଏକ ଅଭ୍ୟାସରେ ପରିଣତ କରିବା ସହ ଏହାକୁ ମାନିବା ପାଇଁ ବାଧ୍ୟ କରା ଯାଉଥିବା ଭଳି ଭାବନ୍ତୁ ନାହିଁ । ପ୍ରଶାସନ ସବୁବେଳେ ଚାହେଁ ଯେ , ସଡ଼କ ଦୁର୍ଘଟଣା ଓ ଏଥିରେ ମୃତ୍ୟୁ ସଂଖ୍ୟା କିଭଳି ହ୍ରାସ ପାଇବ । ଆମେ ସୁରକ୍ଷିତ ରହି ଆମେ  ଆମର ଗନ୍ତବ୍ୟ ସ୍ଥଳକୁ କିଭଳି ସୁରକ୍ଷିତ ଭାବେ ପହଞ୍ଚି ପାରିବା ଏବଂ ଦୁର୍ଘଟଣା ମୁକ୍ତ ସୁସ୍ଥ ସମାଜ କିଭଳି ଏ ଦିଗରେ ଗଠନ ହୋଇ ପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । 

    ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ , ଉପ-ଜିଲ୍ଲାପାଳ ତଥା  ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ରଜନୀ କାନ୍ତ ସ୍ବାଇଁ ଏବଂ ପୌର-ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସଡ଼କ ସୁରକ୍ଷା ଓ ସୁରକ୍ଷିତ ଜୀବନ ଯାତ୍ରାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

    ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଜିଲ୍ଲା ଏମଭିଆଇ:-ବସନ୍ତ କୁମାର ମହାପାତ୍ର ଯୋଗଦେଇ ସରକାରଙ୍କ ନୂତନ ମୋଟର-ଯାନ ନୀତିନିୟମର ବିଭିନ୍ନ ଦିଗ ଉପରେ କହି ଏହି ନିତି ନିୟମର ଉଲଂଘନ କାରିଙ୍କ ନିମନ୍ତେ ରହିଥିବା ଆର୍ଥିକ ଦଣ୍ଡବିଧାନ ଉପରେ ବିସ୍ତୃତ ସୂଚନା ଦେଇ ଉପସ୍ଥିତ ଜନ-ସଧାରଣଙ୍କୁ ସଚେତନ କରାଇଥିଲେ ।

    ଶେଷରେ ଉପସ୍ଥିତ ସମସ୍ତଙ୍କୁ ସଡ଼କ ସୁରକ୍ଷା ନୀତିନିୟମକୁ ମାନି ଚାଲିବା ସମ୍ପର୍କରେ ଶପଥ ପାଠ କରା ଯାଇଥିଲା । ଏହି ଅବସରରେ ସକାଳେ ସହରର ପେଲେସ୍ ଛକ , ହାଇସ୍କୁଲ ଛକ , ଏବଂ ଆରଟିଓ  ଛକ ଠାରେ  ସଡ଼କ ସୁରକ୍ଷା ଉପରେ ସଚେତନତା ଧର୍ମୀ ପଥପ୍ରାନ୍ତ ନାଚ-ଗୀତ ଜିଲ୍ଲାର ଗୋଷାଣୀ ବ୍ଲକ କତଲକଇଠା ପଞ୍ଚାୟତ ଅନ୍ତର୍ଗତ ଯାଜପୁର ଗ୍ରାମର "ମା ସଙ୍କଟ ତାରିଣୀ" ନାଟ୍ୟ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault