ହେଡଲାଇନସ୍:

ଲୁକ୍କାୟିତ ପ୍ରତିଭା ଖୋଜି ବାହାର କରିବାର ଅନନ୍ୟ ପ୍ରଚେଷ୍ଟା "ସୁରଭି"

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କୁଚେଇତାରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ 

ସୁନ୍ଦରଗଡ଼/horachand deuria - ଦେଶରେ ପ୍ରତିଭାର ଅଭାବ ନାହିଁ । ଅନେକ ପ୍ରତିଭା ପରିଚୟ ପାଇବା ଆଗରୁ ଆଉ ପ୍ରୋତ୍ସାହନ ଅଭାବରୁ  ବନମଲ୍ଲି ପରି ବଣରେ ଝରି ଯାଆନ୍ତି । ହେଲେ ପ୍ରତିଭା ସମ୍ପନ ଅନେକ ବଣର ମଲ୍ଲୀକୁ ସମାଜ ସମ୍ମୁଖରେ ପ୍ରଦର୍ଶିତ କରିବା ତଥା ତାଙ୍କ ଭିତରେ ଭରି ରହିଥିବା ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବାର ବହୁ ଆବଶ୍ୟକତା ରହିଛି | ଏବଂ ସେଇ ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବାର ଏକ ପରିକଳ୍ପନା ଶିଶୁ ମହୋତ୍ସବ "ସୁରଭି" ଅଟେ | ଆଜି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଚେଇତା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି " କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ  ଯୋଗଦେଇ ଏଭଳି ମତ ରଖିଛନ୍ତି କୁଚେଇତା ସିଆରସିସି ଗୋବର୍ଦ୍ଧନ ସିଂ | ସର୍ବପ୍ରଥମେ ବିଦ୍ୟାଦାତା ଗଣେଶଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପୁଷ୍ପମାଲ୍ୟ ଦେଇ ପୂଜାର୍ଚନା କଲାପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା | ତାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ବିତର୍କ, ଚିତ୍ରାଙ୍କନ, ବକୃତା, କୁଇଜ, ଚିତ୍ରକଳା, ସୃଜନଶୀଳଲିଖନ, ସଂଗୀତ ଆଦି ବିଭିନ୍ନ ପ୍ରତିଯୋଗୀତା  ମାନ ଅନୁଷ୍ଠିତ ହୋଇଥିଲା | ତାପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା | ପୁରସ୍କାର ବିତରଣ ପରେ ବୁରୁଟୋଲା ପ୍ରାଥମିକ ବିଦ୍ୟାଳୟର କୁନାକୁନି ଛାତ୍ରଛାତ୍ରୀଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଏହି ଶିଶୁ ମହୋତ୍ସବରେ କ୍ଲଷ୍ଟରର ନଅ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର 60 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | କୁଚେଇତା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ମିତା ମହାନ୍ତି, ସାବିତ୍ରୀ ଲେଙ୍କା, ପ୍ରଦୀପ ପ୍ରଧାନ, ସାବିତ୍ରୀ ମହାନ୍ତ, ସରୋଜିନୀ ଦାସ, କଳ୍ପନା ରାୟ, ନିରାଶା କିସାନ, ଅର୍ଚ୍ଚନା ସାହୁ, ଅନୁପମା ରାୟ, ତରଣୀସେନ ବେହେରା, ଡୋଳାମଣି ମେହେର, ଜ୍ୟୋତି ଚନ୍ଦ୍ରିକା, ସୁମତି ମିଶ୍ର, ସୁଷମା ଖିଲେଇ, ମହାଦେବ ଭୂମିଜ, ଭଗବତୀ ବାରୀକ, କାର୍ତ୍ତିକ ଓଝା, ନବନୀତା ପାଢ଼ୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ |

0
0
0
s2sdefault