ହେଡଲାଇନସ୍:

ବ୍ଲକ ଅଧକ୍ଷା -ବିଡ଼ିଓ ତୁ..ତୁ..ମେ..ମେ (SEE VIDEO)

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବ୍ଲକ କର୍ମଚାରୀଙ୍କୁ ଅଧକ୍ଷାଙ୍କ ସ୍ୱାମୀ ଖରାପ ବ୍ୟବହାର ଦେଖାଉଛନ୍ତି  : ବିଡ଼ିଓ 

ବ୍ଲକ କର୍ମଚାରୀ ମୋତେ ଅଣଦେଖା କରୁଛନ୍ତି -ଅଧକ୍ଷା 

ଘୁ. ଉଦୟଗିରି : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ଠାରେ ପୁଣି କିଛି ଦିନ ବ୍ୟବଧାନରେ ଗୋଷ୍ଠୀ ଉନୟନ ଅଧିକାରୀ(ବିଡ଼ିଓ) ଏବଂ ଅଧକ୍ଷାଙ୍କ ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇଯାଇଛି | ଏହାର ପରିଣାମ ସ୍ୱରୂପ ବିଭିନ୍ନ ଉନ୍ନତି ମୂଳକ କାମରେ ବାଧା ଦେଖା ଦେଇଥିବା ଅଞ୍ଚଳ ବାସି ଅଭିଯୋଗ କରିଛନ୍ତି | ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ପ୍ରଧାନଙ୍କୁ ବ୍ଲକ କର୍ମଚାରୀ ସବୁ କ୍ଷେତ୍ରରେ ଅଣଦେଖା କରିବା ସହ କୌଣସି ଉନ୍ନତି ମୂଳକ କାମର କାଉଣ୍ଟର ଦସ୍ତଖତ ପାଇଁ କୌଣସି ଫାଇଲ ପଠାଉ ନ ଥିବା ସହ ବ୍ଲକର ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଏହି ପ୍ରକାର କାମ କରୁଥିବା ମତ ପ୍ରକାଶ କରି ଛନ୍ତି ଖୋଦ ଅଧ୍ୟକ୍ଷା |  ଅନ୍ୟପକ୍ଷରେ ଉପାଧ୍ୟକ୍ଷ  ହୃଦାନନ୍ଦ ମଲିକ ମଧ୍ୟ ବ୍ଲକ କର୍ମଚାରୀଙ୍କ ମନମୁଖୀ କାମ ଚାଲିଛି ବୋଲି ଅଭିଯୋଗ କରିବା ସହ କର୍ମଚାରୀ ବହୁ ଦୁର୍ନୀତି କରୁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି | ଆମ ପ୍ରତିନିଧି ଗୋଷ୍ଠୀ ଉନୟନ ଅଧିକାରୀଙ୍କ ମତାମତ ଗ୍ରହଣ କରି ଥିଲେ | "ଅଧକ୍ଷାଙ୍କ ସ୍ୱାମୀ ସମସ୍ତ କର୍ମଚାରୀଙ୍କୁ ଖରାପ ବ୍ୟବହାର କରୁଛନ୍ତି | ଏହାସହ ଫଲସ ବିଲ ଉପରେ ମୁଁ ପ୍ରତିବନ୍ଧକ ଲଗାଇବା  ଦ୍ୱାରା ଅଧକ୍ଷା ପ୍ରତିଶୋଧ ପରାୟଣ ହୋଇ ଏହି ପ୍ରକାର ମିଥ୍ୟା ଅଭିଯୋଗ ଆଣୁଛନ୍ତି" ବୋଲି ଗୋଷ୍ଠୀ ଉନୟନ ଅଧିକାରୀ ଶାନ୍ତନୁ କୁମାର ନାୟକ ପ୍ରତିକ୍ରିୟା ଦେଇଛନ୍ତି |  ଏହି ସହ ଘଟଣା ସମ୍ପର୍କରେ ଜ଼ିଲ୍ଲାପାଳ କନ୍ଧମାଳଙ୍କୁ ଅବଗତ କରା ଯାଇଥିବା ମଧ୍ୟ ଗୋଷ୍ଠୀ ଉନୟନ ଅଧିକାରୀ ସୂଚନା ଦେଇଛନ୍ତି | ଏହା ପୂର୍ବରୁ ମଧ୍ୟ ପୂର୍ବତନ ଗୋଷ୍ଠୀ ଉନୟନ ଅଧିକାରୀ ଏବଂ ଅଧକ୍ଷାଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇ ଥିଲା | ଏପରିକି ଘୁ.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା. ବିବାଦର କିଛି ଦିନ ପରେ ଗୋଷ୍ଠୀ ଉନୟନ ଅଧିକାରୀଙ୍କ ବଦଳି ହେଇଥିଲେ |

 

0
0
0
s2sdefault